Odisha news

କନ୍ଧମାଳ ପୋଲିସ ସହୀଦ ଜବାନଙ୍କୁ ବାଦ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ

0

ଫୁଲବାଣୀ (Santosh Mishra) :  ଆଜି କନ୍ଧମାଳ ପୁଲିସ ବିଭାଗ ତରଫରୁ ଫୁଲବାଣୀର ବିଭିନ୍ନ ସ୍ଥାନରେ କାର୍ଯ୍ୟରେ ନିୟୋଜିତ ଥିବାବେଳେ ସହୀଦ ହୋଇଥିବା ପୋଲିସ ଜବାନ ମାନଙ୍କ ସମେତ କରୋନାରେ କାର୍ଯ୍ୟରତ ଅବସ୍ଥାରେ କୋଭିଡରେ ଆକ୍ରନ୍ତ ହୋଇ ମୃତୁ୍ୟ ବରଣ କରିଥିବା ଜବାନ ମାନଙ୍କ ଉଦେଶ୍ୟରେ ବାଦ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ଏହା ସହିତ ସେଠାରେ ସେମାନଙ୍କର ସ୍ମୃତି ଚାରଣ ମଧ୍ୟ କରାଯାଇଛି ।

ଆଜି କନ୍ଧମାଳ ପୋଲିସ ବିଭାଗ ତରଫରୁ ଫୁଲବାଣୀ ସହରର ମାଦିକୁନ୍ଦା ଛକ,ବିଜୁପଟ୍ଟନାୟକ ଛକ,ଗାନ୍ଧୀ ଛକ,ଗୋପବନ୍ଧୁ ଛକ ଏବଂ କୋର୍ଟ ଛକ ଭଳି ୫ଟି ଜନ ଗହଳି ଯାଗାରେ ପୋଲିସ ବିଭାଗର ସହୀଦ ଜବାନ ନାରେଙ୍ଗା ମଲ୍ଲିକ,ସହୀଦ ସଂଗ୍ରାମ କୁମାର ଲେଙ୍କା,ସହୀଦ ସୁନାଶିର ଜାନୀ ଓ ସହୀଦ ଉମାକାନ୍ତ ଜାନୀଙ୍କ ତ÷÷ଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ଏହି ପୋଲିସ ଜବାନ ମାନେ ୨୦୧୨ ମସିହା ଜାନୁୟାରୀ ୫ ତାରିଖରେ କନ୍ଧମାଲ ଜିଲ୍ଲା କୋଟଗଡ ଶ୍ରୀରାମପୁର ଘାଟିରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସହୀଦ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ ଯୋଗ ଦେଇ ସହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ପୋଲିସ ଆର.ଆଇ ଧର୍ମେନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋଭିଡ ସଂକ୍ରମଣ ରୋକିବା କାର୍ଯ୍ୟରେ ନିୟୋଜିତ ହୋଇଥିବା ଜବାନ ମାନଙ୍କ ମଧ୍ୟରୁ କରୋନାରେ ଆକ୍ରନ୍ତ ହୋଇ ମୃତୁ୍ୟ ବରଣ କରିଥିବା କରୋନା ଯୋଦ୍ଧା ମହାଜନ ପ୍ରଧାନ,ସୁବାଷ ସାହୁ,ଉନେଶ କୁମାର ନାୟକ ଓ ବାଲି କହଁରଙ୍କୁ ମଧ୍ୟ କୋଭିଡରେ ସେବ ପ୍ରଦାନ ସମୟରେ ରୋଗରେ ଆକ୍ରନ୍ତ ହୋଇ ବଳିଦାନ ଦେଇଥିବା କରୋନା ଯୋଦ୍ଧାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା ।

ଏଥିରେ ପୋଲିସ ବିଭାଗର ବ୍ୟାଣ୍ଡ ବାଦ୍ୟ ବଜାଇ ସହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ଜିଲ୍ଲା ପୋଲିସ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିପିନ ବିହାରୀ ବେହେରା,ପୋ୍ରବେସନ ଆଇ.ପି.ଏସ ଅଭିନବ ଶଙ୍କର,ଡି.ଏସ.ପି କୃଷ୍ଣ ପ୍ରସାଦ ପଟ୍ଟନାୟକ,ଆଲବିନଓ କେରକେଟା,ଏସ.ଡି.ପି.ଓ ମହେନ୍ଦ୍ରନାଥ ମୁର୍ମୁ,ଇନିସ୍ପେକ୍ଟର ତି୍ରପତି ଚୌଧୁରୀ,ଫୁଲବାଣୀ ଟାଉନ ଥାନା ଅଧିକାରୀ ଶୁସାନ୍ତ କୁମାର ସେଠୀ,ସମୀର କୁମାର ରାଉତଙ୍କ ସମେତ ପୋଲିସ ବ୍ୟାଣ୍ଡ ବାହୀନିର ସମସ୍ତ କର୍ମଚାରୀ ମାନେ ଯୋଗ ଦେଇ ସହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ।

 

Nalco
Leave A Reply