Odisha news

ପିତୃ ପକ୍ଷରେ କାହାକୁ ଓ କାହିଁକି ଦିଆ ଯାଇଥାଏ ଅନ୍ନ ଦାନ , କଣ ରହିଛି ଏହାର ମହତ୍ୱ

0

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପ୍ରତି ବର୍ଷ ଭାଦ୍ରବ ମାସ ପୁର୍ଣିମା ତିଥି ରୁ ଶ୍ରାଦ୍ଧ ପକ୍ଷ ବା ପିତୃ ପକ୍ଷ ର ଆରମ୍ଭ ହୋଇଥାଏ l ଯାହାର ସମାପନ ଅଶ୍ୱିନ ମାସ ଅମାବାସ୍ୟା ତିଥି ରେ ହୋଇଥାଏ l ଚଳିତ ବର୍ଷ ସେପ୍ଟେମ୍ବର ୨୯ ତାରିଖ ରେ ପିତୃ ପକ୍ଷ ଆରମ୍ଭ ହେଉଛି ଯାହାକି ଅକ୍ଟୋବର ୧୪ ତାରିଖ ରେ ସମାପ୍ତ ହେବ l

ଏହି ସମୟରେ ୧୬ ଦିନ ପର୍ଯ୍ୟନ୍ତ ପିତୃ ପୁରୁଷ ଙ୍କୁ ପିଣ୍ଡ ଦାନ କରାଯାଇ ଥାଏ l ମାନ୍ୟତା ରହିଛି ଯେ ପିତୃ ପକ୍ଷରେ ପିତୃ ପୁରୁଷ ପୃଥିବୀ ପୃଷ୍ଠ କୁ ଆସି ଆମକୁ ଆଶୀର୍ବାଦ ଦେଇ ଥାଆନ୍ତି l ଏହି ସମୟରେ ପିତୃ ପୁରୁଷ ପକ୍ଷୀ ପଶୁ ଙ୍କ ରୂପରେ ଅମ ନିକଟ ରୁ ଭୋଜନ ଗ୍ରହଣ କରି ଥାଆନ୍ତି l

ତେଣୁ ଶ୍ରାଦ୍ଧ ସମୟରେ ପଶୁ ପକ୍ଷୀ ଙ୍କ ନିମିତ୍ତ ଅନ୍ନ ର ଅଂଶ ବାହାର କରାଯାଇ ଥାଏ l କାହିଁକି ନା ପଶୁ ପକ୍ଷୀ ଙ୍କ ଭୋଜନ ର ଅଂଶ ବିନା ଶ୍ରାଦ୍ଧ ଅଧୁରା ଅଟେ l

ପିତୃ ପକ୍ଷ ଶ୍ରାଦ୍ଧ ରେ ଯେଉଁ ୫ ଟି ଖାଦ୍ୟ ର ଅଂଶ ବାହାର କରାଯାଏ ସେଥିରେ ଗାଈ, କୁକୁର , ପିମ୍ପୁଡ଼ି , କାଉ ଓ ଦେବତା ଙ୍କ ନାମରେ ବାହାର କରାଯାଇ ଥାଏ l ଏଥିରେ କୁକୁର ଙ୍କୁ ଜଳ ତତ୍ୱ ର ପ୍ରତିକ , ଗାଈ ଙ୍କୁ ପୃଥିବୀ ତତ୍ୱ ର ପ୍ରତିକ , କାଉ ବାୟୁ ତତ୍ୱର ପ୍ରତିକ , ପିମ୍ପୁଡ଼ି ଅଗ୍ନି ତତ୍ୱର ପ୍ରତିକ ଓ ଦେବତା ଆକାଶ ତତ୍ୱର ପ୍ରତୀକ ଭାବରେ ପିଣ୍ଡ ଦାନ କରାଯାଇ ଥାଏ l ଆମେ ଯେଉଁ ଭୋଜନ ର ଅଂଶ ବାହାର କରି ଥାଉ ତାହା ଆମେ ପଞ୍ଚ ତତ୍ୱ ନିକଟ ରେ ଆଭର ବ୍ୟକ୍ତ କରିଥାଉ l

Leave A Reply