ଫୁଲନଖରା : ବିଶିଷ୍ଟ ସାମ୍ୟବାଦୀ ନେତା ତଥା ପ୍ରାକ୍ତନ ବିଧାୟକ ରାମକୃଷ୍ଣ ପତିଙ୍କ ଶ୍ରାଦେ୍ଧାତ୍ସବ ଭୁବନେଶ୍ୱର ମହାନଗର ନିଗମ ୪ନମ୍ବର ୱାର୍ଡ଼ ଅନ୍ତର୍ଗତ ବଙ୍ଗୁଆରୀ ଗ୍ରାମରେ ପାଳିତ ହୋଇଛି ।
ପ୍ରଥମେ କୁଆଖାଇ ନଦୀରେ ତିଳତର୍ପଣ କରାଯିବା ପରେ ଅଧ୍ୟାପକ ରମାକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବେଦ ବିଦ୍ୟାର୍ଥୀ ସୁରେନ୍ଦ୍ରନାଥ ଛୋଟରାୟ, ଅଭୟ ବଡ଼ଜେନା, ସଂକୀର୍ତ୍ତନ ସେବକ ଲକ୍ଷ୍ମୀଧର ବେହେରା, ଶିକ୍ଷାବିତ ଶତୃଘ୍ନ ସାହୁ, ନିର୍ମଳ ସାହୁ, ବଂଶୀଧର ସାହୁ, ସୁଦାମ ସାହୁ, ସଂଗୀତଜ୍ଞ ବଶିଷ୍ଠ ନାୟକ, ଚିତ୍ରଶିଳ୍ପୀ ନିର୍ମଳ ନାୟକ, ଅକ୍ଷୟ ଲେଙ୍କା, ପୂର୍ଣ୍ଣଚନ୍ଦ୍ର ବାରିକ, ସରୋଜ ପାଢ଼ୀ, ଭାଗୀରଥି ଭଟ, ମାନସ ରାଉତରାୟ, ଶୈଳେନ୍ଦ୍ର ରାଉତରାୟ, ଦେବେନ୍ଦ୍ର ସାହୁ, ମୁରଲୀଧର ସାହୁ, ପ୍ରଫୁଲ ସାହୁ ପ୍ରମୁଖ ଉପସ୍ଥିତ ହୋଇ ଓଡ଼ିଶାର ପ୍ରମୁଖ ସାମ୍ୟବାଦୀ ଆନେ୍ଦାଳନରେ ଭାଗ ନେଇ କୃଷକ ଓ ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା ଦିଗରେ ଆଜୀବନ ସଂଘର୍ଷ କରି ବହୁବାର ପୁଲିସ ଲାଠିମାଡ଼ ଓ ନିର୍ଯ୍ୟାତନାର ଶିକାର ଓ କାରାବରଣ କରିଥିବା ସ୍ୱର୍ଗତ ପତିଙ୍କ ସ୍ମୃତିଚାରଣ କରିଥିଲେ ।
ତାଙ୍କ ଉଦ୍ୟମରେ ପଟିଆ ବନ୍ଧ ନିର୍ମାଣ ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବବୋଲି ମତ ପ୍ରକାଶ ପାଇଥିଲା । ଏହି ଅବସରରେ ତାଙ୍କର ଏକ ପ୍ରତିମୂର୍ତ୍ତୀ ନିର୍ମାଣ ପାଇଁ ଗ୍ରାମବାସୀମାନେ ନିଷ୍ପତ୍ତି ଗ୍ରହଣ କରିଥିଲେ । ରାଜକିଶୋର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୦୨ତମ ଶ୍ରାଦେ୍ଧାତ୍ସବ ଉପଲକ୍ଷେ ତାଙ୍କ ଅମ୍ଳାନ ସ୍ମୃତି ଉଦେ୍ଦଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।