Odisha news

ମିଶନ ଚନ୍ଦ୍ର ଯାନ ଇତିହାସ : କଣ ରହିଛି ଭାରତୀୟ ବିଜ୍ଞାନ କ୍ଷେତ୍ରରେ ଏହାର ସ୍ଥାନ

0
ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଅର୍ଥାତ ଇସ୍ରୋ ନିଜର ସ୍ପେସ ପୋଗ୍ରାମ ଆରମ୍ଭ କରିବାର ୪୫ ବର୍ଷ ପରୀ ମିଶନ ମୁନ ଅର୍ଥାତ ୨୨ ଅକ୍ଟୋବର ୨୦୦୮ ରେ ଚନ୍ଦ୍ର ଯାନ ଲଞ୍ଚ କରିଥିଲା l  ଯାହାକି ୩୦ ଅଗଷ୍ଟ ୨୦୦୯ ପର୍ଯ୍ୟନ୍ତ ଚନ୍ଦ୍ର ଚତୁର୍ପାର୍ଶ୍ୱରେ ଘୁରି ବୁଲି ଥିଲା l  ଏହି  ଚନ୍ଦ୍ର ଯାନ ରେ ଗୋଟିଏ ଡିଭାଇସ ଲାଗିଥିଲା, ଯାହା ହେଉଛି ମୁନ ଇମ୍ପାକ୍ଟ ପ୍ରୋବ୍ ଅର୍ଥାତ MIP , ଯାହାକି ନଭେମ୍ବର ୧୪ ୨୦୦୮ ରେ ଚନ୍ଦ୍ର ପୃଷ୍ଠାରେ ଓଲ୍ହାଇ ଅନ୍ତରୀକ୍ଷ ବିଜ୍ଞାନ ରେ ଭାରତର ସ୍ଥାନ କୁ ମଜବୁତ କରିଥିଲା l  ଏଭଳି କାର୍ଯ୍ୟ କରିଥିବା ଭାରତ ଚତୁର୍ଥ ଦେଶ ଅଟେ l
ଏହା ପୂର୍ବରୁ କେବଳ ଆମେରିକା, ରୁଷ ଓ ଜାପାନ ସଫଳତା ହାସଲ କରିଥିଲେ l  ଏହି ଡିଭାଇସ ଦ୍ୱାରା ଚନ୍ଦ୍ର ପୃଷ୍ଠରେ ଜଳ ର ଅନ୍ୱେଷଣ କରାଯାଇ ଥିଲା l ଏହା ଗୋଟିଏ ଏତେବଡ଼ ଅନ୍ୱେଷଣ ଥିଲା ଆମେରିକା ସ୍ପେସ ସାଇନ୍ସ ଅର୍ଗାନାଇଜେସନ ନାସା ମଧ୍ୟ ଭାରତର ଏହି ସଫଳତା କୁ ପ୍ରଶଂସା କରିଥିଲା l ଚନ୍ଦ୍ର ଯାନ -1 ଇସ୍ରୋର ମୁନ ମିଶନ ର ପ୍ରଥମ ଯାନ ଥିଲା l ଏହାକୁ ଚନ୍ଦ୍ରମା ନିକଟରେ ପହଂଚିବା ପାଇଁ ୫ଦିନ ଓ ତାର ପରିକ୍ରମା କରି କକ୍ଷରେ ପ୍ରବେଶ କରିବା ପାଇଁ ୧୫ଦିନ ସମୟ ଲାଗିଥିଲା l ମୁନ ଇମ୍ପାକ୍ଟ ପ୍ରୋବ୍ ବା MIP ର କଳ୍ପନା ଭାରତର ପୂର୍ବତନ ରାଷ୍ଟ୍ରପତି ଏ ପି ଜେ  ଅବଦୁଲ କାଲାମ କରିଥିଲେ l  ତାଙ୍କର ପ୍ରେରଣା କାରଣରୁ ଇସ୍ରୋର ବୈଜ୍ଞାନିକ ମାନେ MIP ପ୍ରସ୍ତୁତ କରିଥିଲେ l  କାଲାମ ଙ୍କର ଇଛା ଥିଲା ଯେ ଭାରତୀୟ ବୈଜ୍ଞାନିକ ଚନ୍ଦ୍ର ର ଗୋଟିଏ ପାର୍ଶ୍ୱରେ ନିଜର ଛାପ ଛାଡ଼ନ୍ତୁ ଓ ଇସ୍ରୋର ବୈଜ୍ଞାନିକ ମାନେ ତାଙ୍କୁ ନିରାଶ କରି ନଥିଲେ l
