ଫୁଲବାଣୀ (Santosh Mishra) : ଫୁଲବାଣୀର ସର୍ବପୁରାତନ ବିଦ୍ୟାଳୟ ଆଲଫ୍ରେଡ ଜେମସ ଓଲେନବେଚ୍ (ଏଜେଓ) ହାଇସ୍କୁଲର ଶିକ୍ଷୟତ୍ରୀ ସେବତୀ ଦାସ ଅବସର ଗ୍ରହଣ କରିଛନ୍ତି । ସେଥିପାଇଁ ତାଙ୍କୁ ଆଜି ଏନେଇ ବିଦ୍ୟାଳୟ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲ୍ଲିପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ବରିଷ୍ଠ ଶିକ୍ଷକ ଓ ଶିକ୍ଷୟତ୍ରୀ ବ୍ରହ୍ମାନନ୍ଦ ଦାସ ,ପ୍ରମିଳା ସିଂ , କଲୋଳିନି ଦାସ , ଇତିଶ୍ରୀ ପଟନାୟକ,କୁନି ବେହେରା, ମଳୟ ମଞ୍ଜରି ଓ ମନୋ ରଞ୍ଜନ ଦାସ , ସଞ୍ଜିବ ପାଣିଗ୍ରାହୀ , ସମୀରା ସାହୁ , ସୌଦାମିନି ମହାପାତ୍ର ପ୍ରମୁଖ ଅବସର ଗ୍ରହଣ କରିଥିବା ଶିକ୍ଷୟତ୍ରୀଙ୍କ ବିଦ୍ୟାଳୟ ପ୍ରତି ଥିବା ଭୂମିକା ଉପରେ ଉଦ୍ବୋଧନ ଦେଇଥିଲେ । ବିଦା୍ୟକାଳୀନ ସମ୍ବର୍ଦ୍ଧନା ସଭାରେ ଅବସର ଗ୍ରହଣ କରିଥିବା ଶିକ୍ଷୟତ୍ରୀଙ୍କୁ ଉଢୌକନ ସହିତ ଏକ ଉପହାର ପ୍ରଦାନ କରିବା ସହିତ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟୀତ୍ରୀମାନେ ତାଙ୍କର ଦୀର୍ଘଜୀବନ କାମନା କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତଥିଲେ ।