ପିପିଲି : ପିପିଲି ଅଂଚଳରେ କୁକୁଡାଙ୍କ ଠାରେ ବାର୍ଡ଼ ଫ୍ଲୁ ଚିହ୍ନଟ ହେବା ପରେ ଆତଙ୍କ ଖେଳି ଯାଇଛି. ଜଣାଯାଏ ଉକ୍ତ ଅଂଚଳରେ କୁକୁଡ଼ା ମଡ଼କ ଖବର ପ୍ରଚାର ହେବାପରେ ଫୁଲନଖରା ସ୍ଥିତ ପ୍ରାଣୀସମ୍ପଦ ରୋଗ ଅନୁସନ୍ଧାନ କେନ୍ଦ୍ର (ଏ ଡି ଆର ଆଇ )ପକ୍ଷରୁ କୁକୁଡାଙ୍କ ମଳ, ଲାଳ ଓ ରକ୍ତ ନମୁନା ଭେଲୋର ସ୍ଥିତ ପରୀକ୍ଷାଗାର କୁ ପଠା ଯାଇ ଥିଲା . ମାତ୍ର ସେଠାରୁ ବାର୍ଡ଼ ଫ୍ଲୁ ରିପୋର୍ଟ ଆସିବା ପରେ ପ୍ରଥମ ସଂକ୍ରମିତ ସ୍ଥାନ ଆବଲପୁର ଗ୍ରାମ ଓ ଏହାର ଏକ କିଲୋମିଟର ଭିତରେ ଥିବା ଫାର୍ମ ରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି. ଅଭିଯାନରେ 65 ସଦସ୍ୟ ବିଶିଷ୍ଟ ତେରୋଟି ରାପିଡ଼ ରେସପନ୍ସ ଟିମ ତେଇଶି ପୁର, ସହଜ ପୁର, ନୂଆଗୋଡି ଆଦି ଅଂଚଳରେ ଶନି ଏବଂ ରବିବାର ଦୁଇଦିନ ରେ ପାଞ୍ଚ ହଜାର ସାତଶହ ଅଣଚାଶ କୁକୁଡ଼ା ମାରି ପୋତିଛନ୍ତି ଏବଂ ଫାର୍ମ ଗୁଡିକୁ ରାସାୟନିକ ପ୍ରକିୟାରେ ବିଶୋଧନର ବ୍ୟବସ୍ଥା କରିଛନ୍ତି.ଏହିପରି ଆଗକୁ କୋଡିଏ ହଜାର କୁକୁଡ଼ା ମରାଯିବ ବୋଲି ବିଭାଗୀୟ ଅଧିକାରୀଙ୍କ ସୂତ୍ରରୁ ଜାଣିବାକୁ ମିଳିଛି.ବାର୍ଡ଼ ଫ୍ଲୁ ଯେପରି ଜନବସତିକୁ ନବ୍ୟାପିବ ସେଥିପାଇଁ ବିଭାଗ ପକ୍ଷରୁ ସତର୍କତା ମୂଳକ ବ୍ୟବସ୍ଥା କରାଯାଇଅଛି.ସମ୍ପୃକ୍ତ ବିଭାଗ ପକ୍ଷରୁ କ୍ଷତିଗ୍ରସ୍ଥ କୁକୁଡ଼ା ଚାଷୀଙ୍କୁ ବଡ଼ କୁକୁଡ଼ା ପ୍ରତି 70 ଟଙ୍କା, ଛୋଟ କୁକୁଡ଼ା ପ୍ରତି 30 ଟଙ୍କା ପ୍ରଦାନ କରା ଯାଇଅଛି.ତେବେ ଏହା ସମୁଦ୍ରକୁ ଶଙ୍ଖେ ଏହି ରୋଗ ପାଇଁ ଚାଷୀ ମାନେ ବ୍ୟାପକ କ୍ଷତି ର ସମ୍ମୁଖୀନ ହେବାକୁ ଯାଉ ଥିବାର କୁକୁଡ଼ା ଚାଷୀଙ୍କ ସୁତରୁ ପ୍ରକାଶ