Odisha news

ପ୍ରଧାନମନ୍ତ୍ରୀ ଶ୍ରମ ଯୋଜନା : ଶ୍ରମିକ ମାନଙ୍କ ପାଇଁ ଖୁସି ଖବର ,ଏହି ସରକାରୀ ସ୍କିମ ରେ ୨ଟଙ୍କା ଜମା କଲେ ପାଇବେ ୩୬ ହଜାର ଟଙ୍କା ପେନସନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ଅସଙ୍ଗଗଠିତ କ୍ଷେତ୍ରର ଶ୍ରମିକ ମାନଙ୍କ ପାଇଁ ଗୋଟିଏ ଆବଶ୍ୟକୀୟ ଯୋଜନା ଅଟେ l ଏହାଦ୍ୱାରା ରିକ୍ସା ଚାଳକ ,ଦିନ ମଜୁରିଆ ,ନିର୍ମାଣ କାର୍ଯ୍ୟ କରୁଥିବା ଶ୍ରମିକ ଓ ଅସଙ୍ଗଗଠିତ କ୍ଷେତ୍ରର ଲୋକମାନଙ୍କୁ ବୃଦ୍ଧା ବସ୍ଥାରେ ସାହାଯ୍ୟ କରିବ l ଏହି ଯୋଜନା ଅନୁସାରେ ସରକାର ଶ୍ରମିକ ମାନଙ୍କୁ ପେନସନ ଗ୍ୟାରେଣ୍ଟି ଦେଇ ଥାଆନ୍ତି l ଏହି ଯୋଜନା ଅନୁସାରେ ଆପଣ ପ୍ରତିଦିନ ମାତ୍ର ୨ ଟଙ୍କା ଜମା କରି ବର୍ଷକୁ ୩୬ ହଜାର ଟଙ୍କା ପେନସନ ପାଇଁ ପାରିବେ l

୫୫ ଟଙ୍କା ମାସକୁ ଜମା କରିବାକୁ ହେବ :
ଏହି ଯୋଜନା ଅନୁସାରେ ଆପଣ ପ୍ରତି ମାସରେ ମାତ୍ର ୫୫ ଟଙ୍କା ଜମା କରିବେ l ଅର୍ଥାତ ୧୮ ବର୍ଷର ବୟସ୍କ ପ୍ରତିଦିନ ୨ଟଙ୍କା ବଂଚେଇ ରଖି ବର୍ଷ ଶେଷରେ ୩୬ ହଜାର ଟଙ୍କା ଜମା କରିବେ l ଯଦି କୌଣସି ବ୍ୟକ୍ତି ୪୦ ବର୍ଷ ବୟସର ଅଟେ ଏହି ଯୋଜନାରେ ପ୍ରତି ମାସରେ ୨୦୦ ଟଙ୍କା ଜମା କରିପାରିବେ l ଯେତେବେଳେ ୬୦ ବର୍ଷ ହୋଇଯିବ ଆପଣଙ୍କ ପେନସନ ମିଳିବା ରମ୍ଭ ହୋଇଯିବ l ଚାସହଁ ବର୍ଷ ପରେ ପ୍ରତି ମାସରେ ୩ ହଜାର ଟଙ୍କା ମିଳିବ l

ଏହି ଯୋଜନା ପାଇଁ ଆପଣଙ୍କ ନିକଟରେ ସେବିଙ୍ଗ ବ୍ୟାଙ୍କ ଆକାଉଣ୍ଟ ଓ ଆଧାର କାର୍ଡ ରହିଥିବା ଆବଶ୍ୟକ l ବ୍ୟକ୍ତିର ବୟସ ୧୮ ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ l

ପଞ୍ଜିକରଣ ପାଇଁ ଆପଣଙ୍କୁ କମନ ସର୍ଭିସ ସେଣ୍ଟର ରେ ପାଞ୍ଜି କାରଣ କରିବାକୁ ପଡିବ l ସରକାର ଏହି ଯୋଜନା ପାଇଁ ୱେବ ପୋର୍ଟାଲ ରେ ଶ୍ରମିକ ନିଜର ରେଜିଷ୍ଟ୍ରେସନ କରି ପାରିବେ l ଆପଣ ଦେଇଥିବା ସମସ୍ତ ତଥ୍ୟ ଭାରତ ସରକାରଙ୍କ ନିକଟରେ ପଂଜିକୃତ ହୋଇ ରହିବ l

ପଞ୍ଜିକରଣ ପାଇଁ ଆପଣ ନିଜର ଆଧାର କାର୍ଡ ,ଶେଭିଂ କିମ୍ବା ଜନଧନ ଆକାଉଣ୍ଟ ପାସବୁକ ,ମୋବାଇଲ ନମ୍ବର ଓ ଏହା ସହିତ ସହମତି ପତ୍ର ଦେବା ଆବଶ୍ୟକ l ଆପଣ ଏଥିପାଇଁ ନିଜ ଅଂଚଳର LIC କାର୍ଯ୍ୟାଳୟ ,ଶ୍ରମ ବିଭାଗ କାର୍ଯ୍ୟାଳୟ ଓ EPFO କାର୍ଯ୍ୟାଳୟ ରେ ସାକ୍ଷାତ କରି କେନ୍ଦ୍ର ସରକାରଙ୍କ ସୁବିଧା ବିଷୟରେ ଜାଣି ପାରିବେ l ସରକାର ଏହି ଯୋଜନା ପାଇଁ ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରିଛନ୍ତି l ଅଧିକ ତଥ୍ୟ ପାଇଁ 180026768888 ନମ୍ବର କୁ କଲ କରନ୍ତୁ l

Comments are closed.