ପିପିଲି ଉପନିର୍ବାଚନରେ କିଏ ହେବ କଂଗ୍ରେସ ପ୍ରାର୍ଥି , ଦଳ ପକ୍ଷରୁ ମାନସ ମନ୍ଥନ : ପ୍ରାର୍ଥି ଚୟନ ପାଇଁ ଦଳିୟ କର୍ମିଙ୍କ ମତାମତ ଲୋଡିଲା ରାଜ୍ୟ କଂଗ୍ରେସ କମିଟି
ପିପିଲି-ପିପିଲିରେ ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥିଙ୍କ ଅକାଳ ବିୟୋଗ ଘଟିଛି । ଏହି ଆସନ ପାଇଁ କେତେବେଳେ ଯେ ନିର୍ବାଚନ କମିଶନରଙ୍କ ପକ୍ଷରୁ ଉପନିର୍ବାଚନ ଅନୁଷ୍ଠିତ ପାଇଁ ତାରିଖ ଘୋଷଣା ହୋଇପାରେ । ସେଥିପାଇଁ ପିପିଲିରେ ସବୁ ଦଳ ପକ୍ଷରୁ ଏବେ ଜୋର ସୋର ପ୍ରସ୍ତୁତ ଆରମ୍ଭ କରିବାରେ ଲାଗି ପଡିଛନ୍ତି । ଏହି ପରିପ୍ରେକ୍ଷୀରେ ପିପିଲି ରେ ଅନୁଷ୍ଠିତ ଉପ ନିର୍ବାଚନରେ କଂଗ୍ରେସ ଦଳ ପକ୍ଷରୁ କିଏ ହେବ ବିଧାୟକ ପ୍ରାର୍ଥି ତାହା ପଂଚାୟତ ସ୍ତରୀୟ କର୍ମିଙ୍କ ଠାରୁ ନେତା ମାନେ ଆଜି ମଙ୍ଗଳପୁର ଠାରେ ରାଜ୍ୟ କଂଗ୍ରେସ ଦଳର ଏକ ୫ଜଣିଆ ଟିମ୍ ପିସିସି ର କାର୍ଯ୍ୟକାରୀ ସଭାପତି ଚିରଞ୍ଜିବି ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ମତାମତ ନିଆଯାଇଛି ।
ପିପିଲି ବ୍ଲକର ୨୫ଟି ପଂଚାୟତରୁ କଂଗ୍ରେସ ଦଳର କର୍ମି ଓ ନେତା ମାନେ ତାଙ୍କର ଦଳିୟ ସଂଗଠନ ଓ ଉପନିର୍ବାଚନରେ ପ୍ରାର୍ଥି ସପକ୍ଷରେ ନିଜର ମତାମତ ଦେଇଥିବା ଜଣାପଡିଛି ।ଏହି ୫ଜଣିଆ ଟିମରେ ରାଜ୍ୟ କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା,ପିସିସି ସମ୍ପାଦକ ଜାନକୀ ବଲ୍ଲଭ ପଟ୍ଟନାୟକ,ପୁରୀଜିଲ୍ଲା କଂଗ୍ରେସ ଦଳର ସାଂସଦ ପ୍ରାର୍ଥୀ ସତ୍ୟ ପ୍ରକାଶ ନାୟକ,ପୁର୍ବତନ ବିଧାୟକ ବିପିନୀ ଦାଶ ଉପସ୍ଥିତ ରହି ପଂଚାୟତ ସ୍ତରୀୟ ନେତା ଓ କର୍ମିମାନଙ୍କ ଠାରୁ ପ୍ରାର୍ଥି ଓ ଦଳିୟ ସଂଗଠନ ସମ୍ପର୍କରେ ମତାମତ ସଂଗ୍ରହ କରିଥିଲେ । ଏଥିରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜ,ପିସିସିର ମୁଖପାତ୍ର ତଥା ଆଇନଜୀବି ନିଶିକାନ୍ତ ମିଶ୍ର,ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା ନିରୁପମା ପାତ୍ର,ପିପିଲି ବ୍ଲକ କଂଗ୍ରେସ ସଭାପତି ଜିତୁ ପ୍ରକାଶ ପରିଡା, ପିପିଲି ବ୍ଲକ ପୁର୍ବତନ ଅଧ୍ୟକ୍ଷ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ । ରାଜ୍ୟ କଂଗ୍ରେସ ଦଳର କାର୍ଯ୍ୟକାରୀ ସଭାପତି ଚିରଞ୍ଜିବି ବିଶ୍ୱାଳ କୁହନ୍ତି ପ୍ରାର୍ଥି ଚୟନ ପ୍ରକିୟାରେ ସମସ୍ତଙ୍କ ମତାମତ ନିଆଯାଇଛି ।
ସମସ୍ତଙ୍କୁ ଏକାଠୀ କରି କଂଗ୍ରେସ ଦଳ ପିପିଲି ଉପନିର୍ବାଚନ ଲଢିବ । ଆବଶ୍ୟକ ପଡିଲେ ପୁର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ସହିତ ଯୋଗାଯୋଗ କରାଯିବ ବୋଲି ସେ ଗଣମାଧ୍ୟମକୁ ସୁଚନା ଦେଇଥିଲେ । ସେହୀପରି ଅପରାହ୍ନ ସମୟରେ ପିପିଲି ଏନଏସିରେ ପୃଥକ ପୃଥକ ଭାବେ ଦୁଇଟି ସ୍ଥାନରେ ଏହି କଂଗ୍ରେସ ଦଳର ୫ଜଣିଆ କମିଟି ଦଳୀୟ କର୍ମିଙ୍କ ଠାରୁ ପ୍ରାର୍ଥି ଚୟନ ଓ ଦଳର ସଂଗଠନ ଉପରେ ମତାମତ ସଂଗ୍ରହ କରିଥିବା ବ୍ଲକ କଂଗ୍ରେସ ସଭାପତି ଜିତୁ ପ୍ରକାଶ ପରିଡା ସୁଚାନ ଦେଇଛନ୍ତି ।

Comments are closed.