Odisha news

ପ୍ରେମାନନ୍ଦ ଗୁରୁଜୀଙ୍କ ବାଣୀ : ଏହି ୬ଟି ସଂକେତ ଦ୍ୱାରା ଆପଣ ଜାଣନ୍ତୁ ଯେ ଆପଣଙ୍କ ଘରେ ଭଗବାନଙ୍କ ବାସ ଅଛି

0

ପ୍ରେମାନନ୍ଦ ଗୁରୁଜୀ ଙ୍କ ଆଧ୍ୟାତ୍ମିକ କଥା ମଣିଷ କୁ ନୂତନ ଦିଗ ଦେଖାଇଥାଏ, ଗୁରୁଜୀ ବିଶେଷ ଭାବରେ  ଆମେ ନିତ୍ୟ ଦୈନଦିନ କିଛି ସମୟ ଆତ୍ମାର ସୁଧୀ ପାଇଁ ଈଶ୍ୱରଙ୍କ ନିକଟରେ ମନ ନିବେଶ କରିବାକୁ କହିଥାଆନ୍ତି,  ଯାହା ଆମ ମଧ୍ୟରେ ଧର୍ଯ୍ୟ , ଶକ୍ତି, ଭକ୍ତି, ସାହସ ଏବଂ ଆତ୍ମା ବିଶ୍ୱାସର ବୃଦ୍ଧି କରିଥାଏ , କିନ୍ତୁ ଆମେ ଈଶ୍ୱର ଙ୍କ ଉପସ୍ଥିତି ନିହାତି ପାଇବାକୁ ଇଛା ରଖିଥାଉ, ଅନେକ ସମୟରେ କିଛିଟା ସଂକେତ ପାଇ ତାହାକୁ ଠିକ ରେ ଜାଣିପାରି ନଥାଉ ଯେ ଭଗବାନ ଆମ ଘରେ ବାସ କରିଛନ୍ତି ଏବଂ ଆମ ସହିତ ସର୍ବଦା ରହିଛନ୍ତି l ତେଣୁ ଗୁରୁଜୀ ଙ୍କ ଏହି ସଂକେତ କୁ ଜାଣନ୍ତୁ l

– ପ୍ରଥମ ସଂକେତ ଟି ହେଉଛି ଆମ ଘରର ପୂଜା ସ୍ଥାନରୁ ଅଚାନକ ଭାବରେ ଧୂପ, ଫୁଲ, କର୍ପୁର ଅଦ୍ଭୁତ ସୁଗନ୍ଧ ଆସିବା, ଏହା ସଂକେତ ଦେଇଥାଏ ଯେ ଆମ ଗୃହ ରେ ଭଗବାନ ଙ୍କ ବାସ ଅଛି, ଏଭଳି ସୁଗନ୍ଧ ମନରେ ଆତ୍ମ ବିଶ୍ୱାସ ଭରିଥାଏ l

– ଘରୁ ବାହାରିବା ସମୟରେ ଲଗାତାର ଭାବରେ ୩ଦିନ ପର୍ଯ୍ୟନ୍ତ ନୀଳକଣ୍ଠ ପକ୍ଷୀର ଦର୍ଶନ କରିବା, ନୀଳକଣ୍ଠ ପକ୍ଷୀର ଦର୍ଶନ କରିବା ଜୀବନରେ ସୌଭାଗ୍ୟ ଆଣିଥାଏ l

– ଯଦି ଆପଣ ଶୋଇବା ସମୟ ରେ ଭଗବାନ ଙ୍କ ମନ୍ଦିର, ମୂର୍ତି କିମ୍ବା କୌଣସି ପୂଜାର ସ୍ବପ୍ନ ଦେଖୁଛନ୍ତି ତେବେ ଏହା ଶୁଭ ସୂଚନା ଅଟେ, ଏହାଦ୍ୱାରା ଆପଣ ଜାଣିବେ ଯେ ଈଶ୍ୱରଙ୍କ ବାସ ଆପଣଙ୍କ ସହିତ ରହିଛି l

– ସ୍ୱପ୍ନରେ ଉଚ୍ଚ ପର୍ବତ, ଝରଣା କିମ୍ବା ଜଳପୂର୍ଣ୍ଣ ସ୍ଥାନ ଦେଖୁଛନ୍ତି ତେବେ ଏହା ଶୁଭ ସୂଚନା ଅଟେ ଏବଂ ଏହାର ଅର୍ଥ ଭଗବାନ ଙ୍କ କୃପା ଆପଣଙ୍କ ସହିତ ରହିଛି l

– ଯେତେବେଳେ ଆପଣ ପୂଜା କରୁଛନ୍ତି ଠିକ ସେହି ସମୟରେ ଘର ବାହାରେ କୌଣସି ଅତିଥି, ବିଲେଇ, କୁକୁର, ଭିକ୍ଷୁ ଆସୁଛନ୍ତି ତେବେ ଏହା ଖୁବ ଶୁଭ ସଂକେତ ଅଟେ, ଏବଂ ଏହା ଆପଣଙ୍କ ଜୀବନ ରେ ସମ୍ପନ୍ନତା ର ସୂଚନା ଦେଇଥାଏ l

– ଏବଂ ଶେଷ ସଂକେତ ଟି ହେଉଛି ଯେତେବେଳେ ଆପଣ ବାହାରକୁ ଘରୁ ବାହାରି ଯାଉଛନ୍ତି ଏବଂ ସାମ୍ନାରେ କୌଣସି ମହିଳା ଙ୍କୁ ଝାଡୁ ମାରୁ ଥିବାର ଦେଖୁଛନ୍ତି ତେବେ ଏହା ଶୁଭ ସଂକେତ ଅଟେ, ଏହି ୬ଟି ସଂକେତ ମଧ୍ୟରୁ ଗୋଟିଏ ସଂକେତ ପାଇଲେ ଜାଣିବବେ ଯେ ଈଶ୍ୱର ଙ୍କ କୃପା ଆପଣଙ୍କ ସହିତ ରହିଛି l

Govt
Leave A Reply