Odisha news

ସରିଲା ପ୍ରଚାର : ଏବେ ଅନ୍ଧାରି ବିଜେ କୁ ଭରସା , ଦୈତ୍ୟ ଭୋଟ କୁ ଭୟ

0

ପାରାଦୀପ୍ –  ସରିଯାଇଛି ନିର୍ବାଚନ ପ୍ରଚାର  | ଘର ଘର ବୁଲି ପ୍ରାର୍ଥୀ ଓ ନେତା ମାନେ ଭୋଟର ମାନଙ୍କ ପାଖକୁ ଯାଇଥିବା ଦେଖିବାକୁ ମିଳିଥିଲା  | ମାଳମାଳ ପୋଷ୍ଟର ଆଉ ବ୍ୟାନର ସହ ପାର୍ଟି ଅଫିସ ଆଉ ଡାକବାଜି ଯନ୍ତ୍ର ଦ୍ଵାରା ଭଳିକି ଭଳି ସ୍ଵର ର ନିର୍ବାଚନୀ ଗୀତ ରେ କମ୍ପି ଉଠୁଥିଲା ବନ୍ଦର ନଗରୀ ପାରାଦୀପ  | କିଏ କେତେ ପ୍ରତିଶୃତି ଦେଉଥିଲେ ଭୋଟର ଙ୍କୁ ଆପଣେଇବାକୁ | ପାରାଦୀପ୍ ପୌରପରିଷଦ ର ମୋଟ 19 ୱାର୍ଡ ଓ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେଉଥିବା ବେଳେ ଅଧ୍ୟକ୍ଷ ପଦ ପାଇଁ 4 ଜଣ ପ୍ରାର୍ଥୀ ଓ ପାରିଷଦ ପାଇଁ 63 ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ କରିଛନ୍ତି  | ମୋଟ 42 ହଜାର116 ଜଣ ମତଦାତା ସେମାନଙ୍କ ମତ ସାବ୍ୟସ୍ତ କରିବାକୁ ଥିବାବେଳେ ଚଳିତ ନିର୍ବାଚନ ରେ ବିଜେଡି, ବିଜେପି ଓ ବାପି ସର୍ଖଲେ ଙ୍କ ଆମ ପାରାଦୀପ୍ ଆମ ପ୍ରଗତି ଭିତରେ ଲଢେଇ ହେବ ବୋଲି ଅନୁମାନ କରାଯାଉଛି  |

ସବୁଠାରୁ ବଡ କଥା ହେଉଛି ପାରାଦୀପ୍ ବନ୍ଦର ରେ ଆଗରୁ ରହୁଥିବା ଅନେକ ଭୋଟର ଅବସର ପରେ ନିଜ ନିଜ ଗାଁ କୁ ଚାଲିଯାଇଥିବା ବେଳେ ଏବେ ସେମାନଙ୍କୁ ଆଣି କିଭଳି ଭୋଟ ଦେଇ ହେବ ସେନେଇ ସବୁ ଦଳ ତରଫରୁ ଚାଲିଛି ପ୍ରସ୍ତୁତି | କିଏ ଗାଡି ବ୍ୟବସ୍ତା କରୁଛି ତ କିଏ ମୋବାଇଲ ଆଉ ଫୋନ ପେ ରେ ପଇସା ପଠାଇ ଭୋଟର ଙ୍କୁ ମନାଇ ଆଣିବାକୁ ଉଦ୍ୟମ କରୁଥିବା ଆଲୋଚନା ହେଲାଣି  |  ସେହିପରି ଏବେ ଠାରୁ ରାତି ରେ ଅନ୍ଧାରି ବିଜେ ପାଇଁ କୁଆଡେ ଚିଠା ପ୍ରସ୍ତୁତ ହେଉଥିବା ଚର୍ଚା ଚାଲିଛି  |  ଯାହାର ଯେଉଁ ୱାର୍ଡ ରେ କମ୍ ଜୋର୍ ଅଛି ସେ ସେଠି କିଭଳି ଭୋଟ ହାତେଇବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି  |

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦୈତ୍ୟ ଭୋଟ କୁ ନେଇ ଅନେକ ଭୋଟର ଏବେ ଛନକା ହେଉଥିବା କୁହାଯାଉଛି  | କାରଣ ପାରାଦୀପ୍ ର ଅନେକ ଭୋଟର ଏଠି ମୁନିସିପାଲିଟି ରେ ଭୋଟର ତାଲିକା ରେ ନାମ ଥିବା ବେଳେ ନିଜ ଗାଁ ରେ ନିଜ ପଞ୍ଚାୟତ ରେ ମଧ୍ଯ ଭୋଟର ଲିଷ୍ଟ ରେ ନାମ ରଖିଛନ୍ତି  | ସଦ୍ୟ ସମାପ୍ତ ହୋଇଥିବା ପଞ୍ଚାୟତ ନିର୍ବାଚନ ରେ ସେମାନେ ଭୋଟ ଦାନ ଦେଇସାରିଛନ୍ତି ଆଉ ମାତ୍ର ଅଳ୍ପ କିଛିଦିନ ବ୍ୟବଧାନରେ ପୁଣି ମୁନିସିପାଲିଟି ନିର୍ବାଚନ ହେଉଥିବା ବେଳେ କାଳେ ଭୋଟ ଦେଲେ ଧରାପଡିଯିବେ ସେନେଇ ସେମାନେ ଭୟଭୀତ ଅବସ୍ତା ରେ ଥିବା କୁହାଯାଉଛି  | ଏଭଳି ଅବସ୍ତା ରେ ଗାଁ ରେ ଥିବା ଭୋଟର ମାନଙ୍କୁ ଯିଏ ଯେତେ ମାତ୍ର ରେ ପ୍ରଭାବିତ କରି ଆଣିପାରିବ ସେ ସେତେ ବ୍ୟବଧାନରେ ବିଜୟ ଲାଭ କରିବ ବୋଲି ଆଶା କରାଯାଉଛି  |

Leave A Reply