Odisha news

କଲମ ମୂନ

ଦିପ୍ତିମୟୀ ନାୟକ : କଲମ ମୂନରେ କାଗଜ ଫର୍ଦରେ ଯାହା କିଛି ଲେଖାଥାଏ କିଛି ସତ କିଛି ମିଛର ଦୁନିଆ ଭିତରକୁ ହାତଟା ଟାଣି ହେଇଯାଉଥାଏ |ଦ୍ଵନ୍ଦ ପ୍ରତିଦ୍ବନ୍ଦ ଶବ୍ଦ ସବୁ ଆସି ଖଣ୍ଡେ କାଗଜରେ ଲେଖି ହୋଇଯାଉଥାଏ |ସବୁବେଳେ ସମସ୍ତଙ୍କ କଲମ ମୂନରେ ଠିକ ଲେଖା ଥାଏ ତାହା ଭାବିବା ଭୁଲ କାରଣ ଆଜିର ସମାଜରେ ସତ କମ ମିଛ ବେସି ଲେଖା ଚାଲିଥାଏ ଖଣ୍ଡେ କାଗଜ ଫର୍ଦରେ ଧରିଲେ |କଳା କୋଟକୁ ଧଳା କୋଟ କହି ଲେଖିଲେ କିଏ ଅବା ତାକୁ ଦେଖଇ ଲେଖକ ଚିନ୍ତନ ଦୁର୍ନୀତି ନିବାରଣ ଏକଥା କିଏ ଅବା ମାନଇ | ଦୁର୍ନୀତି ଗ୍ରସ୍ତ ସମାଜ ଭିତରେ ଲେଖକ ଗୋଟେ ଚାବିକାଠି ସେ ଚାବିକାଠି ଯିଏ ଫିଟେଇ ପାରିବ ସେ ହେବ କୋଟିପତି |
କଲମ ଚଳେଇଲା ଵାଲା ଯଦି ସମସ୍ତଙ୍କ ଭାଗ୍ୟ ବଦଳେଇ ପାରନ୍ତା ତାହାଲେ କେତେ ଭଲ ହୁଅନ୍ତା | ନିର୍ଭୀକ ଗଣମାଧ୍ୟମ ଆଗରେ ବି ଲେଖକ ତାର କଷ୍ଟର ଫଳ ପାଇ ପାରନ୍ତା ଏବଂ ପ୍ରତ୍ୟେକ ଲୋକଙ୍କର ସମସ୍ୟାର ସମାଧାନ ବି ହୋଇପାରନ୍ତା |କାଗଜ ଫର୍ଦଟା ସିନା ସଫା ହେଲେ କିଛି ମିଥ୍ୟାବାଦୀଙ୍କ ପାଇଁ ଅନ୍ୟଲୋକଙ୍କ ଆଖି ହୋଇଥାଏ ଓଦା ଓଦା |କଲମ ମୂନରୁ ଲେଖକ ଭାବନା ସିନା ସୃଷ୍ଟି ଏ କାଗଜ ବିନା ସବୁ ଧୂଳି ମାଟି | ସତ୍ୟ ପ୍ରଚାର କରନ୍ତି ସେହି ଲେଖକ ଯେଉଁମାନଙ୍କର ହୃଦୟ ବୋଲି କିଛି ଅଛି | ହୃଦୟହୀନ ଲୋକ ମିଥ୍ୟା ପ୍ରଚାର କରନ୍ତି ମିଛ କଲମ କାଗଜ ଧରି | ଲେଖିବାର ସାହାସ ଅଛି ଯଦି ଲେଖି ଚାଲ କିଛି ମହତ୍ୱ ଉଦ୍ଦେଶ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଲେ ମିଛ ଲେଖି ନ ଭର ଲୋକଙ୍କ ମନରେ କିଛି ଦ୍ଵନ୍ଦ |
  ଦ୍ଵନ୍ଦ ଥିବା ଭଳି କଥା ସେହିମାନେ ଜାଣନ୍ତି ନାହିଁ ଯାହାକୁ କଲମ ମୂନ ଠିକ ସେ ଚଳେଇ ଆସେନାହିଁ | ସତରେ ଥିବା ଲୋକ ଅସତ ଲେଖି ନିଜ ମୁଣ୍ଡରେ ବାଃ ବାଃ ର ପ୍ରଶଂସା ଥୁଏ ନାହିଁ |ଯଦି ରଥକୁ ସାରଥୀ ଠିକ ଭାବରେ ଚଲେଇବା ନ ଶିଖିଵ ତାହାଲେ ରଥ ଚଢିବାର କିଛି ମାନେ ନାହିଁ ଠିକ ସେମିତି ଗୋଟେ ଲେଖକ ଯଦି କିଛି ଭଲ ସଚେତନତାର ବାର୍ତ୍ତା ଦେଇପାରେ ନାହିଁ ସେ ଲେଖକ ହେବାର କିଛି ଯଥାର୍ଥତା ନାହିଁ | ଜ୍ଞାନ ଅଛି ଲେଖି ଚାଲ ହେଲେ ଅଜ୍ଞାନୀ ଭଳି କିଛି ଲେଖ ନାହିଁ | ଗୋଟେ କଥା ବୁଝିବା ଉଚିତ ଜ୍ଞାନୀ ସବୁବେଳେ ଜ୍ଞାନ ବାଣ୍ଟେ ଅନ୍ଧାର ରୂପକ ଭାଗ୍ୟକୁ ଠେଲି ଦିଏନାହିଁ |
   ସବୁବେଳେ ଗୋଟେ ଲେଖକଟିର ଯେପରି କିଛି କାଗଜ ଆଉ ଗୋଟେ କଲମ ଲୋଡ଼ା ଥାଏ ଠିକ ସେହି ପରି ସତ୍ୟକୁ ଉପସ୍ଥାପନା କରିବା ଗୋଟେ ଲେଖକର କର୍ତ୍ତବ୍ୟ ହୋଇଥାଏ |ତେଣୁ କଲମ ଚଲେଇବା କିଛି ସହଜ କଥା ନୁହେଁ କଲମ ଚଳେଇବା ଗୋଟେ ପରୀକ୍ଷା ଥାଏ ଯେତେବେଳେ ଗୋଟେ ଲେଖକ ସତ୍ୟକୁ ସମସ୍ତଙ୍କ ସାମ୍ନାକୁ ଆଣେ ସେତେବେଳେ ଯାଇକି ଗୋଟେ ଲେଖକର ଲେଖା ସଫଳ ହୋଇଥାଏ ଆଉ ଯେତେବେଳେ ଗୋଟେ ଲେଖକ ଲୋକଙ୍କୁ ମିଥ୍ୟା ଲେଖାରେ କାବୁ କରିଥାଏ ସେ ଯେତେ ଯାହା ଲେଖିଲେ ମଧ୍ୟ ସବୁ ନିରର୍ଥକ ହୋଇଥାଏ |ତେଣୁ ସାବଧାନ ରୁହ ମିଥ୍ୟା ପ୍ରଚାର ପ୍ରସାର ଭୁଲି ସତ ପ୍ରଚାର ସତ ପ୍ରସାରରେ ଲାଗିପଡ଼ ଯାହା ଅନ୍ୟର ମଙ୍ଗଳ ହେବ ଆମେ ସତ କି ମିଥ୍ୟା ଲେଖିଲେ କାହାର କିଛି କ୍ଷତି ହେବନି ଆମ ନିଜର କ୍ଷତି ହେବ
Govt

Comments are closed.