Odisha news

ଅଳ୍ପକେ ବର୍ତିଲେ ଶ୍ରମିକ, ୧୧କେଭି ବିଦୁ୍ୟତ ତାରରେ ଲାଗି ଗୁରୁତର

0

ଫୁଲବାଣୀ,୧୧/୦୯( ସନ୍ତୋଷ ମିଶ୍ର ), କନ୍ଧମାଳ ଜିଲ୍ଳା ଖଜୁରିପଡା ବ୍ଳକର ବଲସକୁମ୍ପା ଦେବୀ ଛକଠାରେ ୧୧ କେଭି ବିଦୁ୍ୟତ୍ ଆଘାତରେ ଗୁତର ଶ୍ରମିକ ଅଳ୍ପକେ ବର୍ତିଲା ଶ୍ରମିକଙ୍କୁ ଜୀବନ । ୧୧କେଭି ବିଦୁ୍ୟତ ତାର ସଂସ୍ପର୍ଷରେ ଆସି ଗୁରୁତ୍ୱର ହୋଇଥିବା ବେଳେ ବିଦୁ୍ୟତ ବିଭାଗ କନିଷ୍ଠ ଯନ୍ତ୍ରୀ ଅନୀଲ କୁମାର ପରିଡାଙ୍କୁ ଫୋନ କରି ବିଦୁ୍ୟତ କାଟିବାକୁ ଖବର କରିଥିଲେ ।

ଖଜୁରିପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିମାଇଁ ଚରଣ ଉଦ୍ଧାରକାରୀ ଆମ୍ବୁଲେନ୍ସ ସେବା ପାଇଁ ବିକଳରେ ଟେଲିଫୋନ ଯୋଗେ ସୁଚନା ଦେବା ସହିତ ଅନୁରୋଧକୁ ବି ଶୁଣିନଥିଲେ ରୋକଠୋକ ମନାକରିଦେଇଥିଲେ । ଶେଷରେ ଗୁରୁତର ଶ୍ରମିକଙ୍କୁ ସେହି ଅବସ୍ଥାରେ ସ୍ଥାନୀୟ ଲୋକେ ଏକ କାର ଯୋଗାଡ କରି ଫୁଲବାଣୀ ମୁଖ୍ୟ ଚିକିସôାଳୟରେ ପହଚାଂଇ ଚିକିସôା କରିବାରେ ସାହାଜ୍ୟ କରିଛନ୍ତି । । ସୁଚନା ଅନୁସାରେ ଉଦ୍ୟାନକୃଷି ବିଭାଗର ଆମ୍ବଗଛ ଚାଷରେ ବାଡ ଦେବାପାଇଁ ତାରଜାଲି ବଣ୍ଡଲ ବୋଝେଇ ଏକ ଟ୍ରକରେ ନିଆଯାଇ ବଲସକୁମ୍ପାରେ ଓହ୍ଲାଇଲା ବେଳେ ସେଠାରେ କମ ଉଚ୍ଚତାରେ ଥିବା ୧୧କେଭି ବିଦୁ୍ୟତ ତାର ସଂସ୍ପର୍ଶରେ ଆସିଥିଲେ ସ୍ଥାନୀୟ ବଲସକୁମ୍ପା ଗ୍ରାମର ଯୁବକ ବିଦୁର ବେହେର ।

ସମିତି ସଭ୍ୟ ସରୋଜ କୁମାର ସାହାଣୀ,ବାବୁଲା ସାହାଣୀ ଓ ଅରୁଣ କୁମାର ସାହାଣୀ ସାଙ୍ଗେ ସାଙ୍ଗେ ଘଟଣା ସ୍ଥଳରୁ ବିଦୁ୍ୟତ ବିଭାଗକୁ ଖବର କରି ବିଦୁ୍ୟତ ସଂଯେ୍ଧଜ୍ଞ ବିଛିନ୍ନ କରି ବିଦୁରକୁ ବିଦୁ୍ୟତ୍ ତାର ପାଖରୁ ଦୁରକୁ ଆଣିଥିଲେ । ତାଙ୍କୁ ଚିକିସôା କେନ୍ଦ୍ରକୁ ନେବାପାଇଁ ଆମ୍ବୁଲେନ୍ସ ସେବା ଠିକ ସମୟରେ ନମିଳିବାରୁ ସେଠାରେ ଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ଖବର ପାଇ ସେଠାରେ ଖଜୁରିପଡା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଟ୍ରକ ଗାଡିଟିକୁ ଜବତ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ରମାକାନ୍ତ ପାତ୍ର ପ୍ରକାଶ କରିଛନ୍ତି । ଘଟଣାପରେ ସେଠାରୁ ଟ୍ରକର ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି ।

 

Govt
Leave A Reply