Odisha news

କେବେଠୁ ଆରମ୍ଭ ହେଉଛି ପିତୃପକ୍ଷ ? ଆସନ୍ତୁ ଜାଣିବା ଶ୍ରାଦ୍ଧର ସଠିକ ତାରିଖ

0

ହିନ୍ଦୁ ଧର୍ମରେ ପିତୃ ପକ୍ଷର ଅନେକ ମହତ୍ୱ ରହିଛି, ପିତୃ ପକ୍ଷରେ ପିତୃ ପୁରୁଷ ଙ୍କ ଆତ୍ମାର ଶାନ୍ତି ପାଇଁ ଶ୍ରାଦ୍ଧ ତର୍ପଣ କରାଯାଇ ଥାଏ l ପିତୃ ପୁରୁଷ ଙ୍କୁ ପିତୃ ପକ୍ଷରେ ଶ୍ରାଦ୍ଧ ଅର୍ପଣ କରିବାକୁ ଖୁବ ଉତ୍ତମ କୁହାଯାଇ ଥାଏ l ପିତୃପକ୍ଷ ରେ ଆମ ପିତୃ ପୁରୁଷ ପୃଥିବୀ ପୃଷ୍ଠକୁ ଆସି ଥାଆନ୍ତି l ସେଥିପାଇଁ ପିତୃପକ୍ଷରେ ଶ୍ରାଦ୍ଧ ଅର୍ପଣ ଓ ପିଣ୍ଡଦାନ କରାଯାଇ ଥାଏ l ମାନ୍ୟତା ରହିଛି ଯେ ପିତୃ ପକ୍ଷରେ ପିତୃ ପୁରୁଷ ଙ୍କୁ ପିଣ୍ଡଦାନ କରିବା ଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ l

ଏହି ଦିନରୁ ଆରମ୍ଭ ହେଉଛି ପିତୃପକ୍ଷ –
ଚଳିତବର୍ଷ ପିତୃପକ୍ଷ ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହେଉଛି ଏବଂ ଅକ୍ଟୋବର ୨ତାରିଖ ରେ ସମାପ୍ତ ହେବ l ନିଜ ପିତୃ ପୁରୁଷ ଙ୍କୁ ଶ୍ରାଦ୍ଧ ଦେବା ଆଶ୍ୱିନ କୃଷ୍ଣପକ୍ଷ ରେ ପିତୃପକ୍ଷ ଆରମ୍ଭ ହୋଇଥାଏ l ଏହାଦ୍ୱାରା ସ୍ୱାସ୍ଥ୍ୟ, ସମୃଦ୍ଧି, ଆୟୁ, ସୁଖ-ଶାନ୍ତି, ବଂଶବୃଦ୍ଧି ହୋଇଥାଏ l ଶ୍ରଦ୍ଧା ରେ କରାଯାଉଥିବା କାରଣରୁ ଏହାକୁ ଶ୍ରାଦ୍ଧ କୁହାଯାଇ ଥାଏ l

ସେପ୍ଟେମ୍ବର ୧୭ ତାରିଖରୁ ଶ୍ରାଦ୍ଧ ପକ୍ଷ ଆରମ୍ଭ ହେଉଛି, ଏବଂ ଅକ୍ଟୋବର ୨ତାରିଖ ରେ ସମ୍ପୂର୍ଣ ହେଉଛି l କିନ୍ତୁ ଏତିକି ଦିନ ମଧ୍ୟରେ କେବଳ ସେପ୍ଟେମ୍ବର ୨୮ ତାରିଖରେ ଶ୍ରାଦ୍ଧ ଦିଆଯିବ ନାହିଁ l କାଇଁକି ନ ଏହିଦିନ ତ୍ରୟୋଦଶୀ ପଡୁଛି l

Nalco
Leave A Reply