ସରକାରଙ୍କ ନିଦେ୍ର୍ଦଶକୁ ମାନୁ ନାହାନ୍ତି ଘରୋଇ ଅର୍ଥଲଗାଣକାରୀ ସଂସ୍ଥା :ଗ୍ରାମର ଏସଏସଜି ଗ୍ରୁପ ମାନଙ୍କୁ ଋଣ ଆଦାୟ ପାଇଁ ବାଧ୍ୟ କରିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ
ହାଟଡିହି : ଲକଡାଉନ ସମୟରେ କୌଣସି ସରକାରୀ କିମ୍ବା ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ସେମାନଙ୍କ ଋଣ ଆଦାୟ ନକରିବାକୁ ସରକାର ନିଦେ୍ର୍ଦଶ ଦେଇଥିଲେ । ଲକଡାଉନ ସମୟରେ ଲୋକମାନେ ଯେହେତୁ କାମଧନ୍ଦା ଛାଡି ଦେଇଛନ୍ତି ଓ ସେମାନଙ୍କର ରୋଜଗାରର ପନ୍ଥା ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଛି ତେଣୁ ଏହି ସମୟରେ କୌଣସି ଋଣ ଆଦାୟ ପାଇଁ କୌଣସି ସଂସ୍ଥା ବାଧ୍ୟ କରିପାରିବେ ନାହିଁ ।
କିନ୍ତୁ ଏବେ କିଛି ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ଗ୍ରାମର ଏସଏସଜି ଗ୍ରୁପ ମାନଙ୍କୁ ଋଣ ଆଦାୟ ପାଇଁ ବାଧ୍ୟ କରିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ହଦଗଡ ପଞ୍ଚାୟତ ମଧୁବନଗ୍ରାମର ୩୪ଜଣ ମହିଳା ଏଲ.ଏଣ୍ଡ.ଟି ଏବଂ ଫୁ୍ୟଜନ ନାମକ ଦୁଇଗୋଟି ଅର୍ଥଲଗାଣକାରୀ ସଂସ୍ଥା ଠାରୁ ଋଣ ଆଣିଥିଲେ ।
ପୁର୍ବରୁ ନିୟମିତ ଋଣ ସୁଝୁଥିବାବେଳେ ଲକଡାଉନ ଯୋଗୁଁ ଦୁଇମାସ ହେବ କିସ୍ତି ଦେଇ ନାହାନ୍ତି । ଏପରି ସମୟରେ ଉକ୍ତ ସଂସ୍ଥାର କର୍ମଚାରୀମାନେ ସେମାନଙ୍କୁ ଋଣ ଆଦାୟ ପାଇଁ ଚାପ ପକାଉଥିବାରୁ ମହିଳା ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଓ ମହିଳାମାନେ ଏବେ ଚିନ୍ତାରେ ପଡିଯାଇଥିବା ରଜନୀରାଣୀ ନାଏକ, ଅଞ୍ଜିନା ନାଏକ, ଗୁନ ମୁଣ୍ଡିଆଣି, ଆଶାଲତା ନାଏକ, ଛବି ନାଏକ, ପଦ୍ମାବତୀ ନାଏକ, ସୁବାସିନି ନାଏକ ପ୍ରମୁଖ ଅଭିଯୋଗ କରିଛନ୍ତି ।