Odisha news

ରାଜଘାଟ ନିକଟରେ ଗୋରୁ ବୋଝେଇ ପିକଅପ ଭ୍ଯାନ ଦୁର୍ଘଟଣା

0

ଭାରସାମ୍ଯ ହରାଇ ଜାତୀୟ ରାଜପଥ ରୁ 20 ଫୁଟ ତଳକୁ ଖସି ପଡିଲା ଗୋରୁ ବୋଝେଇ ପିକଅପ ଭ୍ଯାନ, ଘଟଣା ସ୍ଥଳରେ ଗୋଟିଏ ଗୋରୁ ମୃତ୍ଯୁ ହୋଇଥିବା ବେଳେ ଏକାଧିକ ଗୋରୁ ଗୁରୁତର ହୋଇଛନ୍ତି, ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥ ର ରାଜଘାଟ ବ୍ରିଜ ନିକଟରେ ଘଟିଛି ଦୁର୍ଘଟଣା, ସୂଚନା ଅନୁଯାୟୀ ଓଡିଶା ରୁ ପଶ୍ଚିମବଙ୍ଗ କୁ ପିକଅପ ଭ୍ଯାନ ରେ ବେଆଇନ ଭାବରେ ଗୋରୁ ବୋଝେଇ କରି ଦ୍ରୂତଗତିରେ ଯାଉଥିବା ବେଳେ ରାଜଘାଟ ବ୍ରିଜ ନିକଟରେ ଗାଡି ଟି ଭାରସାମ୍ଯ ହରାଇ ରାସ୍ତା ରୁ 15 ଫୁଟ ତଳକୁ ଖସି ପଡିଥିଲା, ସ୍ଥାନୀୟ ଲୋକେ ପହଞ୍ଚି ମୃତାହତ ଗୋରୁ ଗୁଡିକୁ ଉଦ୍ଧାର କରି ବସ୍ତା ପୋଲିସ କୁ ଖବର ଦେଇ ଥିଲେ, ଖବର ପାଇ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply