Odisha news

ସ୍ୱିଡ଼େନ ର ନାଟୋ ସଦସ୍ୟତା ପାଇଁ ବିପଦ : ସ୍ୱିଡ଼େନ ରେ ମସଜିଦ ସମ୍ମୁଖରେ କୋରାନ ଜଳେଇବା ପାଇଁ କାହିଁକି ଅନୁମତି ମିଳିଲା ?

0
ନୁଆଦିଲୀ : ସ୍ୱିଡ଼େନ ପୋଲିସ ପକ୍ଷରୁ ଜଣେ ବ୍ୟକ୍ତିଙ୍କୁ ଇସ୍ଲାମ ର ପଵିତ୍ରଗ୍ରନ୍ଥ କୋରାନ ଜଳାଇ ପ୍ରଦର୍ଶନ କରିବା ମଞ୍ଜୁରୀ ଦେଇଛି l  ଦେଶର ମୁଖ୍ୟ ମସଜିଦ ର ବାହାରେ କୋରାନ କୁ ଜଳାଇ ପ୍ରଦର୍ଶନ କରିବା ପାଇଁ ଜଣେ ବ୍ୟକ୍ତିଙ୍କ ଅନୁରୋଧ କୁ ମଞ୍ଜୁରୀ ଦିଆଯାଇଛି l  ଏହି ମଞ୍ଜୁରୀ କେବଳ ଗୋଟିଏ ଦିନର ପ୍ରଦର୍ଶନ ପାଇଁ l ଏହାକୁ ନେଇ ଶଲବାନ ମୋମିକା ନାମକ ଜଣେ ପ୍ରଦର୍ଶନକାରୀ ଇସ୍ଲାମ ର ବିରୋଧ କରି ମସଜିଦ ବାହାରେ  କୋରାନ ର ପ୍ରତିକୃତି ଜଳାଇ ବିରୋଧ ପ୍ରଦର୍ଶନ କରିବ l ମୋମିକ କହିଥିଲା ଯେ ଆମେ କୋରାନ ର ପ୍ରତିକୃତି ଜଳାଇ ପ୍ରଦର୍ଶନ କରିବାକୁ ଯାଉଛୁ, ଆମେ କହିବାକୁ ଚାହୁଁଛୁ ଯେ ବର୍ତମାନ ମଧ୍ୟ ସମୟ ଅଛି ସ୍ୱିଡ଼େନ ସୁଧୁରି ଯାଅ , ଏହା ଲୋକତନ୍ତ୍ର ଅଟେ l ଆମେ ମୁସଲମାନ ଙ୍କ ବିରୁଦ୍ଧରେ ନାହୁଁ ଆମେ କିନ୍ତୁ ସେମାନଙ୍କ ବିଚାରଧାରା ଓ ମାନ୍ୟତା ବିରୁଦ୍ଧରେ ରହିଛୁ l କିନ୍ତୁ ମୁସ୍ଲିମ ଧର୍ମର ଖୁବ ନକାରାତ୍ମକ ପ୍ରଭାବ ପଡୁଛି ଓ ଏହାକୁ ସାରା ବିଶ୍ୱରେ ବ୍ୟାନ କରାଯାଉଛି l
କାହିଁକି ମିଳିଲା ମଞ୍ଜୁରୀ ? –
ଏହା ପୂର୍ବରୁ ସ୍ୱିଡ଼େନ ପୋଲିସ ଫେବୃଆରୀ ମାସରେ ଇରାକ ର ଦୂତାବାସ ବାହାରେ ପ୍ରଦର୍ଶନକାରୀ ଙ୍କୁ କୋରାନ ଜଳାଇବା ଉପରେ ରୋକ ଲଗାଇ ଥିଲା l ସେତେବେଳେ ପୋଲିସ ପକ୍ଷରୁ କୁହାଯାଇଥିଲା ଯେ ଏହାଦ୍ୱାରା ସାମାଜିକ ସୌହାର୍ଦ୍ୟ ବିଗିଡ଼ିବାର ସମ୍ଭାବନା ରହିଛି l
କିନ୍ତୁ ଚଳିତ ବର୍ଷ ଅପ୍ରେଲ ମାସରେ କୋର୍ଟ ପକ୍ଷରୁ ଏହି ବ୍ୟାନ ହଟାଇ ଦିଆଯାଇଛି l  କୋର୍ଟ ପକ୍ଷରୁ କୁହାଯାଇ ଥିଲା ଯେ ସମ୍ବିଧାନ ଅନୁସାରେ ପ୍ରଦର୍ଶନକାରୀ ଙ୍କ ନିକଟରେ ଏକାଠି ହୋଇ ପ୍ରଦର୍ଶନ କରିବାର ଅଧିକାର ରହିଛି l  କିନ୍ତୁ ସେମାନେ ଦେଶର ସୁରକ୍ଷା ପାଇଁ ବିପଦ ନହେବା ଉଚିତ l ଅଦାଲତ ପକ୍ଷରୁ ଏହାକୁ ଅଭିବ୍ୟକ୍ତି ର ସ୍ୱାଧୀନତା ବୋଲି କହି ମଞ୍ଜୁରୀ ଦିଆଯାଇଛି l
ନାଟୋ ସଦସ୍ୟତା ଉପରେ ପଡିପାରେ ପ୍ରଭାବ –
ସୂଚନା ଯୋଗ୍ୟ ଯେ ସ୍ୱିଡ଼େନ ପୋଲିସ ର ଏହି ଅନୁମତି ପାଇଁ ସ୍ୱିଡ଼େନ ର ନାଟୋ ସଦସ୍ୟତା ଉପରେ ପ୍ରଭାବ ପଡିପାରେ l ପୂର୍ବରୁ ମଧ୍ୟ ସ୍ୱିଡ଼େନ ରେ କୋରାନ ପୋଡ଼ିବାର ଘଟଣା ସାମ୍ନାକୁ ଆସିଛି l  ଏହି କାରଣରୁ ସ୍ୱିଡ଼େନ ର ନାଟୋ ସଦସ୍ୟତା ଅଟକି ଯାଇଛି l ସ୍ୱିଡ଼େନ ରେ ଇସ୍ଲାମ ବିରୁଦ୍ଧରେ ହେଉଥିବା ପ୍ରଦର୍ଶନ କାରଣରୁ ତୁର୍କୀ ସହିତ ତାର ସମ୍ବନ୍ଧ ରେ ଉତେଜନା ବଢିଛି ଓ ତୁର୍କୀ ନାଟୋ ରେ  ସ୍ୱିଡ଼େନ ର ଏଣ୍ଟ୍ରି ପାଇଁ ବାଧକ ସାଜିଛି l

Leave A Reply