Odisha news

ଓଡିଶା ନିର୍ମାଣ ଶ୍ରମିକ ସଂଘ ପୋଲସରା ଆଞ୍ଚଳିକ କମିଟି ଦ୍ୱାରା ବିକ୍ଷୋଭ ଓ ପିକେଟିଂ

0
ପୋଲସରା ୨୬/୧୧/୨୦୨୦  : କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧିନ ଫେଡେରେସନ ମାନଙ୍କ ପକ୍ଷରୁ ଦିଆ ଯାଇଥିବା ସାଧାରଣ ଧର୍ମଘଟ ଆହ୍ୱାନ ପରିପ୍ରେକ୍ଷୀ ରେ ଆଜି ଓଡିଶା ନିର୍ମାଣ ଶ୍ରମିକ ସଂଘ ପୋଲସରା ଆଞ୍ଚଳିକ କମିଟି ଦ୍ୱାରା ଏଠାରେ ବିକ୍ଷୋଭ ଓ ପିକେଟିଂ କରାଯାଇଥିଲା। ଆଜି ସକାଳେ ନିର୍ମାଣ ଶ୍ରମିକ ସଂଘ ର ଜିଲ୍ଲା ସଭାପତି ଦଣ୍ଡପାଣି ସାମଲ , ପୋଲସରା ବ୍ଳକ କମିଟି ସଭାପତି ହରି ହର ପାତ୍ର , ଅଖିଳ ଭାରତ ଯୁବକ ସଂଘ ର ରାଜ୍ୟ ସଭାପତି ପ୍ରଦୀପ ସେଠୀ , ଶ୍ରମିକ ନେତା ଗଣପତି ସାହୁ , ବିଜୟ ସାମନ୍ତରା , କାଳୁ ଚରଣ ସ୍ୱାଇଁ , ନଗର ବାସି ପ୍ରଧାନ , ଧୃବ ନାହାକ , କବି ନାହାକ , ଅକ୍ଷୟ ଭୁଂୟା , କୃତ୍ତିବାସ ମହାରଣା ଏବଂ ତ୍ରିନାଥ ସାମଲ ପ୍ରମୁଖ ମୋଟର ସାଇକେଲ ରାଲି ରେ ଯାଇ ଷ୍ଟେଟବ୍ୟାଙ୍କ , ଆକ୍ସିସ୍ ବେଙ୍କ , ଇଣ୍ଡିଆନ ଓଭରସିଜ ବେଙ୍କ ଓ ଭାରତୀୟ ଜୀବନ ବୀମା ନିଗମ ର ସ୍ଥାନୀୟ ଶାଖା ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ରାଣିପଡା ବାଲୁକେଶ୍ୱର ମନ୍ଦିର ଠାରୁ ଶତାଧିକ ନିର୍ମାଣ ଶ୍ରମିକ ଶୋଭାଯାତ୍ରା ରେ ବାହାରି ତହସିଲ ଅଫିସ , ଏନ୍ ଏ ସି ଅଫିସ ଓ ବ୍ଳକ ଅଫିସ ସମୁଖ ରେ ପିକେଟିଂ କରିବା ସହିତ ବ୍ରାହ୍ମଣ ସାହି ଛକ ଓ ବସଷ୍ଟାଣ୍ଡ ଠାରେ ରାସ୍ତା ଉପରେ ବସି କେନ୍ଦ୍ର ସରକାରଙ୍କ ଶ୍ରମ କୋର୍ଡ ସଂଶୋଧନ , କୃଷକ ବିରୋଧୀ କୃଷି ବିଲ , ଦରଦାମ ବୃଦ୍ଧି , ରାଷ୍ଟ୍ରାୟତ ଉଦ୍ୟୋଗ , ବେଙ୍କ ଓ ବୀମା କମ୍ପାନୀ ର ଘରୋଇକରଣ ପ୍ରଭୃତି ର ବିରୋଧ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୁର୍ଯୋଧନ ରାଉତ , ସିମା ପାତ୍ର , ଲକ୍ଷ୍ମୀ ପାତ୍ର , ଜ୍ୟୋତ୍ସ୍ନା ମହାରଣା , ଜୟନ୍ତୀ ପ୍ରଧାନ , ଅନିତା ନାୟକ , ନମିତା ମହାପାତ୍ର , ସାଇବାଣି ପ୍ରଧାନ , ଅହଲ୍ୟା ବେହେରା , ଚନ୍ଦ୍ରମା ସାହୁ , ରୁନୁ ମହାରଣା , ନିକୁଞ୍ଜ ସାହୁ ଓ ବୁଲୁ ମହାରଣା ପ୍ରଭୃତି ଶୋଭାଯାତ୍ରା ଓ ପିକେଟିଂ ଅଂଶଗ୍ରହଣ କରିଥିଲେ। ପୋଲସରା ରେ ସାଧାରଣ ଧର୍ମଘଟ ଶାନ୍ତିପୂର୍ଣ୍ଣ ଥିଲା।
Leave A Reply