ଫୁଲବାଣୀ : ଫୁଲବାଣୀ ସହରକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି କେହି ଘରୁ ବାହାରକୁ ନବାହାରିବାକୁ ନିୟମ କରାଯାଇଥିବା ସତ୍ୱେ ଆଜି କେନ୍ଦୁପଦର ଠାରେ ଜଣେ ଡାକ୍ତର ତାଙ୍କ ନିର୍ମାଣାଧିନ ଘର କାମ କରାଉଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ଉପଜିଲ୍ଲାପାଳ ଓ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଘଟଣାସ୍ଥଳରେ ପହଂଚି କାମ ବନ୍ଦ କରାଇଥିଲେ ।
ଏଥି ସହ ଉପଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ଟାଉନଥାନା ପୁଲିସ୍ ସେଠାରେ କାର୍ଯ୍ୟ କରୁଥିବା ୨ ଜଣ ମିସ୍ତ୍ରୀ ଓ ୫ ଜଣ ଶ୍ରମିକଙ୍କୁ ଥାନାରେ ଅଟକ ରଖଥିଲେ । ଏହି ମିସ୍ତ୍ରୀ ଓ ଶ୍ରମିକମାନେ ନୟାଗଡ ଜିଲ୍ଲାରୁ ଆସିଥିବା ଜଣା ପଡିଛି । ଜିଲ୍ଲାକୁ ବାହାର ଜିଲ୍ଲାରୁ ବିନା ଅନୁମତିରେ କାହାକୁ ପ୍ରବେଶ କରାଇବାକୁ ଦିଆଯାଉନଥିବା ବେଳେ ଏମାନେ କେମିତି ଫୁଲବାଣୀ ଆସି କାମ କରୁଥିଲେ ତାହା ସନେ୍ଦହ ସୃଷ୍ଟି କରିଛି । ପରେ ପୌର କାର୍ଯ୍ୟ ନିର୍ବହୀ ଅଧିକାରୀ ସେମାନଙ୍କୁ ଜରିମାନା କରି ଛାଡିଥିବା ଜଣା ପଡିଛି ।
