ପିପିଲି-ପିପିଲି ଶାସନ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଫୁଲ୍ଲ କୁମାର ନନ୍ଦଙ୍କର ଶନିବାର ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ପିପିଲି କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ କ୍ଳଷ୍ଟର ସଂଯୋଜକ ତଥା ପ୍ରାଥମିକ ଶିକ୍ଷକ ସଂଗଠନର ସଭାପତି ସୁକାନ୍ତ କୁମାର ନାୟକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଜବାହର ବିଦ୍ୟାପୀଠ, ପିପିଲିର ପ୍ରାକ୍ତନ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରମାକାନ୍ତ ନାୟକ, ସମ୍ମାନିତ ଅତିଥି ରୂପେ ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ସରସ୍ଵତୀ ସାହୁ ଓ ଶରତ ପ୍ରଭା ଦାଶ, ପ୍ରାକ୍ତନ କ୍ଳଷ୍ଟର ସଂଯୋଜକ ନାରାୟଣ ପ୍ରସାଦ ସିଂ, ପ୍ରଭାତ କୁମାର ଦାଶ, ପୁରୀ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଯୁଗ୍ମ ସଂପାଦକ ଜିତେନ୍ଦ୍ର କୁମାର ନାୟକ, ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀମତୀ ଝିଲି ସାହୁ ଓ ଶିକ୍ଷକ ନେତା ସୁଧୀର କୁମାର ପରିଡ଼ା ଯୋଗଦାନ କରିଥିଲେ। ମଞ୍ଚାସୀନ ଅତିଥିମାନେ ବିଦାୟୀ ଶିକ୍ଷକ ଶ୍ରୀନନ୍ଦଙ୍କର ବହୁମୁଖୀ ପ୍ରତିଭା, ଶିକ୍ଷାଦାନ ଶୈଳୀ ଓ ଛାତ୍ରବତ୍ସଳତାକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଶ୍ରୀ ନନ୍ଦଙ୍କୁ ମାନପତ୍ର, ଉତ୍ତରୀୟ ଓ ଉପହାର ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବୈକୁଣ୍ଠ ସାହୁ, ମନୋରମା ବେହେରା, ଚିନ୍ମୟୀ ଦାଶ, ନନ୍ଦିତା ଜେନା, ସୌଦାମିନୀ ଜେନା, ଜୟପ୍ରକାଶ ପ୍ରଧାନ, ଦୁଷ୍ମନ୍ତ କୁମାର ବଳିଆରସିଂହ, ସାଗର ନାୟକ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଶେଷରେ ପ୍ରଧାନଶିକ୍ଷୟିତ୍ରୀ ଟି. ବସୁନ୍ଧରା ବିଦାୟୀ ଶିକ୍ଷକଙ୍କର ଦୀର୍ଘାୟୁ କାମନା କରିଥିଲେ