Odisha news

ପୋଲସରା : ତୃତୀୟ ଦିନ ସୁଦ୍ଧା ୭୦ଜଣଙ୍କ ନାମାନଙ୍କ ପତ୍ର ଦାଖଲ

0

ପୋଲସରା – (୧୯-୦୧-୨୦୨୨)(ରଞ୍ଜୟ ପାଣିଗ୍ରାହୀ ) : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ମୋଟ ୨୬ ଗୋଟି ଗ୍ରାମପଞ୍ଚାୟତ ମଧ୍ୟରୁ ନାମାଙ୍କନ ର ତୃତୀୟ ଦିନରେ ସରପଞ୍ଚ ଭାବେ ମୋଟ ୪୪ ଜଣ ବ୍ୟକ୍ତି ନିଜ ନିଜ ପଞ୍ଚାୟତରେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସମିତି ସଭ୍ୟ ଭାବେ ୨୬ ଜଣ ପୁରୁଷ ଓ ମହିଳା ନାମାଙ୍କନ ପତ୍ର ବ୍ଲକ କାର୍ଯ୍ୟଳୟରେ ଦାଖଲ କରିଥିବା ବେଳେ ୨୬ ପଞ୍ଚାୟତ ମାନଙ୍କ ମଧ୍ୟରୁ ମୋଟ ୧୪୨ ଜଣ ୱାର୍ଡ ମେମ୍ବର ପାଇଁ ନିଜ ନିଜ ପଞ୍ଚାୟତ କାର୍ଯ୍ୟଳୟରେ ଆବେଦନ ପତ୍ର ଦାଖଲ କରିଥିବା ପୋଲସରା ବ୍ଲକ ନିର୍ବାଚନ ଅଧିକାରୀ ସୁରଞ୍ଜନ କୁମାର ସାହୁ ସୂଚନା ପ୍ରକାଶ କରିଛନ୍ତି। ଉକ୍ତ ପଞ୍ଚାୟତ ମଧ୍ୟରୁ ସରପଞ୍ଚ ଭାବେ ବଡ଼ ପଙ୍କଳବାଡ଼ି ରୁ ଜଣେ,ସମିତିସଭ୍ୟ ଜଣେ, ବର୍ତିନିରୁ ଜଣେ,ସମିତିସଭ୍ୟ ତିନି ଜଣ, ବେଲଙ୍ଗା ପାଞ୍ଚ ଜଣ, ସମିତିସଭ୍ୟ ଦୁଇ ଜଣ,ଭାବରଡ଼ା ଜଣେ,ସମିତିସଭ୍ୟ ଜଣେ, ବୁଡ଼େଇଶୁଣି ଜଣେ, ଶାସନ ତିନିଜଣ,ସମିତି ସଭ୍ୟ ଦୁଇ ଜଣ, ଢୁଙ୍କାପଡ଼ା ଜଣେ, ଗୋଛାବାଡି ଜଣେ,ସମିତି ସଭ୍ୟ ଜଣେ, ହତିଓଟ ଜଣେ, ସମିତିସଭ୍ୟ ଜଣେ,ଡେଙ୍ଗାପଦର ଦୁଇ ଜଣ, ସମିତିସଭ୍ୟ ଜଣେ,ଜକର ଦୁଇ ଜଣ, କଳମ୍ବ ଜଣେ, ଖଣ୍ଡୁରୁ ତିନିଜଣ, ମଧୂପଲ୍ଲୀ ଚାରିଜଣ, ମାଳତେନ୍ତୁଳିଆ ଜଣେ, ମନ୍ଦାର ତିନିଜଣ,ସମିତିସଭ୍ୟ ଜଣେ,ମଥୁରା ଦୁଇ ଜଣ, ସମିତିସଭ୍ୟ ଦୁଇ ଜଣ,ନିମିନା ଦୁଇ ଜଣ, ପାଣ୍ଡିରିପାଡ଼ା ଜଣେ, ସମିତିସଭ୍ୟ ଦୁଇ ଜଣ,ସୋଡ଼କ ଜଣେ,ସମିତିସଭ୍ୟ ଜଣେ, ବାନ୍ଠାପଲ୍ଲୀ ସମିତିସଭ୍ୟ ଜଣେ ଏହି ମାନଙ୍କ ସହିତ ଗତ କାଲି ତିନି ଜଣ, ସରପଞ୍ଚ ଭାବେ ସାତ ଜଣ, ଏହି ଭାବେ ମୋଟ ୭୦ ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ।

Leave A Reply