ଫୁଲବାଣୀ,୨୬ା୧୧(Santosh Mishra) : କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତି ଏବଂ ଅନ୍ୟାନ୍ୟ ନିତୀ ବିରୋଧରେ ଆଜି ଦେଶର ୧୦ଟି ଟ୍ରେଡ ୟୁନିୟନର ଆଜି ଦେଶବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । କନ୍ଧମାଳ ଜିଲ୍ଲାରେ ମଧ୍ୟ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ (ଆଇ.ଏନ.ଟି.ୟୁ.ସି) ପକ୍ଷରୁ ବିକ୍ଷୋଭ ଓ ଶୋଭାଯାତ୍ରା କରାଯାଇଥିଲା । ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜିଲ୍ଲା ସଭାପତି ଘନକୁମାର ଶବରଙ୍କ ନେତୃତ୍ୱରେ ସ୍ଥାନୀୟ ମୁଖ୍ୟ ବଜାର ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏବଂ ମୁଖ୍ୟ ସଡକରେ ବୁଲି ବୁଲି ପିକେଟିଙ୍ଗ କରାଯାଇଥିଲା । ଖୋଲାଥିବା ଦୋକାନ ବଜାର ସବୁକୁ ବନ୍ଦ କରାଯାଇ କେନ୍ଦ୍ର ସରକାରଙ୍କ କୃଷକ ମାରଣ ନିତୀ ବିରୋଧରେ ଡାକରା ଦିଆଯାଇଥିବା ଏହି ବନ୍ଦକୁ ସଫଳ କରିବାକୁ ଲୋକଙ୍କୁ ଆହ୍ୱାନ ଦିଆ ଯାଇଥିଲା ।
ପଳରେ ଫୁଲବାଣୀରେ ଦୋକାନ ବଜାର,ଗାଡିମଟର ଚଳାଚଳ,ସମସ୍ତ ବ୍ୟାଙ୍କର ଶାଖା ଇତ୍ୟାଦି ବନ୍ଦ ରହିଥିଲା । ଏଥିରେ କନ୍ଧମାଳ ମଜଦୁର ସଂଘର ବଳଦେବ ବେହେରା,ପ୍ରଫୁଲ୍ଲ ବେହେରା,ତି୍ରନାଥ ବେହେରା,ଫିଲିପ ଦିଗାଲ,ହେମନ୍ତ କର,କନ୍ଧମାଳ ଜିଲ୍ଲା ଯୁବକଂଗ୍ରେସ ସଭାପତି ବସନ୍ତ କୁମାର ପାଢୀ,ମନୋଜ ସାହାଣୀ,ଶିବଶଙ୍କର ବେହେରା,ଗୌର ବେହେରା,ମୃତୁଞ୍ଜୟ ପ୍ରଧାନ ଏବଂ ରାଧାକାନ୍ତ ଦିଗାଲଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଏହି ଆନେ୍ଦାଳନରେ ଯୋଗ ଦେଇଥିଲେ ।
ସେହିପରି ଜିଲ୍ଲାର ବାହ୍ମଣୀଗାଁରେ ବିଭିନ୍ନ ଟ୍ରେଡ ୟୁନିୟନ ଅଖିଳ ଭାରତୀୟ କୃଷକ ସମନ୍ୱୟ ସମିତି ଏହି ଧର୍ମଘଟକୁ ସମର୍ଥନ ଜଣାଛି । ସେହିପରି ବ୍ରାହ୍ମଣୀ ଗାଁର ବନବାସୀ ସୁରକ୍ଷା ପରିଷଦ,ଚାଷି ମୁଲିଆ ସଂଗ୍ରାମ ପରିଷଦ ପକ୍ଷରୁ ଶୋଭାଯାତ୍ରା ଓ ଧର୍ମଘଟ କରାଯାଇଛି । ତେବେ ଜିଲ୍ଲା ସଦରମହକୁମା ଫୁଲବାଣୀ ସମେତ ବ୍ରାହ୍ମଣିଗାଁ,ଦାରିଙ୍ଗବାଡି ସମେତ ଅନ୍ୟାନ୍ୟ ଅଂଚଳରେ ଏହି ବନ୍ଦ ଏବଂ ଧର୍ମଘଟ ଡାକରା ଆଂଶିକ ସଫଳ ହୋଇଥିବା ବେଳେ ବାଲିଗୁଡା,କ.ନୁଆ ଗାଁ,ତୁମୁଡିବନ୍ଧ,ଖଜୁରିପଡା,ଟିକାବାଲି,ଘୁ.ଉଦୟଗିରି,ରାଇକିଆ ଏବଂ ଫିରିଙ୍ଗିଆ ଅଦି ଅଂଚଳ ଗୁଡିକରେ ଏହାର ପ୍ରଭାବ ଦେଖିବାକୁ ମିଳିନଥିଲା ।