ପିପିଲି-ପିପିଲି ଥାନା ସାତଶଂଖ ଫାଣ୍ଡି ଅଧିନସ୍ଥ ଅଜ୍ଜୁନସିଂହପୁର ଗ୍ରାମରେ ବିଳମ୍ବିତ ରାତିରେ ଭଉଣୀରମୃତ୍ୟୁକୁ ନେଇ ପିପିଲି ଥାନାରେ ହତ୍ୟା ଅଭିଯୋଗ ଭାଇ ଆଣିଛି । ମିଳିଥିବା ସୁଚନା ମୁତାବକ ମାଗୁଣିଛନ୍ଦା ନିମାପଡା ଥାନା ଅଂଚଳର ଅନୁସୟା ସ୍ୱାଇଁ(୪୦) ସାତସଂଖ ନିକଟସ୍ଥ ଅଜ୍ଜୁନସିଂହପୁର ଗ୍ରାମରେ ଅଭିମନୁ୍ୟ ସ୍ୱାଇଁଙ୍କୁ ୨୦ବର୍ଷ ତଳେ ବିବାହ କରିଥିଲେ ।
ତାଙ୍କର ୧୫ ଓ ୧୦ବର୍ଷର ଦୁଇ ପୁଅଙ୍କ ଘରେ ରହିଛନ୍ତି । ଅଭିଯୋଗକାରୀ ବାନାମ୍ବର ସ୍ୱାଇଁ ରବିବାର ରାତିରେ ଭଉଣି ଅନୁସୟା ତଳେ ପଡି ମୃତୁ୍ୟ ହୋଇଥିବା ଖବର ପାଇ ଭିଣେଇ ଗ୍ରାମ ଅଜ୍ଜୁନସିଂହ ଘରେ ପହଂଚିଥିଲେ । ସେଠାରେ ଭଉଣିର ମୃତୁ୍ୟ ବିଷୟରେ ସମସ୍ତଙ୍କ ଠାରୁ ବୁଝିବା ପରେ ତାଙ୍କ ମନରେ ସନେ୍ଦହ ସୃଷ୍ଟି ହୋଇଥିଲା । ଭଉଣିକୁ ହତ୍ୟା କରାଯାଇ ମରାଯାଇଥିବା ସୋମବାର ଦିନ ଭାଇ ପିପିଲି ଥାନାରେ ଲିଖିତ ଅଭିଯୋଗ ଆଣିଥିବା ଥାନା ଅଧିକାରୀଙ୍କ ଠାରୁ ପ୍ରକାଶ ମିଳିଛି । ଅଭିଯୋଗକୁ ଭିତିକରି ପ୍ରଥମେ ଘଟଣାସ୍ଥଳେ ସାତଶଂଖ ଫାଣ୍ଡି ଅଧିକାରୀ ବି.ପି ଦାଶ ପହଂଚି ମୃତ ଶରିରକୁ ଜବତ କରିଥିଲେ ।
ଘଟଣାର ଅଧିକ ତଦନ୍ତ ପାଇଁ ପିପିଲି ଥାନା ଅଧିକାରୀ ଗୈାରାଙ୍ଗ ଚରଣ ପୁଷ୍ଟି ଘଟଣାସ୍ଥଳେ ପହଂଚି କେସ ନମ୍ବର୧୫୪/୨୦ରେ ମାମାଲା ରୁଜୁକରି ମୃତୁ୍ୟ ଶରୀର କୁ ଜବତ କରି ବ୍ୟବଛେଦ ପାଇଁ ପୁରୀ ପଠାଇଥିଲେ । ଅଭିଯୋଗକାରୀ ବାନାମ୍ବର ସ୍ୱାଇଁଙ୍କ ଲିଖିତ ଅଭିଯୋଗରେ ଭିଣେଇ ଅଭିମନୁ୍ୟ ସ୍ୱାଇଁଙ୍କୁ ପୁଲିସ ଅଟକ ରଖି ପଚାରା ଉଚରା ଚଳାଇଛି । ପୁରୀ ରୁ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳେ ପହଂଚି ଅଧିକ ତଦନ୍ତ ଚଳାଉଥିବା ଥାନା ଅଧିକାରୀ ଗୈାରାଙ୍ଗ ପୁଷ୍ଟି ଠାରୁ ପ୍ରକାଶ ।
