ଭୁବନେଶ୍ୱର, ୧୪ ଅଗଷ୍ଟ – ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଶୁକ୍ରବାର ପୁଲିସ୍ ପଦକ ଘୋଷଣା କରାଯାଇଛି । ଓଡିଶାରୁ ୧୪ଜଣଙ୍କୁ ସ୍ୱାଧୀନତା ଦିବସ ଅବସରରେ ପୁଲିସ ପଦକ ପ୍ରଦାନ ଲାଗି ମନୋନୀତ କରାଯାଇଛି । ୧୪ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ଓ ୧୨ଜଣଙ୍କୁ ଉଲ୍ଲେଖନୀୟ ସେବା ଲାଗି ପୁଲିସ ପଦକ ପ୍ରଦାନ କରାଯିବ । ସମ୍ମାନିତ କରାଯିବାକୁ ଥିବା ପୁଲିସ କର୍ମଚାରୀଙ୍କ ସୂଚୀ ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି । ଓଡିଶାରୁ ସମ୍ମାନଜନକ ରାଷ୍ଟ୍ରପତି ପୁଲିସ ପଦକ ଲାଗି ମନୋନୀତ ୨ଜଣ ହେଲେ କେ. ଭେନୁଗୋପାଳ ଆଚାର୍ଯ୍ୟ (ଡିଏସପି ଭିଜିଲାନ୍ସ, ଭୁବନେଶ୍ୱର) ଏବଂ ବିରଂଚି ନାରାୟଣ ସାହୁ (କନଷ୍ଟେବଳ, ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀ,ଭୁବନେଶ୍ୱର) । ସେହିଭଳି ପୁଲିସ ପଦକରେ ସମ୍ମାନିତ ହେବାକୁ ଥିବା ଓଡ଼ିଶାର ୧୨ଜଣ ହେଲେ ଅଭିରାମ କର(ଅତିରିକ୍ତ ପୋଲିସ ଅଧୀକ୍ଷକ,ଭିଜିଲାନ୍ସ, କଟକ), ତାପସ ରଞ୍ଜନ ମହାପାତ୍ର(ସହକାରୀ କମାଣ୍ଡାଂଟ,ଏସଓଜି, ଭୁବନେଶ୍ୱର), ଅନୀଲ କୁମାର ମିଶ୍ର(ଏସିପି, ଭୁବନେଶ୍ୱର), ଅନୁପମା ମହାପାତ୍ର(ଡିଏସପି ଇନ୍-ଚାର୍ଜ, ଭିଜିଲାନ୍ସ, ଭୁବନେଶ୍ୱର), ରାଜ କିଶୋର ପାଇକରାୟ(ଅତିରିକ୍ତ ଡିସିପି,ଭୁବନେଶ୍ୱର), ଅଜୟ କୁମାର ଦାସ(ଇନ୍ସପେକ୍ଟର, ୟୁପିଡି, କଟକ), ଅତୁଲ କ୍ରିଷ୍ଣ ଦାସ(ଆଇପି,ସ୍ୱତନ୍ତ୍ର ଇେଂଟଲିଜେନ୍ସ ୱିଙ୍ଗ୍), ସରୋଜ କୁମାର ପଟେଲ(ଇନ୍ସପେକ୍ଟର, ସ୍ୱତନ୍ତ୍ର ଇେଂଟଲିଜେନ୍ସ ୱିଙ୍ଗ୍), ନିର୍ମଲ କୁମାର ମହାପାତ୍ର(ଇନ୍ସପେକ୍ଟର,ବରଗଡ଼), କିଶୋର ଚନ୍ଦ୍ର ବଳବନ୍ତରାୟ(ସୁବେଦାର, ପଂଚମ ଆଇଆର ବାଟାଲିୟନ, ବୌଦ୍ଧ), ରଥ ଲାକ୍ରା(ଓଏସଏପି, ଚତୁର୍ଥ ବାଟାଲିୟନ, ରାଉରକେଲା) ଏବଂ ମହମ୍ମଦ ଫଜଲ ଉମର(ଏପିଆର ହାବିଲଦାର, ଭିଜିଲାନ୍ସ, କୋରାପୁଟ) ରହିଛନ୍ତି ।
