କୋଣାର୍କ :ଚଳିତବର୍ଷ ଚନ୍ଦ୍ରଭାଗା ର ମାଘସପ୍ତମୀ ବୁଡ଼କୁ ନେଇ ଆଶଙ୍କା ଲାଗିରହିଥିବାବେଳେ , ଗୁରୁବାର ଯାତ୍ରୀ ନିବାସ ସମ୍ମିଳନୀ କକ୍ଷରେ ମାଘ ମେଳା ର ପ୍ରଥମ ସମନ୍ଵୟ ବୈଠକ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଙ୍କ ସହ ଜିଲ୍ଲା ର ବରିଷ୍ଠ ଅଧିକାରୀ ଓ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାର କାନ୍ତି ବେହେରା ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଚଳିତ ବର୍ଷ ବିନା ଶ୍ରଦ୍ଧାଳୁ ରେ ମାଘମେଳା ଅନୁଷ୍ଠିତ ହେବ ବୋଲି ବୈଠକରେ ଉପସ୍ଥିତ ଥିବା ଉପଜିଲ୍ଲାପାଳ ଭାବତାରଣ ସାହୁ ପ୍ରକାଶ କରିଛନ୍ତି। ମହାମାରୀ କରୋନାର ଦ୍ବିତୀୟ ଲହରୀ ଏବେ ପୁରୀ ରେ ପାଦ ଥାପିଥିବାରୁ ଏହି ଉତ୍ସବର ବର୍ଣ୍ଣାଢ଼୍ୟ ଆୟୋଜନରେ ଜିଲ୍ଲା ପ୍ରଶାସନ ଅଙ୍କୁଶ ଲଗାଇଛି । ଚଳିତବର୍ଷ ମାଘସପ୍ତମୀ ବୁଡ଼ ରେ ତିନି ଠାକୁରଙ୍କ ସେବାୟତ, ଜିଲ୍ଲା ପ୍ରଶାସନର ର ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଙ୍କ ସହ ୫୦୦ ଜଣ ଙ୍କ ସମାଗମ ରେ ଅନୁଷ୍ଠିତ ହେବ ଏହି ବୁଡ଼ । ଯାହା ୧୪୪ ଧାରା ଜାରି କରାଯାଇ ପୁରୀ ରଥଯାତ୍ରା ଭଳି ବିନା ଶ୍ରଦ୍ଧାଳୁରେ ଏହି ମାଘମେଳା ହେବ ବୋଲି ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାର କାନ୍ତି ବେହେରା ଘୋଷଣା କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଫେବୃୟାରୀ ମାସ ର କୋଭିଡ଼ି ଗାଇଡିଲାଇନି ଅନୁଯାଇ ଏହି ପବିତ୍ର ମାଘ ସପ୍ତମୀ ବୁଡ଼ ଅନୁଷ୍ଠିତ ହେବ।
ମିଳିଥିବା ସୂଚନା ମୁତାବକ ଚଳିତବର୍ଷ ମାଘମେଳାର ତିନି ଆରାଧ୍ୟ ଠାକୁର ବାବା ଶ୍ରୀ ଶ୍ରୀ ତ୍ରିବେଣୀଶ୍ବର ମହାଦେବ, ବାବା ଶ୍ରୀ ଶ୍ରୀ ଐଶାନେଶ୍ବର ମହାଦେବ ଓ ବାବା ଶ୍ରୀ ଶ୍ରୀ ଦକ୍ଷିଣେଶ୍ବର ମହାଦେବଙ୍କ ନୀତିକାନ୍ତି ଯଥାବିଧି ଅନୁଷ୍ଠିତ ହେବ ।ମାତ୍ର ସବୁବର୍ଷ ଭଳି ଠାକୁରଙ୍କ ଶୋଭାଯାତ୍ରାରେ ଅଙ୍କୁଶ ଲାଗିବ। ୧୮ ତାରିଖ ଷଷ୍ଠୀଦିନ ରାତ୍ରର ମାହେନ୍ଦ୍ର ଲଗ୍ନରେ ତିନି ଠାକୁରଙ୍କୁ ଚନ୍ଦ୍ରଭାଗା ପୂଜାବେଦୀରେ ପହଞ୍ଚାଯିବା ପରେ ଶ୍ରଦ୍ଧାଳୁଙ୍କ ସମାଗମ ଉପରେ ପ୍ରଶାସନ ପକ୍ଷରୁ ମେଳା ଚର୍ତୁପାର୍ଶ୍ୱ ଓ ତୀର୍ଥ ପୁଷ୍କରିଣୀ ରେ ୧୪୪ ଧାରା କଟକଣା ଜାରି କରାଯିବ । କିନ୍ତୁ ତିନି ଠାକୁରଙ୍କୁ ଘଣ୍ଟମର୍ଦ୍ଦଳ ଶୋଭାଯାତ୍ରାରେ ତିନି ଠାକୁରଙ୍କୁ ଚନ୍ଦ୍ରଭାଗା ନିଆଯିବ ତତସହ ଷଷ୍ଟି ରାତ୍ରରୁ ସପ୍ତମୀ ସକାଳ ପର୍ଯ୍ୟନ୍ତ ଚନ୍ଦ୍ରଭାଗର ମୁଖ୍ୟ ପ୍ରବେଶ ପଥକୁ ପୋଲିସ ପ୍ରଶାସନ ଦ୍ବାରା ସିଲି କରାଯିବ ଓ ୧୪୪ ଧାରା ବଳବର୍ତ୍ତ ରହିବ ଯେପରି ବାହାର ଲୋକ ଓ ଅନ୍ୟ କେହିବି ମେଳା ପଡିଆକୁ ପ୍ରବେଶ ନକରନ୍ତି ସେ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରକାଶ କରିଥିଲେ। ଏଠାରେ ସୂଚନା ଥାଉକି ପୂର୍ଵ ବର୍ଷ ଭଳି ଚଳିତ ବର୍ଷ ର ସମସ୍ତ ଆୟୋଜନ କୋଣାର୍କ ଏନଏସି କରିବ ।
ଏହି ବୈଠକରେ ଅନ୍ୟମାନ ଙ୍କ ମଧ୍ୟରେ ପୁରୀର ଅତିରିକ୍ତ ଜିଲ୍ଲାପାଳ ବିନୟ ଭୂଷଣ ଦାଶ, କୋଣାର୍କ ଏନଏସି ର ନିର୍ଵାହୀ ଅଧିକାରୀ ଏମ୍ ଶ୍ରୀ ନିବାସ ,ଗୋପ ବିଡିଓ ଦୀପ୍ତିରାଣୀ ଦାସ ,କୋଣାର୍କ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ , ତିନି ଠାକୁରଙ୍କ ସେବାୟତ ଙ୍କ ସହ ମେଳା ସହିତ ଜଡିତ ଥିବା ବିଭିନ୍ନ ବିଭାଗର ଅଧିକାରୀ ଓ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
Comments are closed.