ଭଗବାନ ଶ୍ରୀକୃଷ୍ଣଙ୍କ ମୁକୁଟ ଶୋଭା ବଢାଉଥିବା ମୟୂରପୁଚ୍ଛକୁ ଖୁବ ପବିତ୍ର କୁହାଯାଏ। ଗୃହରେ ଏହାକୁ ରଖିବା ଅତ୍ୟନ୍ତ ଶୁଭ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ନକରାତ୍ମକ ଶକ୍ତି ଦୂର କରିବା ସହ ଏହା ସକରାତ୍ମକ ଶକ୍ତି ବୃଦ୍ଧି କରିଥାଏ । ବାସ୍ତୁଶାସ୍ତ୍ରରେ ମୟୂରପୁଚ୍ଛର ବିଶେଷତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ଜାଣନ୍ତୁ ସେହି ବିଷୟରେ …………

– ମୟୂରପୁଚ୍ଛ ବିନା ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା ଓ ଶୃଙ୍ଗାର ସମ୍ପୂର୍ଣ୍ଣ ହୋଇନଥାଏ ବୋଲି କୁହାଯାଏ। ତେଣୁ ଭଗବାନଙ୍କ ମୂର୍ତି ବା ଫଟୋ
ନିକଟରେ ଏହାକୁ ନିଶ୍ଚୟ ରଖନ୍ତୁ।
– ଘରେ ଏହାକୁ ରଖିଲେ ନକରାତ୍ମକ ଶକ୍ତି ଦୂର ହୋଇଥାଏ। ତେଣୁ ଘରର ମୁଖ୍ୟ ଦ୍ୱାରରେ ଭଗବାନ ଶ୍ରୀ ଗଣେଶଙ୍କ ମୂର୍ତି ସହ
ମୟୂରପୁଚ୍ଛ ମଧ୍ୟ ରଖନ୍ତୁ। ଏହାଦ୍ୱାରା ଘରେ କୌଣସି ଜୀବଜନ୍ତୁ ମଧ୍ୟ ପ୍ରବେଶ କରନ୍ତି ନାହିଁ।
– ପିଲାଙ୍କ ପାଠପଢାରେ ଏକାଗ୍ରତା ରହୁନଥିଲେ, ବହି ମଧ୍ୟରେ ମୟୂରପୁଚ୍ଛ ରଖନ୍ତୁ। ଏହା ଉତ୍ତମ ଫଳ ପ୍ରଦାନ କରିଥାଏ ।
– ପିଲାମାନେ ଛୋଟ ଛୋଟ କଥାରେ ଅଧିକ ଜିଦି କରୁଥିଲେ, ମୟୂରପୁଚ୍ଛରେ ପ୍ରସ୍ତୁତ ଏକ ପଙ୍ଖା ଅଳ୍ପ ସମୟ ପ୍ରତିଦିନ ବ୍ୟବହାର କରନ୍ତୁ।
– ପିଲାଙ୍କ ହସ୍ତରେ ଛୋଟ ମୟୂରପୁଚ୍ଛ ଏକ ସୂତାରେ ବାନ୍ଧିବା ଦ୍ୱାରା କୁଦୃଷ୍ଟିରୁ ରକ୍ଷା ମିଳିଥାଏ, ଭୟଙ୍କର ସ୍ୱପ୍ନ ଆସିନଥାଏ।
– ଆଗ୍ନେୟ କୋଣରେ ମୟୂରପୁଚ୍ଛ ରଖିବା ଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ।
– ହଳଦୀ ରଙ୍ଗର ରେଶମୀ କପଡ଼ାରେ ମୟୂରପୁଚ୍ଛ ରଖିବା ଦ୍ୱାରା ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ।
– ମନ୍ଦିରକୁ ମୟୂରପୁଚ୍ଛ ନେଇ ରାଧା-କୃଷ୍ଣଙ୍କ ମୂର୍ତି ନିକଟରେ ରଖି ୪୦ ଦିନ ପୂଜା କରି ଘରକୁ ଆଣନ୍ତୁ। ଏପରି କରିବା ଦ୍ୱାରା ଅଟକି ଥିବା
କାର୍ଯ୍ୟରେ ସଫଳତା ମିଳିଥାଏ ।

LEAVE A REPLY

Please enter your comment!
Please enter your name here