Odisha news

କୋଭିଡ କଟକଣାରେ ବାହାଘର, ଗହଳି କରି ନାଚଗୀତ କରିବାରୁ ବାପ ପୁଅ ଗିରଫ

0

ଫୁଲବାଣୀ (ସନ୍ତୋଷ ମିଶ୍ର ):  କନ୍ଧମାଳ ଜିଲ୍ଲାରେ କରୋନା କଟକଣା ଥିବାବେଳେ ପୁଅ ବାହାଘର କରିବାକୁ ଯ୍ଧବ ୨ ଶହ ଲୋକଙ୍କୁ ଜମା କରିବାସହିତ ସାମାଜିକ ଦୁରତା ନରଖି ନାଚଗୀତ କରିବା ଆଜି ଜଣେ ଲୋକଙ୍କୁ ମହଙ୍ଗା ପଡିଛି । ଘଟଣା ବାବଦରେ ଖବର ପାଇବା ପରେ ସେଠାରେ ପୋଲିସ ପହଂଚି ବର ପିତାଙ୍କୁ ଏବଂ ମାଇକ ବାଲାକୁ ଥାନାରେ ଅଟକ ରଖା ଯାଇଥିବା ଜଣାପଡିଛି ।

ସୁଚାନା ଅନୁସାରେ ଆଜି ବାଲିଗୁଡା ଥାନା ଅଂଚଳରେ ଥିବା ବାଟାଗୁଡା ଡଂଚାୟତର ତଗାକିଆ ଗ୍ରାମରେ ସେହି ଗ୍ରାମର ପରମେଶ୍ୱର ମଲ୍ଲିକଙ୍କ ପୁଅ ନକୁଳ ମଲ୍ଲିକଙ୍କ ସହିତ ରେବିଙ୍ଗିଆ ଗ୍ରାମପଂଚାୟତର ସାତାମାସ୍କା ଗ୍ରାମର ଲହ ମଲ୍ଲିକଙ୍କ ଝିଅ ପ୍ରିତୀ ମଲ୍ଲିକଙ୍କ ସହିତ ବିବାହ ଆୟୋଜନ ତଗାକିଆ ଗ୍ରାମରେ କରାଯାଇଥିଲା ।

ସେଠାରେ ଉଭୟ ପକ୍ଷର ୨ଶହରୁ ଅଧିକ ଲୋକଙ୍କୁ ଜମା କରାଯାଇ କୋଭିଡ ନିୟମକୁ ଉଲ୍ଲଂଘନ କରିବା ସହିତ କୌଣସି ସାମାଜିକ ଦୁରତା ନ ରଖି ସେଠାରେ ମାଇକ ଓ ବାଜାବାଜଣା ଲଗାଇ ନାଚଗୀତ ସହିତ ବାହାଘର କରାଯାଉଥିଲା । ଖବର ପାଇବାପରେ ବାଲିଗୁଡା ଥାନା ପୋଲିସ ସେଠାରେ ପହଂଚି ବର ନକୁଳ ମଲ୍ଲିକ ଓ ବାପା ପରମେଶ୍ୱର ମଲ୍ଲିକଙ୍କୁ ଥାନାକୁ ଆଣିବା ସହିତ ସେଠାରେ ଲାଗିଥିବା ମାଇକକୁ ମଧ୍ୟ ଜବତ କରିଛି ପୋଲିସ । ଏହି ସଂକ୍ରାନ୍ତରେ ବାଲିଗୁଡା ଥାନାରେ ଏକ ମାମଲା ୧୬୭/୨୦୨୦ ରୁଜ୍ଜୁ କରିବା ସହିତ ବାପ ପୁଅଙ୍କୁ ଗିରଫ କରାଯାଇଥିବା ନେଇ ସୁଚନା ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ସୁତ୍ରରୁ ଜଣାପଡିଛି ।

 

Nalco
Leave A Reply