ବୁଧବାର ଦିନ ଭାରତୀୟ ଅନ୍ତରୀକ୍ଷ ସଂଗଠନ ର ପ୍ରମୁଖ ଏସ. ସୋମନାଥ ଏହି କଥାର ପୁଷ୍ଟି କରି ଦେଇଛନ୍ତି ଯେ ଚନ୍ଦ୍ରଜାନ -3 ର ଲଂଚିଙ୍ଗ କେବେ କରାଯିବ l  ଏହି କଥାକୁ ପୂର୍ବରୁ ଅନୁମାନ କରାଯାଉ ଥିଲା ଯେ ୧୨-୨୫ ଜୁଲାଇ ମଧ୍ୟରେ କରାଯିବ l  କିନ୍ତୁ ବୁଧବାର ୨୮ ଜୁନ ରେ ଇସ୍ରୋର ମୁଖ୍ୟ କହିଛନ୍ତି ଯେ ଲଂଚିଙ୍ଗ ୧୨-୧୯ ଜୁଲାଇ ମଧ୍ୟରେ କରାଯିବ l ଲଂଚିଙ୍ଗ ପ୍ରକୃତ ତାରିଖ ଖୁବ ଶୀଘ୍ର ଘୋଷଣା କରାଯିବ l ଏସ.ସୋମନାଥ ଏହା ମଧ୍ୟ କହିଥିଲେ ଯେ ବିକ୍ରମ ଲ୍ୟାଣ୍ଡର ବା ଚନ୍ଦ୍ରଜାନ -2 ସହିତ ଯେଉଁ ଭୁଲ ହୋଇଥିଲା ତାହା ଏହି ଥର ହେବ ନାହିଁ l  ଚଳିତ ଥର ଚନ୍ଦ୍ରଜାନ ର ଲ୍ୟଣ୍ଡିଙ୍ଗ ରେ ଯାନ୍ତ୍ରିକ ପରିବର୍ତନ କରାଯାଇଛି l
ଚନ୍ଦ୍ରଜାନ-3 ମିଶନ ରେ ଇସ୍ରୋ କେବଳ ଲ୍ୟାଣ୍ଡର ଓ ରୋବର ପଠାଉଛି l  ଏହି ସ୍ପେସ କ୍ରାଫ୍ଟ ର ଅଧିକାଂଶ ପୋଗ୍ରାମ ପୂର୍ବରୁ ଅଟୋମେଟିକ ହୋଇଛି l ଶହଶହ ସେନ୍ସର ଲଗାଯାଇଛି l ଯାହା ଏହାର ଲ୍ୟଣ୍ଡିଙ୍ଗ ଓ ଅନ୍ୟ କାର୍ଯ୍ୟରେ ସାହାଯ୍ୟ କରିବେ l
ଚନ୍ଦ୍ରଜାନ-3 ଅସଲ ରେ ଚନ୍ଦ୍ରଜାନ-2 ର ଫଲୋଅପ ମିଶନ ଅଟେ l  ଏଥିରେ ଇସ୍ରୋ ସୁରକ୍ଷିତ ଲ୍ୟଣ୍ଡିଙ୍ଗ ଓ ରୋବିଙ୍ଗ ର ସ୍ୱଦେଶୀ ଯନ୍ତ୍ରକୁ ଦୁନିଆ ସାମ୍ନାରେ ଦେଖାଇବାକୁ ଚାହୁଁଛି l  ଏଥିରେ ଏଭଳି ଯନ୍ତ୍ରପାତି ଖଚିତ ହୋଇଛି ଯାହାକୁ ଆଲୋକ ଓ ଖଣିଜ ର ଉତପ୍ତ ପ୍ରଭାବ ଆଧାରରେ ଚନ୍ଦ୍ର ର ଗବେଷଣା କରିବେ l
Govt
Leave A Reply