Odisha news

ମହିଳା ଜନିତ ରୋରରେ ପିଡିତା ଅସହାୟ ଉର୍ମିଳା ଦିଗାଲ ଚିକିତ୍ସ୍ୟାରେ ଅର୍ଥ ସାଜିଛି ବାଧକ

0

ଫୁଲବାଣୀ(Santosh Mishra) : ଗରିବ ଖଟିଖିଆ ଦିନମଜୁରିଆ ଜନସାଧାରଣଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି । ସେଥିପାଇଁ ଆବଶ୍ୟକ ଯନ୍ତ୍ରପାତି ମଧ୍ୟ ଯୋଗାଇ ଦେଉଛନ୍ତି । ଆବଶ୍ୟକ ପରିମାଣର କର୍ମଚାରୀ ନିଯୁକ୍ତି ଦେଇ ଚିକିତ୍ସ୍ୟା ପାଇଁ ଅନେକ ଜନସଚେତନତା କାର୍ଯ୍ୟକ୍ରମ ମାନ ମଧ୍ୟ କରା ହୋଇଥାଉଛି କିନ୍ତୁ ସେହି ସଚେତନତା ବାର୍ତା ଅପହଂଚ ଇଲାକାରେ ପହଂଚି ପାରୁନଥିବାରୁ ଅନେକ ଲୋକ ଏହି ସଚେତନତାର ବହୁଦୁରରେ ରହି ଯାଉଥିବା ଯୋଗୁଁ ଅନେକ କ୍ଷେତ୍ରରେ ଗରିବ ନୀରିହ ଲୋକ ମାନେ ଏହି ସବୁ ଯୋଜନା ଗୁଡିକ ନଜାଣିପାରି ଏହି ସୁବିଧାରୁ ବଂଚିତ ରହି ଅନେକ ରୋଗ ବ୍ୟାଧିରେ ପଡି ରହି ଯାହା ନିଜଘରେ ଥିବା ଧନ ସଂପତିକୁ ବିକି ଖର୍ଚ୍ଚରେ ପଡି ଚଳିତଳାନ୍ତ ହେଇଗଲେ ମଧ୍ୟ ହୋଇପାରୁ ନାହାନ୍ତି ।

ଶେଷରେ ଅର୍ଥ ଅଭାବରୁ ଆଇ ଚିକିତ୍ସ୍ୟା ହୋଇନପାରି ଘରେ ପଡିରହି ଛଟପଟ ହେଉଛନ୍ତି ଏମାନଙ୍କୁ ଉଚିତ ବାଟ ଦେଖାଇବା ପାଇଁ କିମ୍ବା ଏମାନଙ୍କ ଦୁଃଖରେ ସହାୟତା କରିବା ପାଇଁ କେହି ନାହାନ୍ତି । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଳା ଚକାପାଦ ବ୍ଳକ ଅର୍ନ୍ତଗତ ବପଲମେଣ୍ଢି ଗ୍ରାମ ପଂଚାୟତ ଅଧିନସ୍ଥ ଡଙ୍କୁଣି ଗ୍ରାମରେ । ଏହି ଗ୍ରାମର ଗରିବ ଅସହାୟ ମହିଳା ଉର୍ମିଳା ଦିଗାଲ (୪୦)ଅନିୟମିତ ରୁତୁଶ୍ରାବରେ ୧୨ବର୍ଷ ହେବ ପିଡିତ ଅଛନ୍ତି । ଘରେ ଯାହା ଆସବାବ ପତ୍ର ଥିଲା ଏବଂ ଜମିବାଡି ସବୁ ବିକାବିକି କରି ସବୁ ଟଙ୍କା ପଇସାରେ ନିକଟସ୍ଥ ଡାକ୍ତରଖାନାକୁ ଯାଇ ଚିକିତ୍ସ୍ୟା ଲଗାଉଛନ୍ତି । ତଥାପି ଉର୍ମିଳା ଏପର୍ଯ୍ୟନ୍ତ ସୁସ୍ଥ ହୋଇପାରି ନାହିଁ । କାରଣ ଅଧିକ ଅର୍ଥ ନଥିବାରୁ ବାହାରର ବଡ ଡାକ୍ତରଖାନାକୁ ଯାଇ ଭଲ ପରିକ୍ଷା କରିବା ସୁବିଧା ଓ ଚିକିତ୍ସ୍ୟା କରିବା ସୁବିଧା ପାଇପାରିନାହିଁ ।

ସ୍ତ୍ରୀର ଚିକିତ୍ସ୍ୟା ପାଇଁ ଟଙ୍କା ପଇସା ଯୋଗାଡ କରିବାରେ ସ୍ୱାମୀ ଶ୍ରୀକର ଦିଗାଲ ଲାଗିପଡିଥିବା ବେଳେ ଅନ୍ୟ ପକ୍ଷରେ ଘରେ ଚଳିବା ଏବଂ ଛୋଟ ଦୁଇ ପୁଅ ଝିଅ ଏବଂ ସ୍ୱାମୀ ସ୍ତ୍ରୀ ମୁହଁରେ ଦାନା ଯୋଗାଇବା ପାଇଁ ଅହରହ କାର୍ଯ୍ୟ କରିଆସୁଥିଲେ ମଧ୍ୟ ଦାରିଦ୍ର୍ୟତା ଘର ପରିବାରକୁ ଦାଉ ସାଧୁଛି ।

ସରକାରୀ ଯୋଜନା କହିଲେ ୫ ପ୍ରାଣୀ କୁଟୁମ୍ବ ଚାଉଳ ଜଣକୁ ପାଂଚ କେଜି ଲେଖାଏଁ ୨୫ କେଜି ଚାଉଳ ମିଳୁଛି ଯାହାକି ମାସ ସାରା ଚଳିବା କଷ୍ଟ ସାଧ୍ୟ ହେଉଛି ।କହିବାକୁ ଗଲେ ଗୋଟିଏ ଓଳି ଖାଇଲେ ଆର ଓଳିକୁ ଉପାସ ରହିବାକୁ ପଡୁଛି ବୋଲି ଶ୍ରୀକର ଦିଗାଲ ଏବଂ ଉର୍ମିଳା ଦିଗାଲଙ୍କ ଭାଇ ପ୍ରମୋଦ ଗଣ୍ଡା ଗଣମାଧ୍ୟମ ଆଗରେ କୋହଭରା କଣ୍ଠରେ କହିଛନ୍ତି । ଏହି ପରିବାରଙ୍କୁ ଜିଲ୍ଳ ପ୍ରଶାସନ ଓ ସରକାର ଦୃଷ୍ଟି ଦେଇ ସରକାରୀ ସହାୟତା ଓ ଉତମ ଚିକିତ୍ସ୍ୟା କରେଇବା ସହ ସହାୟତାର ହାତ ବଢ଼ାଇବା ପାଇଁ ୫ ପ୍ରାଣୀ କୁଟୁମ୍ବ ସହିତ ଶ୍ରୀକର ଦିଗାଲ,ପ୍ରମୋଦ ଗଣ୍ଡା ସରକାରଙ୍କୁ ଏବଂ ଜିଲ୍ଳା ପ୍ରଶାସନକୁ ଅନୁରୋଧ କରିଛନ୍ତି ।

Nalco
Leave A Reply