Odisha news

କନ୍ଧମାଳରେ ଦୁଇ ଦିନରେ ୨ ସଂକ୍ରମିତ ଚିହ୍ନଟ ଜିଲ୍ଲାରେ ମୋଟ ୫,୮୮୧

0

ଫୁଲବାଣୀ,୨୬ା୧୧(Santosh Mishra) :  କନ୍ଧମାଳ ଜିଲ୍ଲାରେ କୋଭିଡ ସଂକ୍ରମଣ କମିବାରେ ଲାଗିଛି । ଗତ ଦୁଇ ଦିନରେ କେବଳ ଦୁଇ ଜଣ ନୁଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏହାକୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକା୍ରନ୍ତଙ୍କ ସଂଖ୍ୟା ୫,୮୮୧ହୋଇଛି । ସମସ୍ତ ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଆଜି ସୁଦ୍ଧା ୫,୮୧୮ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୩୩ ରହିଛି ।

ଆଉ ୩୦ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିସôିତ ହେଉଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଗତକାଲି ଏବଂ ଆଜି ଚିହ୍ନଟ ହୋଇଥିବା ନୁଆ ସଂକ୍ରମିତ ମାନଙ୍କ ମଧ୍ୟରୁ ଗତକାଲି ଜିଲ୍ଲାର ରାଇକିଆ ଅଂଚଳର କାଟିଙ୍ଗିଆର ଜଣେ ୬୦ ବର୍ଷୀୟ ପୁରୁଷ ରହିଥିବାବେଳେ ଆଜି ବାଲିଗୁଡା ଅଂଚଳର ଜଣେ ୭୦ ବର୍ଷୀୟ ପୁରୁଷ ରହିଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡିଛି । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଅତି ଅବଶ୍ୟକ ନଥିଲେ ଘରୁ ବାହାରିବାକୁ ବାରଣ କରାଯାଇଛି । ଅତି ଜରୁରୀ କାମରେ ବାହାରକୁ ବାହାରିବା ବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ କୋଭିଡ ନିୟମକୁ ମାନି ଚଳିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି ।

IEC 2 years
Leave A Reply