Odisha news

ଗର୍ଭବସ୍ଥାରେ ଅତ୍ୟଧିକ ମାନସିକ ଚାପ ଗର୍ଭସ୍ଥ ଶିଶୁ ପାଇଁ ଆଣିଥାଏ ବିପଦ 

0
ପ୍ରତ୍ୟେକ ନାରୀ ଙ୍କ ଜୀବନ ରେ  ମା ହେବା ଗୋଟିଏ ସୁଖଦ ଅନୁଭୂତି ଅଟେ l କାହିଁକି ନା ଏହି ଅବସ୍ଥା ଉଭୟ ପୁରୁଷ ଓ ମହିଳା ଙ୍କୁ ମାତାପିତା ହେବର ସୌଭାଗ୍ୟ ଦେଇଥାଏ l ଏହି ସମୟ ଯେତିକି ସୁଖ ଦାୟକ ସେତିକି କଷ୍ଟକର l ଏହି ସମୟରେ ସଠିକ ଖାଦ୍ୟ ପେୟ ର ବହୁତ ଆବଶ୍ୟକତା ରହିବା ସହିତ ମାନସିକ ଶାନ୍ତି ର ମଧ୍ୟ ସେତିକି ଆବଶ୍ୟକତା ଜରୁରି l କାହିଁକି ନା ଅତ୍ୟଧିକ ମାନସିକ ଚାପ ଗର୍ଭସ୍ଥ ଶିଶୁ ପାଇଁ କ୍ଷତିକାରକ ହୋଇଥାଏ l ତେଣୁ ପ୍ରତ୍ୟେକ ଗର୍ଭବତୀ ମହିଳା ଖୁସି ରହିବା ନିହାତି ଜରୁରୀ ଅଟେ l
ଆସନ୍ତୁ ଜାଣିବା କଣ କହୁଛି ଗବେଷଣା -:
* ଗର୍ଭବସ୍ଥାରେ ନିଜର ଖାଦ୍ୟ ପେୟ ର ବିଶେଷ ଧ୍ୟାନ ରଖିବା ଜରୁରୀ l କାହିଁକି ନା ଉପଯୁକ୍ତ ପୋଷଣ ଯୁକ୍ତ ଖାଦ୍ୟ ଉଭୟ ମା ଓ ଶିଶୁ ଙ୍କ ପାଇଁ ଜରୁରୀ l ଯାହାକି ସେମାନଙ୍କୁ ନରୋଗୀ ରଖିବା ସହିତ ଗର୍ଭସ୍ଥ  ଶିଶୁ ର ବିକାଶ କରାଇ ଥାଏ l
* କିନ୍ତୁ ସବୁଠୁ ଜରୁରି ଅଟେ ମାନସିକ ଶାନ୍ତି l ଯଦି ଗର୍ଭବତୀ ମା ଅଧିକ ଚିନ୍ତା ବହନ କରିଥାଏ ତେବେ ଉଚ୍ଚ ରକ୍ତଚାପ ର ଶିକାର ହୋଇଥାଏ l ଏହା ଗର୍ଭସ୍ଥ ଶିଶୁ ର ହାର୍ଟ ଉପରେ ପ୍ରଭାବ ପକାଇ ଥାଏ l
* କାହିଁକି ନା ମଣିଷ ଜୀବନ ରେ ଅନେକ ପ୍ରକାରର ସମସ୍ୟା ଆସିଥାଏ , ମା ଚିନ୍ତା ଜନିତ ସମସ୍ୟା ରେ ପୀଡିତ ରହିବା ଦ୍ୱାରା ଗର୍ଭସ୍ଥ ଶିଶୁ ର ଓଜନ ବୃଦ୍ଧି ରେ ମଧ୍ୟ ବାଧା ସୃଷ୍ଟି କରିଥାଏ l
* ଯଦି ମା ମାନେ ଚିନ୍ତା ରେ ରୁହନ୍ତି ତେବେ ଏହା ଡେ଼ଲିଭରୀ ବା ପ୍ରସବ ସମୟରେ ଅସୁବିଧା ସୃଷ୍ଟି କରିଥାଏ ଓ ସହଜ ରେ ପ୍ରସବ ହୋଇ ପାରି ନଥାଏ l
* ଯଦି ଗର୍ଭବତୀ ମା ସର୍ବଦା ଚିନ୍ତାରେ ରହିଥାଏ , ତେବେ ଏହା ଶିଶୁ କୁ 𝙰𝙳𝙷𝙳 ସମସ୍ୟା ପୀଡିତ ହୋଇ ଥାଆନ୍ତି , ଏହା ଗୋଟିଏ ପ୍ରକାରର ମାନସିକ ସମସ୍ୟା ଅଟେ l ଯାହା ଶିଶୁ ଜନ୍ମ ହେବ ପରେ ତା ଉପରେ ପ୍ରଭାବ ପକାଇ ଥାଏ l
* ମା  ମନେ ଚିନ୍ତା ରେ ରହିବା ଦ୍ୱାରା ଶିଶୁ ର  ମାନସିକ ବିକାଶ ରେ ବାଧା ସୃଷ୍ଟି ହୋଇଥାଏ l ପିଲାଟି ଜନ୍ମ ପରେ ସେହି ପ୍ରଭାବରୁ ଖୁବ କ୍ରୋଧୀ ଓ ଉତେଜନା ପ୍ରକୃତି ର ହୋଇଥାଏ , ନଚେତ ଖୁବ୍ ଚୁପ ଚାପ ହୋଇଥାଏ l
ଏହି ସବୁ ଟିପ୍ସ କୁ ଫଲୋ କରନ୍ତୁ :-
– ଗର୍ଭବତୀ ହେବା ସମୟରେ ଆପଣ ଏଭଳି କାର୍ଯ୍ୟ ରେ ଶାମିଲ ରୁହନ୍ତୁ , ଯାହା ଆପଣଙ୍କୁ ଖୁସି ଦେଉଛି l
– ନିଜ ଆହରରେ ଉପଯୁକ୍ତ ପୋଷାକ ତତ୍ୱ ଯୁକ୍ତ ଖାଦ୍ୟ ସେବନ କରନ୍ତୁ l
– ଯୋଗାଶନ ଓ ବ୍ୟାୟାମ ନିୟମିତ କରନ୍ତୁ l ହାଲୁକା ଜିନିଷ ଉଠାନ୍ତୁ l
– ଚିନ୍ତା ଦୂର କରିବା ପାଇଁ ନିଜ ପସନ୍ଦ ଯୋଗ୍ୟ ଗୀତ ଶୁଣନ୍ତୁ ଏବଂ ନିଜର ପସନ୍ଦ ଯୋଗ୍ୟ ମୁଭି ମଧ୍ୟ ଦେଖି ପାରିବେ l
Leave A Reply