Odisha news

କନ୍ଧମାଳ ଜିଲ୍ଲାରେ ୯ଟି ବ୍ଳକରେ ଆଜି କୋଭିଡ ସଂକ୍ରମିତ ଶୁନ୍ : ୩ଟି ବ୍ଳକରେ ୩ ଜଣ ନୁଆ ସଂକ୍ରମିତ ଚିହ୍ନଟ ମୋଟ ୫,୮୭୬

0

ଫୁଲବାଣୀ,୨୩/୧୧, କନ୍ଧମାଳ ଜିଲ୍ଲାର ୧୨ଟି ବ୍ଳକରୁ ୯ଟି ବ୍ଳକରେ ଆଜି ନୁଆ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଶୁନ୍ ରହିଥିବା ବେଳେ ଜିଲ୍ଲାର ଆଉ ୩ଟି ବ୍ଳକରେ ୩ ଜଣ ନୁଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକା୍ରନ୍ତଙ୍କ ସଂଖ୍ୟା ୫,୮୭୬ ହୋଇଛି । ସମସ୍ତ ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଆଜି ସୁଦ୍ଧା ୫,୮୦୩ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୩୩ ରହିଛି । ଆଉ ୪୦ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିସôିତ ହେଉଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଆଜିର ସଂକ୍ରମିତ ମାନଙ୍କ ମଧ୍ୟରୁ ଜିଲ୍ଲାର ଫୁଲବାଣୀ ପୌରାଂଚଳରେ,ବାଲିଗୁଡାରେ ଏବଂ ରାଇକିଆରେ ଜଣେ ଲେଖାଏଁ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଅତି ଅବଶ୍ୟକ ନଥିଲେ ଘରୁ ବାହାରିବାକୁ ବାରଣ କରାଯାଇଛି । ଅତି ଜରୁରୀ କାମରେ ବାହାରକୁ ବାହାରିବା ବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ କୋଭିଡ ନିୟମକୁ ମାନି ଚଳିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି ।

Leave A Reply