ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାରର ନାମ ପରିବର୍ତ୍ତନ : ‘ଶ୍ରୀ ବିଜୟପୁରମ୍’ ନାମରେ ନାମିତ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାରର ନାମ ପରିବର୍ତ୍ତନ କରିଛନ୍ତି। ସରକାର ପୋର୍ଟ ବ୍ଲେୟାରର ନାମକୁ ‘ଶ୍ରୀ ବିଜୟପୁରମ୍’ ନାମରେ ପରିବର୍ତ୍ତନ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।