ବୃନ୍ଦାବନ ର ପ୍ରେମାନନ୍ଦ ଗୁରୁଜୀ ଙ୍କୁ କିଏବା ନଜାଣେ ? ଯିଏକି ନିଜର ସତ ବଚନ ଓ ଆଧ୍ୟାତ୍ମିକ ବାଣୀ ପାଇଁ ସମସ୍ତଙ୍କ ନିକଟରେ ପ୍ରିୟ ଅଟନ୍ତି l ତାଙ୍କ ପ୍ରବଚନ ରେ ବିଶେଷ ଭାବରେ ଜୀବନ ଏବଂ ଅଧ୍ୟାତ୍ମ କୁ ନେଇ ଆଲୋଚନା ହୋଇଥାଏ l ବର୍ତମାନ ସମୟ ରେ ପ୍ରେମାନନ୍ଦ ଜୀ ମହାରାଜ ଙ୍କର ଗୋଟିଏ ଭଡ଼ିଓ ଭାଇରଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ଖରାପ ଆଚରଣ କରୁଥିବା ବ୍ୟକ୍ତିଙ୍କ ସହିତ କାହିଁକି ଭଲ ହୋଇଥାଏ ବୋଲି ପ୍ରଶ୍ନ କରିଛନ୍ତି l
ପ୍ରେମାନନ୍ଦ ଗୁରୁଜୀ କହିଛନ୍ତି ଯେ ପାପୀ ବ୍ୟକ୍ତି ର ପ୍ରତ୍ୟେକ କାର୍ଯ୍ୟ ଖୁବ ସହଜ ରେ ହୋଇଯାଇ ଥାଏ l ଏବଂ ସେ ଖୁବ ସହଜ ରେ ସଫଳତା ପାଇଯାଇ ଥାଏ l କିନ୍ତୁ ଯେଉଁ ବ୍ୟକ୍ତି ଧର୍ମ ପଥରେ ରହିଥାଏ ଏବଂ ଠିକ ମାର୍ଗରେ ପରିଚାଳିତ ହୋଇଥାଏ ସେ କାହିଁକି କୌଣସି କାର୍ଯ୍ୟରେ ସଫଳତା ପାଏନାହିଁ l
ପ୍ରେମାନନ୍ଦ ଜୀ ମହାରାଜ କହିଛନ୍ତି ଯେ ପାପୀ ବ୍ୟକ୍ତି ସମସ୍ତ କାର୍ଯ୍ୟରେ ଏଥିପାଇଁ ସଫଳ ହୋଇଥାଏ କାହିଁକି ନା ପ୍ରତ୍ୟେକ ଦିନ ତାର ସର୍ବନାଶ ହୋଇଥାଏ l ସେହି ପାପୀ ବ୍ୟକ୍ତି ଅଳ୍ପ ବହୁତେ ଯାହାବି ପୁଣ୍ୟ କରିଥାଏ ତାର ଫଳ ହିଁ ତାକୁ ସଫଳତା ଦେଇଥାଏ l କିନ୍ତୁ, ସେହି ସଫଳତା ର ରାସ୍ତାରେ ସେ ବିନା କିଛି ଭାବିଚିନ୍ତି ପାପ କରି ଚାଲିଥାଏ l
ପ୍ରେମାନନ୍ଦ ଜୀ ମହାରାଜ କହିଛନ୍ତି ଯେ ପାପ କାର୍ଯ୍ୟରେ ଘଡା ଦିନେ ନା ଦିନେ ଭରିଯାଏ ଏବଂ ପାପୀ ବ୍ୟକ୍ତି ସେହି ପାପର ଅଗ୍ନି ରେ ଜଳିଯାଏ l କିନ୍ତୁ ପୁଣ୍ୟର ଘଡା ଧୀରେ ଧୀରେ ଭରିଥାଏ ଏବଂ ସେ ସଫଳତା ଧୀରେ ଧୀରେ ଲାଭ କରିଥାଏ ଏବଂ ତାହା ହିଁ ତାକୁ ସବୁଠୁ ଅଧିକ ସୁଖ ଦେଇଥାଏ l