ଲକ୍ଡାଉନ୍ ଯୋଗୁ ଅଟକିଥିବା ସବୁ ଫିଲ୍ମ ଓଟିଟି ବା ଡିଜିଟାଲ୍ ପ୍ଲାଟଫର୍ମରେ ରିଲିଜ୍ ହେଉଛି । ଇତିମଧ୍ୟରେ ଅଭିନେତ୍ରୀ ପରିଣୀତି ଚୋପଡା ଓଟିଟି ପ୍ଲାଟଫର୍ମକୁ ନେଇ ବୟାନ ଦେଇଛନ୍ତି । ସେ କହିଛନ୍ତି ଡିଜିଟାଲ ପ୍ଲାଟଫର୍ମରେ ଫିଲ୍ମ ରିଲିଜ୍ କରିବା ଏକପ୍ରକାର କମ୍ପ୍ରମାଇଜ୍ । ଯଦି ମୋ ଫିଲ୍ମ ‘ସନ୍ଦୀପ ଅର୍ ପିଙ୍କି ଫେରାର’ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ୍ ହୁଏ, ମୋତେ ଆଦୌ ଭଲଲାଗିବ ନାହିଁ । ହେଲେ କିଛି କୁହାଯାଇପାରିବ ନାହିଁ । ଏବେ ଚିନ୍ତାଧାରା ବଦଳୁଛି । ଓଟିଟି ଏବେ ଆହୁରି ଜରୁରୀ ହୋଇଯିବ । କିନ୍ତୁ ମୁଁ ଚାହୁଁଛି ଯାହା ବି ହେଉ ମୋ ଫିଲ୍ମ ଓଟିଟିରେ ରିଲିଜ୍ ହେବା ଦରକାର । ପରିଣୀତି ଓ ଅର୍ଜୁନ କପୁରଙ୍କ ଏହି ଫିଲ୍ମ ୨୦ ମାର୍ଚ୍ଚରେ ରିଲିଜ୍ ହେବାକୁ ଥିଲା । ଲକ୍ଡାଉନ୍ ଯୋଗୁ ରିଲିଜ୍ ହୋଇପାରିଲା ନାହିଁ ।
