ପିପିଲି : ପିପିଲି ଥାନା ଅନ୍ତର୍ଗତ ସାତଶଂଖ ଫାଣ୍ଡି ଅଧିନସ୍ଥ ହାଟ ବଜାରରେ ଥିବା ଦୁଇଟି ଦୋକାନରୁ ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କା ସହିତ ଗ୍ରୋସରୀ ସାମଗ୍ରୀ ଦୃବୁର୍ତ ମାନେ ଚୋରୀ କରି ଦୋକାନରେ ନିଆଁ ଲଗାଇବା ଘଟଣା ଅଂଚଳରେ ବେଶ ଚାଚଂଲ୍ୟ ସୃଷ୍ଟି କରିଛି । ମିଳିଥିବା ସୁଚନା ମୁତାବକ ସାତଶଂଖ ହାଟ ବଜାରରେ ଥିବା ପ୍ରତାପ ସାହୁ ଙ୍କ ଜାଗେଶ୍ୱରୀ ନାମକ ଏକ ହୋଲସେଲ ଗୋଦାମ ଓ ରିଟେଲର ଗ୍ରୋସରୀ ଦୋକାନ ରହିଥିବା ବେଳେ ଭଗବାନ ବେହେରା ଙ୍କ ପାନ ମସଲା କସମେଟିକ ଦୋକାନ ରହିଛି । ଦୁଇ ଦୋକାନୀ ସବୁଦିନ ପରି ଦୋକାନ କାର୍ଯ୍ୟ ସାରୀ ଘରକୁ ଯିବା ସମୟରେ ଶନିବାର ଦିନ ବିଳମ୍ବିତ ରାତିରେ ଦୃବୁର୍ତମାନେ ଲକ୍ଷାଧିକ ଟଙ୍କା ସହିତ ଗ୍ରୋସରୀ ସାମଗ୍ରୀ ଚୋରୀ କରିବା ସହିତ ପ୍ରତାପ ସାହୁଙ୍କ ଦୁଇ ଦୋକାନକୁ ନିଆଁ ଲଗାଇ ସମ୍ପୁର୍ଣ୍ଣ ପୋଡି ଧ୍ୱଂସ କରିଥିବା ନେଇ ପିପିଲି ଥାନାରେ ଲିଖିତ ଅଭିଯୋଗ ହୋଇଛି ।
ପ୍ରତାପ ସାହୁଙ୍କ ହୋଲସେଲ ଗୋଦାମ ଘର ଦୋକାନରୁ ୧୫ଲକ୍ଷ ଓ ରିଟଲରେ ଦୋକାନରୁ ୧୦ଲକ୍ଷ ଟଙ୍କାର ଦୋକାନ ସାମଗ୍ରୀ ସହିତ ନଗଦ ୬ଲକ୍ଷ ଟଙ୍କା ଦୃବୁର୍ତ ଚୋରୀ କରି ନେଇଛନ୍ତି । ଦୃବୁର୍ତମାନେ ଧରା ପଡିବା ଭୟରେ ପ୍ରମାଣ ନଷ୍ଟ କରିବା ଉଦେ୍ର୍ଦଶ୍ୟରେ ସିସିଟିଭି ସହିତ ଦୋକାନରେ ନିଆଁ ଲଗାଇ ପୋଡି ଜାଳି ଦେଇଛନ୍ତି । ସେହୀପରୀ ଭଗବାନ ବେହେରାଙ୍କ ପାନ ମସଲା ସହିତ କସମେଟିକ ଦୋକାନରୁ ସଟର ତାଡି ଦୋକାନ ସାମଗ୍ରୀ ପ୍ରାୟ ୩ଲକ୍ଷ ଟଙ୍କାରୁ ଅଧିକ ଜୀନିଷ ଚୋରି ହୋଇଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି । ଖବର ପାଇ ଘଟଣାସ୍ଥଲେ ଥାନା ଅଧିକାରୀ ଗୈାରାଙ୍ଗ ଚରଣ ପୁଷ୍ଟି ସାତଶଂଖ ଫାଣ୍ଡି ଅଧିକାରୀ ବଳଭଦ୍ର ପ୍ରସାଦ ଦାଶ ପହଂଚି ତଦନ୍ତ କରୁଥିବା ସହ ଅଭିଯୋଗକୁ ଭିତିକରି ପୁଲିସ ଏକ ୨୩୫/୨୦ରେ ମକଦ୍ଦମା ରୁଜୁ କରି ବିଭିନ୍ନ ଦିଗରୁ ତଦନ୍ତ ଚଳାଉଥିବା ଥାନା ଅଧିକାରୀ ଶ୍ରୀ ପୁଷ୍ଟିଙ୍କ ଠାରୁ ପ୍ରକାଶ ।
