Odisha news

ବିଜେଡି ନାଆ ରେ ବାପ ପୁଅ, କଂଗ୍ରେସ କୁ ଭସେଇଦେଲେ ବାପି , ସମ୍ପଦ୍ଙ୍କ ଦୁର୍ବଳ ହେଉଛି ସଂଗଠନ

0

ପାରାଦୀପ୍  – ବନ୍ଦର ନଗରୀ ପାରାଦୀପ ରେ ଏବେ ନିର୍ବାଚନୀ ବାଆ ବୋହିବାରେ ଲାଗିଛି  | ଜମୁଛି ପ୍ରଚାର, ନେତା ଓ ପ୍ରାର୍ଥୀ ବୁଲୁଛନ୍ତି ଡୋର ଟୁ ଡୋର  | ଚଳିତ ନିର୍ବାଚନରେ ଟିକେ ପାରାଦୀପ୍ ପାଣିପାଗ ଅଲଗା ଅଲଗା ଲାଗୁଚି  | କଂଗ୍ରେସ ନେତା ବାପି ସର୍ଖଲେ ଏବେ କଂଗ୍ରେସ ଠାରୁ ଦୂରତା ଅବଲମ୍ବନ କରୁଛନ୍ତି  | ଦିନେ କଂଗ୍ରେସ ଦଳ ରୁ ନିଜର ପରିଚୟ ସ୍ରୁଷ୍ଟି କରି ରାଜନୀତି ରେ କାୟା ବିସ୍ତାର କରିଥିବା ବାପି ଏବେ କଂଗ୍ରେସ ରୁ ନୁହେ ଆମ ପାରାଦୀପ୍ ଆମ ପ୍ରଗତି ବ୍ୟାନର ରେ 18 ଟି ୱାର୍ଡ ରେ ପ୍ରାର୍ଥୀ ଦେଇ ନିର୍ବାଚନ ପ୍ରଚାର କରୁଛନ୍ତି  | ବାପି ଙ୍କ ଉପରେ ଦାୟିତ୍ଵ ଦେଇ ଥିବା କଂଗ୍ରେସ ଏବେ ପାରାଦୀପ୍ ରେ କାହାକୁ ଆଗକୁ ଆଣିବ ତାହା ତ ସମୟ କହିବ ହେଲେ ଅଧା ରାସ୍ତା ରେ ବାପି କଂଗ୍ରେସ କୁ ଯେଉଁଭଳି ବାଏ ବାଏ କଲେ ଏବେ କଂଗ୍ରେସ ଭୋଟ କୁଆଡେ ଯିବ , ତାହା ସବୁଠାରୁ ବଡ ପ୍ରଶ୍ନ  | ସେହିପରି ପାରାଦୀପ୍ ବିଜେପି ର ମଙ୍ଗ ଧରିଥିବା ସମ୍ପଦ୍ ସ୍ୱାଇଁ ପାରାଦୀପ୍ କୁ ସାଂସଦ ଅପରାଜିତା ଙ୍କ ପ୍ରବେଶ ପରେ ଟିକେ ଧିମା ପଡ଼ିଯାଇଥିବା ଚର୍ଚା ବଢିବାରେ ଲାଗିଛି  | ଅପରାଜିତା ପାରାଦୀପ୍ ଆସିଲେ, ସମ୍ପଦ୍ ଙ୍କୁ ଦେଖିବାକୁ ମିଳିଲା ନାହିଁ ଶେଷରେ ବିଜେପି ସଂଗଠନ ଦୁଇ ଭାଗରେ ପରିଣତ ହେଲା , ମାଡ ପିଟ ପର୍ଯ୍ୟନ୍ତ କଥା ଗଲା ଆଉ ଥାନା ରେ ମାମଲା ଯାଇ ଦାଣ୍ଡ ରେ ପଡି ହାଟ ରେ ଗଡିଲା  | ସେବେ ଠାରୁ ସମ୍ପଦ୍ ଟିକେ ଧିମା ପଡ଼ିଯାଇଥିଲା ଭଳି ମନେ ହେଉଥିଲା ବେଳେ କେହି କେହି ସାରା ରାଜ୍ୟ ରେ ବିଜେପି ର ସାଂଘାତିକ ପରାଜୟରେ ପାରାଦୀପ୍ କର୍ମୀ ଟିକେ ମର୍ମାହତ ହୋଇ ଆଉ ଆଗକୁ ବାହାରୁ ନଥିବା ଚର୍ଚା କରୁଛନ୍ତି  | ଅନ୍ୟପକ୍ଷରେ ବିଜେଡି ର ମଙ୍ଗ ଧରିଥିବା ବିଧାୟକ ସମ୍ବିତ୍ ରାଉତରାୟ ବସ୍ତି ରେ ଆସି ପ୍ରଚାର କରୁଥିବା ବେଳେ କାଳେ ସେ ସଫଳ ନହେବେ ସେଥିଲାଗି ତାଙ୍କ ବାପା ଡାଃ ଦାମୋଦର ରାଉତ ଏବେ ନିଜେ ଆସି ପାରାଦୀପ୍ ପୌର ନିର୍ବାଚନ ରେ ପ୍ରଚାର କରୁଛନ୍ତି  | ସର୍ଖଲେ ଙ୍କ ଗୋଟି ଚାଳନା କୁ କାଳେ ପୁଅ ସମ୍ବିତ୍ ସାମ୍ନା କରିପାରିବେ କି ନାହିଁ ସେଥିଲାଗି ଆଉ ରିସ୍କ ନେବାକୁ ଚାହିଁଲେ ନାହିଁ ଦାମ  | ବାପି କଂଗ୍ରେସ ଛାଡି ସ୍ଵାଧୀନ ଭାବେ ଏକ ନୂଆ ଚାଲ ଖେଳୁଥିବା ବେଳେ ସର୍ଖଲେ ଙ୍କୁ କିଭଳି ରାଜନୀତି ରେ ମାତ୍ ଦେଇ ହେବ ସେକଥା ଭଲ ଭାବେ କୁଆଡେ ଦାମ ଙ୍କୁ ଜଣା  | ସେଥିଲାଗି ସେ  ପୁଅ ସମ୍ବିତ୍ ଙ୍କ ସହ ନିଜେ ଆସି ମିଶିକରି ପ୍ରଚାର କରୁଥିବା ଆଲୋଚନା ହେଲାଣି  | ଆଗକୁ ଫଳ କଣ ହେବ ତାହା ସମୟ ହିଁ କହିବ  |

Leave A Reply