Odisha news

କୋଣାର୍କ ରେ ବରିଷ୍ଠ ନିରୀକ୍ଷକ ଙ୍କ ଦ୍ୱାରା ମାପ ଓଜନର ତନଖି

କୋଣାର୍କ : ବିଶ୍ୱ ପର୍ଯ୍ୟଟନ ସ୍ଥଳୀ କୋଣାର୍କ , ଗୋପ ,ଜୁଣେଇଁ ବଜାରରେ ଥିବା ମାଛ, ମାଂସ ଓ ତେଜରାତି ଦୋକାନୀ ମାନଙ୍କର ରେନ୍ୟୁଆଲ କାଗଜାତ ସହ ସେମାନେ ବ୍ୟବହାର କରୁଥିବା ଓଜନ ଯନ୍ତ୍ର ଓ ସାଜ ବଟକରାକୁ  ଟିକିନିଖି କରି ବୁଧବାର ପୂର୍ବାହ୍ନରେ  ଦୋକାନୀ ମାନଙ୍କ ନିକଟରେ ଅଚାନକ ପହଞ୍ଚି ଯାଞ୍ଚ କରିଛନ୍ତି ନିମାପଡା ମାପ ଓଜନ ବୈଧ ବିଜ୍ଞାନର ବରିଷ୍ଟ ନିରୀକ୍ଷକ ରାଜେଶ କୁମାର ନାୟକ ଓ ତାଙ୍କ ଟିମ୍ ।ଏହି ତନଖି ସମୟରେ ଅଧିକାଂଶ ଉଠା ମାଛ ଓ ମାଂସ ଦୋକାନୀ ମାନଙ୍କର ରେନ୍ୟୁ କାଗଜ ସହ ସେମାନଙ୍କର  ସାଜ ଓ ବଟକରା  ଠିକ ନଥିବା ଏବଂ ସେମାନେ ଗ୍ରାହକମାନଙ୍କୁ ଓଜନରେ ଠକୁ ଥିବା ତନଖି ବେଳେ ଜଣାପଡିଛି ।ଯେଉଁଥି ପାଇଁ  ନିରୀକ୍ଷକ ଶ୍ରୀ ନାୟକ ଦୋକାନୀ ମାନଙ୍କୁ ତାଗିଦ କରିବା ସହ ଯେଉଁ ଲାଭ ଖୋର ବ୍ୟବସାୟୀ ମାନେ ବଟକରା  ର ପଛ ରୁ ଶୀଶା କାଢି ତାହାକୁ ଗ୍ରାହକ ଙ୍କ ଓଜନରେ ବ୍ୟବହାର କରୁଛନ୍ତି   ସେହି ଵଟକରା ଗୁଡିକ   ବ୍ୟବହାର ନକରିବା ପାଇଁ ନିରୀକ୍ଷକ ଦୋକାନୀ ମାନଙ୍କୁ ନିର୍ଦ୍ଦେଶ ଦେବା ସହ ଆଗାମୀ ଏପ୍ରିଲ ମାସର ପ୍ରଥମ ସପ୍ତାହ ରେ କୋଣାର୍କରେ ହେବାକୁ ଥିବା ସରକାରୀ କ୍ୟାମ୍ପ ରେ ଓଜନ ଯନ୍ତ୍ର ଓ ବ୍ୟବହାର କରୁଥିବା ସାଜ ଓ ବଟକରାକୁ  ଠିକ କରି ସରକାରୀ ପ୍ରମାଣ ପତ୍ର ହାସଲ କରିବାକୁ ସବୁ ଦୋକାନୀ ମାନଙ୍କୁ ନିରୀକ୍ଷକ ଙ୍କ ଟିମ୍ ସୂଚନା ଦେଇଛନ୍ତି । ଏହି ତନଖି ବେଳେ ନିମାପଡା ବୈଧ  ମାପ  ବିଜ୍ଞାନ ର ବରିଷ୍ଠ ନିରୀକ୍ଷକ ରାଜେଶ କୁମାର ନାୟକ ଙ୍କ ସହ  ମାପ ଓଜନର ରିପ୍ୟାୟର ଟୁକୁନା ସାହୁ ,ମାଧବାନନ୍ଦ ମୁଦୁଲି ଓ ସୁଧୀର କୁମାର ସାହୁ ପ୍ରମୁଖ ସାମିଲ ଥିଲେ ।

Comments are closed.