ଫୁଲବାଣୀ ଓକିଲ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏବଂ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଦାବୀ ପତ୍ର ପ୍ରଦାନ : କିମସରେ ସ୍ୱତନ୍ତ୍ର ପିପି ସୁରେଶ ମହାପାତ୍ରଙ୍କ ମୃତୁ୍ୟର ତଦନ୍ତ , ଫୁଲବାଣୀ କୋଭିଡ ଡାକ୍ତରଖାନାରେ ଅବ୍ୟବସ୍ଥା ସୁଧାରିବାକୁ ଦାବୀ
ଫୁଲବାଣୀ (ସନ୍ତୋଷ ମିଶ୍ର ) : କନ୍ଧମାଲ ଜିଲ୍ଲାରେ କରୋନାର ଭୟାବହତା ଧିରେଧିରେ ବଢିବାରେ ଲାଗିଛି । ଏହାସହିତ ତାଳ ଦେଇ କରୋନା ସଂକ୍ରମିତଙ୍କ ମୃତୁ୍ୟ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟ ପକ୍ଷରେ ଫୁଲବାଣୀରେ ଥିବା କୋଭିଡ ହସପିଟାଲ ଓ କୋଭିଡ କେୟାର ସେଣ୍ଟର ଗୁଡିକରେ ଚରମ ଅବ୍ୟବସ୍ଥା ହେଉଥିବା କୋଭିଡ ସଂକ୍ରମଣରୁ ମୁକ୍ତ ହେବାପରେ ଘରକୁ ଫେରିଥିବା ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି । ସେହିପରି ଗତ ୧୫ ତାରିଖରେ ଫୁଲବାଣୀ କୋଭିଡ ହସପିଟାଲରୁ ରେଫର ହୋଇ ଭୁବନେଶ୍ୱର କିମସରେ ଥିବା କୋଭିଡ ହସପିଟାଲରେ ଭର୍ତି କରାଯାଇ ସେଠାରେ ତାଙ୍କର ଚିକିସôାରେ ଅବହେଳା ହେବା ସହିତ ତାଙ୍କର ମୃତୁ୍ୟର ୧୮ ଘଣ୍ଟାପରେ ତାଙ୍କ ପରିବାରକୁ ହସପିଟାଲ ପକ୍ଷରୁ ସୁଚନା ଦିଆଯିବା ଭଳି ଅବ୍ୟବସ୍ଥାର ତଦନ୍ତ କରିବାକୁ ଫୁଲବାଣୀ ବାର ଆସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀ ପତ୍ର କରାଯାଇଛି । ସେହିପରି କନ୍ଧମାଳ ଜିଲ୍ଲାରେ ଥିବା କୋଭିଡ ହସପିଟାଲ ସମେତ ବିଭିନ୍ନ କୋଭିଡ କେୟାର ସେଣ୍ଟରରେ ଚରମ ଅବହେଳା ହେଉଥିବା ନେଇ କନ୍ଧମାଳ ଜିଲ୍ଲାପାଳଙ୍କୁ ମଧ୍ୟ ଆଉ ଗୋଟିଏ ଦାବୀପତ୍ର ପ୍ରଦାନ କରାଯାଇଛି ।
ଆଜି ଫୁଲବାଣୀ ବାର ଆସୋସିଏସନ ପକ୍ଷରୁ ଗତ ୧୫ ତାରିଖରେ ଫୁଲବାଣୀରେ କୋଭିଡ ସଂକ୍ରମିତ ହେବାପରେ ସ୍ୱତନ୍ତ୍ର ଭିଜିଲାନ୍ସ ପିପି ସୁରେଶ ମହାପାତ୍ରଙ୍କୁ ପ୍ରଥମେ ଫୁଲବାଣୀରେ ଥିବା କୋଭିଡ ହସପିଟାଲରେ ଭର୍ତି କରାଯାଇ ପରେ ତାଙ୍କୁ ଭୁବନେଶ୍ୱର କିମସ କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ତାଙ୍କର ଠିକ ଭାବରେ ଚିକିସôା କରାଯାଇନ ଥିବା ଯୋଗୁଁ ତାଙ୍କର ଚିକିସôିତ ଅବସ୍ଥାରେ ୩ ଦିନ ଭିତରେ ମୃତୁ୍ୟ ହୋଇଥିଲା । କେବଳ ସେତିକି ନୁହେଁ ମୃତୁ୍ୟର ଖବରକୁ ତାଙ୍କ ପରିବାରକୁ ମୃତୁ୍ୟର ୧୮ ଘଣ୍ଟା ପରେ କିମସ କର୍ତୃପକ୍ଷ ସୁଚନା ଦେଇଥିଲେ ଯାହାକି ଏହିଭଳି ଦୁର୍ବଳ ସମୟରେ କୋଭିଡ ହସପିଟାଲ ଭଲି ଏକ ଦାୟୀତ୍ୱବାନ ଅନୁଷ୍ଠାନର କର୍ତୃପକ୍ଷଙ୍କ ଠାରୁ ଚରମ ଅବହେଳା ଆମେ ଆଶା କରିନଥିଲୁ ବୋଲି ଉଲ୍ଲେଖ ରହିଛି ଏହି ଦାବୀ ପତ୍ରରେ ।
