Odisha news

୧୨ ବର୍ଷିୟା ନାବାଳିକା ଦୁସ୍କର୍ମ ଓ ହତ୍ୟା ଅପରାଧିକୁ ଆଜୀବନ ଜେଲ,ଏକ ଲକ୍ଷ ଟଙ୍କା ଜରିମାନା

0

ଫୁଲବାଣୀ,୭ା୭, ଫୁଲବାଣୀ ତ୍ୱରିତ,ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଆଜି ଏକ ୧୨ ବର୍ଷିୟା ନାବାଳିକାକୁ ଦୁସ୍କର୍ମ ଓ ହତ୍ୟା ଘଟଣାର ବିଚାରଣା କରି ମାମଲାର ୧୫ ଜଣ ସାଖିଙ୍କ ବୟାନ,ପୋଷ୍ଟମର୍ଟମ ରିପୋର୍ଟ ଓ ପ୍ରମାଣ ଆଧାରରେ ମାମଲାର ଅଭିଯୁକ୍ତ ବାବାୁଲା ମଲ୍ଲିକ(୨୨)କୁ ଦୋଷୀ ସାବ୍ୟସ୍ତ କରି ତାକୁ ଆଜୀବନ ସଶ୍ରମ କାରା ଦଣ୍ଡାରେ ଦଣ୍ଡିତ କରିଛନ୍ତି । ଏହା ସହିତ ତାକୁ ୨ ଲକ୍ଷ ଟଙ୍କାର ଜାରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ତାକୁ ଅଧିକ ଏକ ବର୍ଷ ୩ ମାସ ଜେଲ ଦଣ୍ଡାଦେଶ କରିଛନ୍ତି ବିଚାରପତି । ଜରିମାନାର ଏକ ଲକ୍ଷ ଟଙ୍କା ମୃତ ପିଡିତାଙ୍କ ପିତାମାତାଙ୍କୁ କ୍ଷତି ପୁରଣ ଆକାରରେ ପ୍ରଦାନ କରିବାକୁ ନିଜ ରାୟରେ ପ୍ରକାଶ କରିଛନ୍ତି ବିଚାରପତି । ମାମଲାକୁ ସ୍ୱତନ୍ତ୍ର ପୋକ୍ସୋକୋର୍ଟର ପିପି ବନମାଳି ବେହେରା ପରିଚାଳନା କରୁଥିଲେ । ସୂଚନା ଅନୁସାରେ ପିଡିତାଙ୍କ ଗ୍ରାମର ଅଭିଯୁକ୍ତ ବାବୁଲା ଗତ ୨୦୧୭ ମସିହା ଜୁନ ମାସ ୨୮ ତାରିଖ ରାତିରେ ପିଡିତାକୁ ତାଙ୍କ ଘର କାନ୍ଥର ଈଟାକୁ ବାହାର କରି ଅପହରଣ କରି ନେଇ ତା ସହିତ ଜୋରଜବରଦସ୍ତ କରି ତା ସହିତ ଦୁସ୍କର୍ମ କରିଥିଲା ।

ତାପରେ ପିଡିତା ତା ସହିତ ବିବାହ କରିବାକୁ କହିବାରୁ ପରଦିନ ପିଡିତାକୁ ନେଇ ସେ ଗାଁ ନିକଟରେ ଥିବା ବାର୍ସାଜାଗି ଗାଁର ଏକ କଲର୍ଭଟ ତଳେ ରାତି୍ରଯାପନ କରିଥିଲେ । ତଥାପି ସେମାନଙ୍କୁ ଲୋକେ ଦେଖି ନେବାର ଭୟ ଥିବାରୁ ପିଡିତାକୁ ନେଇ ସେ ବିଭିନ୍ନ ଜଙ୍ଗଲ ଅଂଚଳରେ ଲୁଚିଥିଲା । ହେଲେ ପିଡିତା ଅଭିଯୁକ୍ତକୁ ବାହା ହେବାକୁ କହିବାରୁ ଅଭିଯୁକ୍ତ ତାଠାରୁ ମୁକ୍ତି ପାଇବାକୁ ପିଡିତାର ତଣ୍ଟି ଚିପି ହତ୍ୟା କରିବା ସହିତ ତାର ଶବକୁ ନିକଟରେ ଥିବା ଦୁଇଟି ପଥର ସନ୍ଧି ଭିତରେ ଫିଙ୍ଗି ଦେଇ ଚାଲି ଆସିଥିଲା । ପିଡିତାକୁ ନ ପାଇ ଘର ଲୋକେ ଟିକାବାଲି ଥାନାରେ ଏକ ଅଭିଯୋଗ ଦେଇଥିଲେ । ଅଭିଯୋଗ ଅନୁସାରେ ଟିକାବାଲି ଥାନା ପୋଲିସ ଏକ ମାମଲା ୩୪/୨୦୧୭ ରୁଜ୍ଜୁ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଘଟଣାର ତଦନ୍ତ କରିବା ପରେ ପୋଲିସ ଅଭିଯୁକ୍ତ ବାବୁଲାକୁ ଗିରଫ କରିଥିଲା । ବାବୁଲା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘଟଣା ସ୍ଥଳକୁ ଯାଇ ସେଠାରେ ପିଡିତାର ଶବକୁ ଦେଖେଇବା ସହିତ ସେ କିପରି ତାର ହତ୍ୟା କରିଥିଲା ତାହା ମଧ୍ୟ କରି ଦେଖାଇଥିଲା । ପରେ ପୋଲିସ ବାବୁଲାକୁ କୋର୍ଟରେ ହାଜର କରାଇଥିଲା । ଆଜି ଏହି ମାମଲାର ବିଚାରଣ କରି ଉପୋରୋକ୍ତ ରାୟ ଶୁଣାଇଛନ୍ତି ବିଚାରପତି ।

 

Leave A Reply