ପାରାଦୀପ୍ – ଚିନ୍ତା ବଢାଇଲାଣି ଏବେ ସେହି ସନ୍ଧିଗ୍ଧ ପାରା |ପାରା କୁ ନେଇ ଏବେ ବାରଦୁଆର ପୋଲିସ | କଉଠି ଥିଲା ସେ ପାରା | କିଏ ପଠାଇଲା ତାକୁ | ତାର ଉଦ୍ଦେଶ୍ଯ କଣ | ଯାହାକୁ ନେଇ ଏବେ ଅନେକ ଅସମାହିତ ପ୍ରଶ୍ନ ଛିଡା ହୋଇଥିଲା ବେଳେ ହୋଇ ପାରୁନି ତାର ସମାଧାନ | ସେ ଏମିତି ସେମିତି ପାରା ନୁହେ , ସେ ହେଉଛି ସନ୍ଦିଗ୍ଧ ପାରା | ତା ଗୋଡ଼ ରେ କ୍ୟାମେରା ଆଉ ତା ଗୋଡ଼ ରେ ମେମୋରୀ ଚିପ଼ | କେବଳ ସେତିକି ନୁହଁ ତା ପକ୍ଷୀ ରେ ଲେଖା ହୋଇଛି ବିଦେଶୀ ଭାଷା | ପାରା କୁ ନେଇ ପାରାଦୀପ୍ ବାସୀ କେବଳ ନୁହଁନ୍ତି ପୋଲିସ ମଧ୍ଯ ଚିନ୍ତା ରେ | କାରଣ ଏ ପାରା ର ଅନୁଧ୍ୟାନ କରିବା ପାଇଁ ପାରାଦୀପ୍ ରୁ ପୋଲିସ ଭୁବନେଶ୍ବର ଓ ପରେ ହାଇଦ୍ରାବାଦ ରେ ପହଂଚି ସାରିଲାଣି | ତଥାପି ପାରା ଉପରୁ ହଟୁନି ପରଦା | ଗତ 6 ତାରିଖ ପାରାଦୀପ୍ ସମୁଦ୍ର ଉପକୁଳ ରୁ ପ୍ରାୟ 142 ନଟିକାଲମାଇଲ ଦୂର ରେ ସମୁଦ୍ର ଭିତରେ ମାଛ ଧରୁଥିବା ବେଳେ ସାରଥି ଟ୍ରଲର ଉପରେ ପାରା ଟି ବସିପଡିଲା | ଏହାପରେ ଟ୍ରଲର ରେ ଥିବା ମସ୍ଥ୍ୟଜୀବି ମାନେ ପାରା କୁ ଧରିଲେ ଆଉ 8 ତାରିଖ ରେ ପାରାଦୀପ୍ ମେରାଇନ ପୋଲିସ କୁ ହସ୍ତାନ୍ତର କଲେ | ପାରା କୁ ରାଜ୍ଯ ପରୀକ୍ଷା ଗାର କୁ ନିଆଯାଇଥିବା ବେଳେ ସେଠାରୁ କିଛି ସୁଫଳ ନମିଳିବାରୁ ଏବେ ତାକୁ କେନ୍ଦ୍ରୀୟ ପରୀକ୍ଷାଗାର ହାଇଦ୍ରାବାଦ କୁ ନିଆଯାଇଛି | ଯେତେ ଯେତେ ଦିନ ବିତି ବିତି ଯାଉଚି , ପାରା କୁ ନେଇ ପାରାଦୀପ୍ ବାସୀ ଙ୍କର ସେତେ ଚିନ୍ତା ବଢିବାରେ ଲାଗିଛି | ଶିଳ୍ପ ନଗରୀ ପାରାଦୀପ ରେ ଆମୋନିଆ ଟାଙ୍କି ଓ ବିଭିନ୍ନ ରାସାୟନିକ ପଦାର୍ଥ ସହ ତୈଲ ବିଶୋଧନାଗାର ରହିଥିବା ବେଳେ 480 କିଲୋମିଟର ବିସ୍ତୀର୍ଣ୍ଣ ସମୁଦ୍ର ଉପକୁଳ ମୁକୁଳା ପଡିଚି | କେହି ବିଦେଶୀ ଶତୃ ପକ୍ଷ କିଛି କ୍ଷତି ଘଟାଇବା ପାଇଁ ପାରା ଗୋଡ ରେ କ୍ୟାମେରା ବାନ୍ଧି କିଛି ତଥ୍ଯ ହାସଲ କରିବା ଉଦ୍ଦେଶ୍ଯ ରଖିଥିଲା କି ବୋଲି ଅନେକ ମଧ୍ଯ ଚିନ୍ତା ପ୍ରକଟ କରିଛନ୍ତି | ତେବେ ଆଜକୁ ସପ୍ତାହେ ହେବ ପାରା କୁ ନେଇ କିଛି ସ୍ପଷ୍ଟ ହୋଇ ପାଉନଥିବା ବେଳେ କେବେ ଯେ ଏହା ଉପରୁ ପରଦା ହଟିବ ସେନେଇ ଏବେ ସମସ୍ତେ ଚିନ୍ତା ରେ | ରାଜ୍ଯ ପରୀକ୍ଷାଗାର ପାରା କୁ ନେଇ ତଥ୍ଯ ଉଗାଳି ପାଉନଥିବା ବେଳେ କେନ୍ଦ୍ରୀୟ ପରୀକ୍ଷାଗାର ଏହା ଉପରୁ କେବେ ପରଦା ହଟାଉଛି , ତାହା କେବଳ ଦେଖିବାକୁ ବାକି ରହିଲା |