Odisha news

ଗଜପତି ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ

0
ପାରଳାଖେମୁଣ୍ଡି:୩୧/୧୦ :  ଗଜପତି ଜିଲ୍ଲା ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା  ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଶପଥ ପାଠ କାର୍ଯ୍ୟକ୍ରମ ପରେ ଏକ ସଚେତନତା ଶୋଭାଯତ୍ରାକୁ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ ଆନୁଷ୍ଠାନିକ ଭାବେ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ହାତରେ ପ୍ଲାସ୍ କାର୍ଡ ଧରି ସ୍ଲୋଗାନ ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଦାସ ସମସ୍ତଙ୍କୁ ଶପଥ ପାଠ କରାଇ ଦୁର୍ନିତି ନିବାରଣ ଦିଗରେ ସରକାରଙ୍କ ଦ୍ୱରା କରାଯାଇଥିବା ସମସ୍ତ ବ୍ୟବସ୍ଥକୁ କଡାକଡି ପାଳନ କରିବା ଉପରେ ଗୁରୁତ୍ଵ ଦେଇଥିଲେ। ଏହି ଦିଗରେ ସମସ୍ତ ନାଗରିକ ଓ ଜନସାଧରଣ ମାନଙ୍କୁ ସଚେତନତା ହେବା ଜରୁରୀ ଏଣୁ ଆମ ସମସ୍ତଙ୍କ ମିଳିତ ଉଦ୍ୟମରେ କିପରି ଦେଶ ରୁ ଦୁର୍ନୀତିର ମୁଳୋତ୍ପାଟନ ହୋଇପାରିବ ଓ ପ୍ରତ୍ୟେକ ନାଗରିକ ସର୍ବଦା ସତର୍କତା ସହିତ ସର୍ବାଧିକ ସାଧୁତା ଓ ସତ୍ୟନିଷ୍ଠ ରେ ପ୍ରତିବନ୍ଧିତ ରହି କାର୍ଯ୍ୟ କରିପାରିବେ ସେ ସମ୍ପର୍କରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଜନସାଧାରଣ ମାନଙ୍କୁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଏସ.ଆନନ୍ଦ, ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ନୀଳମାଧବ ମାଝୀ ସମେତ ସମସ୍ତ ଜ଼ିଲ୍ଲା ସ୍ତରୀୟ ଅଧିକାରୀ ଓ ମିଶନ ଶକ୍ତି ବିଭାଗର ଜ଼ିଲ୍ଲା ଓ ବ୍ଲକ ସ୍ତରୀୟ କର୍ମକର୍ତା ଉପସ୍ଥିତ ଥିଲେ ଶ୍ରୀ ଟିମନ ବରା ଜ଼ିଲ୍ଲା ପ୍ରକଳ୍ପ ସଂଯୋଜକ, ମିଶନ ଶକ୍ତିଙ୍କ ପ୍ରତ୍ୟେକ ତତ୍ୱାବଧାନରେ କାର୍ଯ୍ୟକ୍ରମ ସମାହିତ ହୋଇଥିଲା ।
Govt
Leave A Reply