Odisha news

ଗ୍ରୀଷ୍ମ ଋତୁରେ ଘିମିରି ଠାରୁ ଦୁରେଇ ରହିବା ପାଇଁ ଆପଣାନ୍ତୁ ଏହିସବୁ ଉପାୟ

0
ଗ୍ରୀଷ୍ମ ଋତୁରେ ଝାଳ ଓ ଧୂଳି କାରଣରୁ ଶରୀରରେ ଘିମିର ହେବାର ସମସ୍ୟା ଦେଖା ଯାଇଥାଏ l ଯାହାର କଷ୍ଟ ସହିବା ଆମ ପକ୍ଷରେ କଠିନ ହୋଇଥାଏ l ଯେଉଁଠି ମଧ୍ୟ ଆମେ ଠିଆ ହେଲେ କୁଣ୍ଡାଇ ହେବା ଆରମ୍ଭ କରିଥାଉ l ରାତିରେ ଘିମିରି କାରଣରୁ ଶୋଇ ପାରି ନଥାଉ l ତେଣୁ ଏହିସବୁ ଉପାୟକୁ ଆପଣାଇ ଯନ୍ତ୍ରଣା ରୁ ନିଜକୁ ଦୂରେଇ ରଖି ହୋଇଥାଏ l
– ଗରମ ଦିନରେ ଘିମିରି ସମସ୍ୟାକୁ ଠିକ କରିବା ପାଇଁ ଏଲୋବେରା ହେଉଛି ଗୋଟିଏ ଭଲ ବିକଳ୍ପ l କାରଣ ଏଥିରେ ଆଣ୍ଟି ସେପ୍ଟିକ ଓ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଛି l ଏଲୋବେରା ଦ୍ୱାରା କୁଣ୍ଡେଇ ହେବା, କଣ୍ଟା ଭଳି ଫୋଡି ହେବା ଇତ୍ୟାଦିରୁ ଆରାମ ମିଳିଥାଏ l ଘିମିରି ଠାରୁ ଆରାମ ପାଇବା ପାଇଁ ଆପଣ ଏଲୋବେରା ଜେଲ କୁ ବାହାର କରି ଘିମିରି ସ୍ଥାନରେ ଲଗାଇ ପାରିବେ l ଯାହାଦ୍ୱାରା ତୁରନ୍ତ ଆରାମ ମିଳିବ l
– ଆପଣ ଓଟମିଲ ସେବନ ବିଷୟରେ ଶୁଣି ଥିବେ କିନ୍ତୁ ଏହାକୁ ଘିମିରି ହୋଇଥିବା ସ୍ଥାନରେ ଲଗାଇବା ଦ୍ୱାରା ଗରମ ଦିନରେ ଶରୀରକୁ ଶୀତଳ ଲାଗିବା ସହିତ ଘିମିରି ଠାରୁ ଆରାମ ଦେଇଥାଏ l ତେଣୁକରି ଗୋଟିଏ ଭାଗ ଓଟ ମିଲ ରେ ଦୁଇଭାଗ ପାଣି ମିଶାଇ ଲଗାନ୍ତୁ l
– ମୁଲତାନି ମାଟିରେ ଲେପ ଘିମିରି ଠାରୁ ଦୁରେଇ ରଖିଥାଏ l ଏହି ଲେପ କୁ ପ୍ରସ୍ତୁତ କରିବା ପାଇଁ ମୁଲତାନି ମାଟିରେ ଗୋଲାପ ଜଳ ମିଶାଇ ନିଜ ଶରୀରରେ ଲଗାନ୍ତୁ l ଏହା ଶୁଖିଯିବା ପରେ ଥଣ୍ଡା ପାଣିରେ ସ୍ନାନ କରନ୍ତୁ l ଏପରି କରିବା ଦ୍ୱାରା ତୁରନ୍ତ କଷ୍ଟ ରୁ ମୁକ୍ତି ମିଳିଥାଏ l
– ଘିମିରି ଯୋଗୁଁ ହେଉଥିବା ଯନ୍ତ୍ରଣାରୁ ଆରାମ ପାଇବା ପାଇଁ କାକୁଡି କୁ କାଟି ଗ୍ରାଇଣ୍ଡିଙ୍ଗ କରି ଜୁସ ପ୍ରସ୍ତୁତ କରନ୍ତୁ l ଏହାପରେ ସେହି ଜୁସ କୁ ଫ୍ରିଜ ରେ ରଖି ନିଜ ଶରୀରରେ ଲଗାନ୍ତୁ l ଘିମିରି ଖୁବ ଶୀଘ୍ର କମିଯିବ l
– ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ନିଜ ଶରୀରରେ ଘିମିରି ହୋଇଥିବା ସ୍ଥାନରେ ହଳଦୀରେ ଲେପ ଦିଅନ୍ତୁ , ଆରାମ ଲାଗିବ ଓ ଘିମିରି ଖୁବ ଶୀଘ୍ର ଶୁଖିଯିବ l
Leave A Reply