ତେଣୁ ସ୍ୱର୍ଗତ ସୁରେଶ ମହାପାତ୍ରଙ୍କ ଚିକିସôା ଏବଂ ମୃତ୍ୟୁର କାରଣ ସହିତ ତାଙ୍କ ପରିବାର ପ୍ରତି କରାଯାଇଥିବା ଏହି ଅବହେଳାର କାରଣ ବାବଦରେ ତୁରନ୍ତ ତଦନ୍ତ କରାଯାଇ ବାର ଆସୋସିଏସନକୁ ଜଣଇବାକୁ ଅନୁରୋଧ କରାଯାଇଛି । ଫୁଲବାଣୀରେ ଥିବା କୋଭିଡ ହସପିଟାଲରେ ଯଥେଷ୍ଟ କର୍ମଚାରୀ ନିଯୁକ୍ତି କରାଯିବା ସହିତ ହସପିଟାଲରେ ଉନ୍ନତ ମାନର ଚିକିସôା ପଦ୍ଧତିରେ ଭରପୁର କରି ଜିଲ୍ଲାରେ କୋଭିଡ ସଂକ୍ରମଣକୁ ବୃଦ୍ଧି ପାଇବାରେ ରୋକିବାକୁ ନିବେଦନ କରି ଏକ ଦାବୀ ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କୁ ବାର ଆସୋସିଏସନର ଅଧ୍ୟକ୍ଷ ଚନ୍ଦ୍ରଶେଖର ମିଶ୍ର,ଆଇନଜୀବି ପ୍ରତାପ ପାତ୍ର,ଭଗବାନ ମହାନ୍ତି,ଚନ୍ଦ୍ରଶେଖର ପରିଡା,ବିରେନ୍ଦ୍ର ସୁବୁଦ୍ଧି,ବିଣାପାଣୀ ପ୍ରଧାନ,କୃଷ୍ଣଚନ୍ଦ୍ର୍ର ସେନାପତି ଓ ଜୀତେନ୍ଦ୍ର ସାହୁ ପ୍ରମୁଖ ତାଙ୍କ କାର୍ଯ୍ୟାଳୟରେ ଯାଇ ପ୍ରଦାନ କରିଛନ୍ତି ।
ସେହିପରି କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡିଙ୍କୁ ମଧ୍ୟ ଫୁଲବାଣୀରେ ଥିବା କୋଭିଡ ହସପିଟାଲରେ ଯଥେଷ୍ଟ ଡାକ୍ତରଙ୍କ ସମେତ କର୍ମଚାରୀ ମଧ୍ୟ ନିଯୁକ୍ତି କରାଯାଇ କରୋନା ସଂକ୍ରମିତଙ୍କୁ ସଠିକ୍ ସେବା ପ୍ରଦାନ କରାଯିବା ସହିତ ଉନ୍ନତ ମାନର େଓøଷଧ ଯୋଗାଇ ଦେବା,ସେଠାରେ ଯଥେଷ୍ଟ ପରିମାଣର ଭେଣ୍ଟିଲେଟର ଓ ଆଇସିୟୁ ନଥିବାରୁ କରୋନା ରୋଗୀ ମାନଙ୍କୁ ସଠିକ ସେବା ପ୍ରଦାନରେ ଅସୁବିଧା ହେଉଥିବା,ସେଠାରେ ଥିବା ଶୌଚାଳୟ ଗୁଡିକରେ ପର୍ଯ୍ୟପ୍ତ ପରିମାଣର ପାଣି ନଥିବା ସହିତ ପାଇଖାନା ଗୁଡିକରେ ପାଣିର ବ୍ୟବସ୍ଥା ମଧ୍ୟ ନଥିବା ଓ କରୋନାରେ ସଂକ୍ରମିତଙ୍କୁ ଉତମ ମାନର ଖାଦ୍ୟ ଖାଇବାକୁ ଡାକ୍ତରଙ୍କ ପରାମର୍ଶ ଥିବାବେଳେ ସେଠାରେ ଥିବା ସଂକ୍ରମିତଙ୍କୁ ଭଲ ଖାଦ୍ୟ ଦିଆଯାଉନ ଥିବା ଯୋଗୁଁ ସେମାନଙ୍କୁ ସେଠାରେ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେଣୁ ଏହିସବୁ ସେବାର ସୁପରିଚାଳନା କରିବା ନେଇ ଏକ ଦାବୀ ପତ୍ର ମଧ୍ୟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।