ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ତମ ଜନ୍ମଦିନ ପାଳନ ଅବରରେ ସେବା ସପ୍ତାହ , କନ୍ଧମାଳ ବିଜେପି ତରଫରୁ ସ୍ୱେଛାକୃତ ରକ୍ତଦାନ ଶିବିର
ଫୁଲବାଣୀ (Santosh Mishra) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ ତମ ଜନ୍ମଦିନ ପାଳନ ଅବସରରେ ଆଜି କନ୍ଧମାଳ ଭାରତୀୟ ଜନତା ପାର୍ଟି ତରଫରୁ ଫୁଲବାଣୀ ରକ୍ତଭଣ୍ଡାର ପରିସରରେ ଏକ ସ୍ୱେଛାକୃତ ରକ୍ତ ଦାନ ଶିବିରର ଆୟୋଜନ କରାଯାଥିଲା ।
ଏହି ଶିବିରରେ କନ୍ଧମାଳ ଭାଜପାର ଜିଲ୍ଲା ସମ୍ପାଦକ ଭଗବାନ ମହାନ୍ତି, ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ କମଳାକାନ୍ତ ପାଣ୍ଡେ,ପୁର୍ବତନ ଜିଲ୍ଲା ସଭାପତି ଲିଙ୍ଗରାଜ ଦଳବେହେରା,ସଦସ୍ୟ ବିଶ୍ୱରଞ୍ଜନ ସାମନ୍ତରାୟ,ସୁଧାସଂଶୁ ଗୁରୁ,ରାମଚନ୍ଦ୍ର ସୁବୁଦ୍ଧି,ଶଙ୍କର ବେହେରା,ଜିଲ୍ଲା ଭାଜପା ଯୁବ ମୋର୍ଚ୍ଚା ସଭାପତି ରଞ୍ଜିତ କୁମାର ସାହୁ,ଶୁସାନ୍ତ ମହାନ୍ତି,ଜଗନ୍ନାଥ ସାହୁ,ଅମିୟ ଦାସ,ପରେଶ କୁମାର ମହାପାତ୍ର,ନମିତା ବେହେରା,ରମେଶ ମହାନ୍ତିଙ୍କ ସମେତ ଅନେକ କର୍ମକର୍ତା ମାନେ ଯୋଗ ଦେଇ ସ୍ୱେଛାକୃତ ଭାବରେ ରକ୍ତଦାନ କରିଥିଲେ ।
ଏହି ଶିବିରରେ ମୋଟ ୧୯ ୟୁନିଟ ରକ୍ତ ସଂଗୃହିତ ହୋଇଥବା ରକ୍ତ ଭଣ୍ଡାର ସୁତ୍ରରୁ ଜଣାପଡିଛି । ରକ୍ତ ସଂଗ୍ରହ କାର୍ଯ୍ୟରେ ରକ୍ତ ଭଣ୍ଡାରର ଏଲଟି ଶରତ ଚନ୍ଦ୍ର ଭଟ୍ଟ,ଲକ୍ଷ୍ନୀଧର ମଣ୍ଡଳ,ତୁହାରକାନ୍ତ ପ୍ରଧାନ ଓ ବରୁଣ ବେହେରା ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ । ଦଳ ପକ୍ଷରୁ ଅଅୟୋଜିତ ଏହି ସେବା ସପ୍ତାହ ଅବସରରେ ଆଗାମୀ ୫ ଦିନ ଧରି ବୃକ୍ଷରୋପଣ ଏବଂ ଅନ୍ୟାନ୍ୟ ସେବା ମୁଳକ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହେବାର ଯୋଜନା ଥିବା ଜିଲ୍ଲା ସମ୍ପାଦକ ଭଗବାନ ମହାନ୍ତି ସୁଚନା ଦେଇଛନ୍ତି ।