ପ୍ରସ୍ତୁତ ପ୍ରଣାଳୀ –
ପୁଦିନା ଓ ଧନିଆ ପତ୍ର କୁ ଦର ଦର ଛେଚି ସେଥିରେ ମାଠିଆ ପାଣି ପୁରାଇ ରଖନ୍ତୁ l ଏହାପରେ ୭ – ୮ ଘଣ୍ଟା ପରେ ସେହି ପାଣିକୁ ଛାଣି ସେବନ କରନ୍ତୁ l
ମିଳିଥାଏ ଏହିସବୁ ଲାଭ –
୧) ଓଜନ ହ୍ରାସ କରିଥାଏ :
ପୁଦିନା ଓ ଧଣିଆ ପତ୍ର ରେ ପ୍ରସ୍ତୁତ ପାଣି କୁ ଦିନକୁ ୩ଥର ଲେମ୍ବୁ ଚିପୁଡ଼ି ସେବନ କରିବା ଦ୍ୱାରା ଓଜନ ହ୍ରାସ ହୋଇଥାଏ l ଏଥିରେ ଥିବା ତତ୍ୱ ଦ୍ୱାରା ଫ୍ୟାଟ କ୍ୟାଲୋରୀ ବର୍ନ ହୋଇଥାଏ l
୨) ପରିସ୍ରା ଜନିତ ସମସ୍ୟା ଠିକ ହୋଇଥାଏ –
ପୁଦିନା ଓ ଧଣିଆ ପାଣି ନିୟମିତ ସେବନ କରିବା ଦ୍ୱାରା ପରିସ୍ରା ସମ୍ବନ୍ଧୀୟ ସମସ୍ତ ସମସ୍ୟା ଠିକ ହୋଇଥାଏ l ଏହାକୁ ନିୟମିତ ପିଇବା ଦ୍ୱାରା ପରିସ୍ରା ପୋଡା, କିମ୍ବା ଅନ୍ୟାନ୍ୟ ଯନ୍ତ୍ରଣାରୁ ଆରାମ ମିଳିଥାଏ l ପରିସ୍ରାରେ ଥିବା ବିଭିନ୍ନ ସଂକ୍ରମଣ ଦୂର ହୋଇଥାଏ l
୩) ପେଟ ଜନିତ ସମସ୍ୟା ଦୂର ହୋଇଥାଏ –
ପୁଦିନା ଓ ଧନିଆ ଥଣ୍ଡା ଅଟେ l ତେଣୁ ପେଟର ପାଚନ ସମସ୍ୟା, ଏସିଡ଼ିଟି, ଗ୍ୟାସ ସମସ୍ୟା ଠିକ ହୋଇଥାଏ l କୋଷ୍ଠ କାଠିନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ l ନିୟମିତ ପିଇବା ଦ୍ୱାରା ଲିଭର ସୁସ୍ଥ ରହି ପାଚନ ପ୍ରକ୍ରିୟା ଠିକ ହୋଇଥାଏ l
୪) ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଦିଏ –
ପୁଦିନା ଓ ଧଣିଆ କୁ ଡ଼ିଟକ୍ସ ଭାବରେ ମଧ୍ୟ ବ୍ୟବହାର କରାଯାଇ ଥାଏ l ଏହି ପାଣି ରେ ଡିଟକ୍ସିଫାଇଙ୍ଗ ଗୁଣ ରହିଥାଏ l ତେଣୁ ଏହା ଆମର ରକ୍ତକୁ ସଫା କରିବାରେ ସାହାଯ୍ୟ କରିଥାଏ l ଏହାକୁ ନିୟମିତ ସେବନ କରିବା ଦ୍ୱାରା ଶରୀରରୁ ବର୍ଜ୍ୟ ବସ୍ତୁ ଝାଳ ମାଧ୍ୟମରେ ବାହାରି ଯାଇଥାଏ ଓ ରକ୍ତ ସଫା ରହିଥାଏ l
୫) ତ୍ୱଚା ପାଇଁ ଲାଭ ଦାୟକ –
ଗ୍ରୀଷ୍ମ ଋତୁରେ ହେଉଥିବା ବିଭିନ୍ନ ସଂକ୍ରମଣ କୁ ଠିକ କରିଥାଏ ପୁଦିନା ଓ ଧନିଆ ପାଣି l ଏହି ପାଣି ନିୟମିତ ସେବନ କଲେ ଗରମ ପ୍ରଭାବରେ ହେଉଥିବା ବିଭିନ୍ନ ତ୍ୱଚା ଜନିତ ସମସ୍ୟା ଠିକ ହୋଇଥାଏ l ତା ସହିତ ତ୍ୱଚା କୁ ଶୀତଳ ରଖିଥାଏ l