Odisha news

ପିପିଲିରେ କେନ୍ଦ୍ର ମନ୍ତ୍ରୀ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

କଂଟି, ଭାରତୀପୁର କାଜ ବନ୍ଦ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବୀପତ୍ର

ପିପିଲି : ବିଜେପିର ଦେଶବ୍ୟାପି ଜନ ଆଶୀର୍ବାଦ ଯାତ୍ରା ପରିପ୍ରେକ୍ଷୀରେ ସୋମବାର କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ପୁରୀ ଗସ୍ତ ପରିପ୍ରେକ୍ଷିରେ ପୁରୀ ଜିଲ୍ଲା ବିଜେପି ସଭାପତି ତଥା ପିପିଲି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ନେତୃତ୍ୱରେ ପିପିଲିର ବିଭିନ୍ନ ସ୍ଥାନରେ ସ୍ଥାନୀୟ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । କେନ୍ଦ୍ରମନ୍ତ୍ରୀଙ୍କ ସହ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିଜେପି ମୁଖପାତ୍ର ଗୋଲଖ ମହାପାତ୍ର, ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି, ବିରଂଚି ନାରାୟଣ ତ୍ରୀପାଠୀ, ଶାରଦା ଶତପଥି ପ୍ରମୁଖ କେନ୍ଦ୍ରମନ୍ତ୍ରୀଙ୍କ ସହ ଉପସ୍ଥିତ ରହିଥିଲେ । ଇଂରେଜ ଅମଳରେ ନିର୍ମିତ ପିପିଲି ବ୍ଲକ ଅନ୍ତର୍ଗତ ଦୟାନଦୀର କଂଟି ଓ ଭାରତୀପୁର କାଜ ସମ୍ପୂର୍ଣ୍ଣଭାବେ ବନ୍ଦ ପାଇଁ ଜିଲ୍ଲା ବିଜେପି ସଭାପତି ଶ୍ରୀ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁଙ୍କୁ ଏକ ଦାବୀପତ୍ର ଦେଇଥିଲେ ।

ଦୟାନଦୀରେ ବନ୍ୟା ଆସିଲେ ଉକ୍ତ ଦୁଇ କାଜ ଦେଇ ବନ୍ୟାଜଳ ପିପିଲି, ଡେଲାଙ୍ଗ ଓ କଣାସ ବ୍ଲକ ଅଂଚଳର ବ୍ୟାପକ କ୍ଷୟକ୍ଷତି କରିଥାଏ ବୋଲି ସେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଏଥିପ୍ରତି ନିଶ୍ଚିତ ଦୃଷ୍ଟି ଦିଆଯିବ ବୋଲି ଜିଲ୍ଲା ସଭାପତିଙ୍କୁ ଆଲୋଚନା ସମୟରେ କେନ୍ଦ୍ରମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ପିପିଲି ଉପନିର୍ବାଚନରେ ବିଜେପି ନିଶ୍ଚିତ ଭାବେ ବିଜୟୀ ହେବ ବୋଲି ଏଠାରେ ଗଣମାଧ୍ୟମକୁ କେନ୍ଦ୍ରମନ୍ତ୍ରୀ କହିଥିଲେ । ପିପିଲି ଏନଏସି ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଏନଏସି ମଣ୍ଡଳ ସଭାପତି ତଥା ପୂର୍ବତନ ପୌର ଉପାଧ୍ୟକ୍ଷ ସୁକାନ୍ତ ଭଟ୍ଟ, ଯୁବନେତା ପ୍ରଦୀପ ସାହୁ, ସରପଂଚ ଶୁଭାଶିଷ ରଥ, ଦଳିତ ମୋର୍ଚ୍ଚା ପିପିଲି ସଭାପତି ସୁରେନ୍ଦ୍ର ବେହେରା, ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ବେହେରା, ଅଲ୍ଲୀ ବାବୁଲା, ସେକ ଆଲେଜହୁର ଖାନ, ପୁରୀ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ, ଯୁବନେତା ପ୍ରଶାନ୍ତ ଦିକ୍ଷିତ ପ୍ରମୁଖ କେନ୍ଦ୍ରମନ୍ତ୍ରୀଙ୍କୁ ଫୁଲ ମାଳ ଓ ଉତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

Comments are closed.