ପୋଲସରା- ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଆସିଥିବାବେଳେ ଏବେ ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ଶ୍ରୀକାନ୍ତ ସାହୁଙ୍କ ନାମକୁ ଚଳିତ ବିଧାନସଭା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଶ୍ରୀ ସାହୁ ଦୁଇ ଥର ବିଜେଡି ପ୍ରାର୍ଥୀ ହୋଇ ବିଧାୟକ ହୋଇଥିବା ବେଳେ ୩ୟ ଥର ପାଇଁ ଦଳ ତାଙ୍କ ଉପରେ ଆସ୍ଥା ରଖି ପ୍ରାର୍ଥୀ କରିଛି । କିନ୍ତୁ ଗତ କିଛିଦିନ ଧରି ପୋଲସରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ତରରେ ବିଧାୟକଙ୍କ ଟିକେଟ କଟିଯାଇପାରେ ବୋଲି ଜୋରଦାର ଆଲୋଚନା ଚାଲିଥିଲା ।ଯାହା ଫଳରେ ବିଧାୟକଙ୍କ ସମର୍ଥକମାନଙ୍କ ମନରେ ଦ୍ଵନ୍ଦ ରହିବା ସଙ୍ଗେ ସଙ୍ଗେ ବେଶ୍ ଉତ୍ସାହ ଦେଖାଯାଉନଥିଲା ।ଯାହାକି ବିଭିନ୍ନ ଚା ଖଟି,ପାନଖଟି, ବାଟେଘାଟେ ଏବଂ ବୁଦ୍ଧଜୀବୀମହଲରେ ମଧ୍ୟ ଏହି ଆଲୋଚନା ଲାଗିରହିଥିଲା । ଶେଷରେ ଶ୍ରୀ ସାହୁ ଶୁକ୍ରବାର ଦିନ ନବୀନ ନିବାସରୁ ଦଳୀୟ ଟିକେଟ ଗ୍ରହଣ କରିଥିଲେ ।ଆଉ ସବୁ କଳ୍ପନା ଜଳ୍ପନାର ପୂର୍ଣ୍ଣଚ୍ଛେଦ ଘଟିଥିଲା ।ପ୍ରକାଶ ଥାଉ କି ପୋଲସରା ନିର୍ବାଚନ ମଣ୍ଡଳୀରେ ୨ୟ ରାଉଣ୍ଡରେ ନିର୍ବାଚନ ଅନୁଷ୍ଠିତ ହେବ ।