Odisha news

ଗଜପତି ଜିଲ୍ଲା କାଶୀନଗର ବ୍ଲକ ସାରା ଗ୍ରାମରେ ସ୍ତ୍ରୀର ଗଣ୍ଡିରୁ ମୁଣ୍ଡକୁ କାଟି ଅଲଗା କରି ନୃଶଂସ ଭାବେ ହତ୍ୟା କଲା ସ୍ବାମୀ

0
ପାରଳାଖେମୁଣ୍ଡି:୨୫/୫ : ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ସାରା ଗ୍ରାମରେ ସ୍ତ୍ରୀର ମୁଣ୍ଡକୁ କାଟି ଘରକୁ ନେଇ ଆସିଲା ନୃଶଂସ ସ୍ବାମୀ l ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା  କାଶୀନଗର ବ୍ଲକ ଅନ୍ତର୍ଗତ ସାରା ଗ୍ରାମରେ l କାଶୀନଗର ପୋଲିସ ଘଟଣାସ୍ଥଳରେ ପହଂଚି ସ୍ୱାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ସ୍ବାମୀ ସ୍ତ୍ରୀ ଦୁହେଁ ମିଳିତ ଭାବେ ବଗଡକୁ ଚାଷ କରିବା ପାଇଁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରେ କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା l ପରବର୍ତ୍ତୀ ସମୟରେ  ଏହା ଭୟଙ୍କର ରୁପ ନେଇଥିଲା l
ଯାହା ଫଳରେ ସ୍ବାମୀ ଚନ୍ଦ୍ରଶେଖର କାର୍ଜି ନିଜେ  ଧରିଥିବା କଟୁରିରେ ସ୍ତ୍ରୀ ଉର୍ମିଳା କାର୍ଜିର ମୁଣ୍ଡକୁ ଗଣ୍ଡିରୁ ଅଲଗା କରିଦେଇଥିଲା l ଏହା ପରେ ଘଟଣାସ୍ଥଳରେ ଗଣ୍ଡିକୁ ଛାଡ଼ି ଦେଇ କଟା ମୁଣ୍ଡକୁ ହାତରେ ଧରି ସ୍ବାମୀ ଚନ୍ଦ୍ରଶେଖର ଘରକୁ ଧରି ଆସି ଘର ବାରଣ୍ଡାରେ କଟା ମୁଣ୍ଡକୁ ରଖିଥିଲା l କୌଣସି ସୂତ୍ରରୁ କାଶୀନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ବାମୀ କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ନେଇ ଥାନା ଅଧିକାରୀ ସୁଶାନ୍ତ ସାହୁ ଗଣ ମାଧ୍ୟମ କୁ କହିଛନ୍ତି l ଏହା ମଧ୍ୟରେ ପାରଳାଖେମୁଣ୍ଡିଏସ.ଡି.ପି.ଓ ରାମକୃଷ୍ଣ ପତି ଏବଂ ସାଇନ୍ ଟିଫିକ ଟିମ  ପୋଲିସ ଦଳ ପହଞ୍ଚି ତଦନ୍ତରେ ସହଯୋଗ କରୁଥିବା ଏବଂ କାଶୀନଗର ପୋଲିସ ଥାନାରେ ୬୦/୨୩ରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଜାରି ରହିଛି ବୋଲି ଏସଡି ପିଓ ଶ୍ରୀ ରାମ କୃଷ୍ଣ ପତି ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି l
Govt
Leave A Reply