ପିତୃପକ୍ଷ ଶ୍ରାଦ୍ଧ ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇ ସାରିଛି, ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଏହି ପିତୃପକ୍ଷ ଶ୍ରାଦ୍ଧ ସମୟ ରେ ଆମର ପିତୃ ପୁରୁଷ ଆମକୁ ଆଶୀର୍ବାଦ ଦେବା ପାଇଁ ଧରାପୃଷ୍ଠ କୁ ଅବତରି ଥାଆନ୍ତି l ତେଣୁ ଏହି ସମୟରେ ଶ୍ରାଦ୍ଧ ତର୍ପଣ କରିବାର ବିଶେଷ ଧର୍ମ ରହିଥାଏ l ପିତୃପକ୍ଷ ମହାଳୟା ଦିନ ସମାପ୍ତ ହୋଇଥାଏ l ଚଳିତ ଥର ଏହା ଅକ୍ଟୋବର ୨ତାରିଖ ରେ ସମାପ୍ତ ହେବାକୁ ଯାଉଛି l
ମାନ୍ୟତା ରହିଛି ଯେ ଶ୍ରାଦ୍ଧ ଓ ପିଣ୍ଡଦାନ ସମୟ ରେ କଳା ରାଶିର ବ୍ୟବହାର ହୋଇଥାଏ, ଏହାଛଡା ପିତୃପକ୍ଷ ଶ୍ରାଦ୍ଧ ସମୟ ରେ ମଧ୍ୟ କଳା ରାଶିର ବ୍ୟବହାର କରିବା ଦ୍ୱାରା ଜୀବନ ର ଅନେକ ପ୍ରକାର ସମସ୍ୟା ଦୂର ହୋଇଥାଏ l
– ପିତୃପକ୍ଷ ର ପିଣ୍ଡଦାନ ସମୟ ରେ କଳା ରାଶି ରେ ପୂର୍ବଜ ଙ୍କୁ ଜଳ ତର୍ପଣ କରିବା ସମୟ ରେ ସେଥିରେ କୁଶ ର ବ୍ୟବହାର କରିବା ଆବଶ୍ୟକ , ଏହା ବିନା ପିତୃପୁରୁଷ ଙ୍କୁ ମୋକ୍ଷ ପ୍ରାପ୍ତି ହୋଇ ନଥାଏ l ଏହି ୨ଟି ଜିନିଷ ବିନା ପିତୃପୁରୁଷ ଜଳ ଗ୍ରହଣ କରନ୍ତି ନାହିଁ l ମାନ୍ୟତା ରହିଛି ଯେ ତର୍ପଣ ସମୟ ରେ କଳା ରାଶି ବ୍ୟବହାର କଲେ ଆପଣଙ୍କ ୭ ପିଢ଼ି ସୁଖ ସମୃଦ୍ଧି ଲାଭ କରିବେ l
– ପିତୃ ପକ୍ଷ ସମୟ ରେ ସନ୍ଧ୍ୟା ବେଳେ ଓସ୍ତ ବୃକ୍ଷ ନିକଟରେ ସୋରିଷ ତେଲରେ ରାଶି ମିଶାଇ ଦୀପ ଜଳାଇ , ପୂର୍ବଜ ଙ୍କୁ ସ୍ମରଣ କରନ୍ତୁ l ଏବଂ ପିତୃ ସୁକ୍ତ ର ପାଠ କରନ୍ତୁ l ଏହାଦ୍ୱାରା ପରିବାରରେ ସୁଖ ସମୃଦ୍ଧି ରହିବ l
– ଯଦି ଗୃହରେ କ୍ଳେଶ କଳହ ଲାଗି ରହୁଛି ତେବେ ପିତୃପକ୍ଷ ରେ ଇନ୍ଦିରା ଏକାଦଶୀ ଦିନ ଦୁଗ୍ଧ ରେ କଳା ରାଶି ମିଶାଇ ଓସ୍ତ ବୃକ୍ଷ ମୂଳରେ ଅର୍ପଣ କରନ୍ତୁ l ଏବଂ ଏହି ସମୟ ରେ ଓଂ ଭଗବତେ ବାସୁ ଦେବାୟ ପାଠ କରନ୍ତୁ ଏହାଦ୍ୱାରା ପିତୃପୁରୁଷ ଙ୍କୁ ସଦଗତି ପ୍ରାପ୍ତ ହେବ l
– ରୁଗବେଦ ଅନୁଦଶରେ ପିତୃ ପୁରୁଷ ଙ୍କ ଦେବତା ଆର୍ଯ୍ୟମା ଅଟନ୍ତି l ତେଣୁ ଏହି ସମୟରେ ଆର୍ଯ୍ୟମା ଙ୍କୁ କଳା ରାଶିରେ ପ୍ରସ୍ତୁତ ଲଡୁ ସମର୍ପଣ କରନ୍ତୁ l ଏବଂ ଏହାପରେ ଏହି ଲଡୁ କୁ କୁକୁର କୁ ଖାଇବାକୁ ଦିଅନ୍ତୁ , ଏହାଦ୍ୱାରା ପିତୃ ପୁରୁଷ ଙ୍କ ଆଶୀର୍ବାଦ ଲାଭ କରିବେ l