ପାରାଦ୍ୱୀପ ତା୦୫/୧୧ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ର ସୁରକ୍ଷା ନିମନ୍ତେ ଗୁରୁବାର ଦିନ ପାରାଦ୍ୱୀପ ଉପକୂଳରେ ଆରମ୍ଭ ହୋଇଛି ମିଳିତ ସମରାଭ୍ୟାସ ସାଗର କବଚ-୨୦୨୦ । ଚଳିତ ବର୍ଷ ଏହି ସମରାଭ୍ୟାସ ରେ ଭାରତୀୟ ନୌସେନା, ପଶ୍ଚିମବଙ୍ଗର ଅଧିକାରୀ, ଭାରତୀୟ ତଟ୍ଟରକ୍ଷୀ ବାହିନୀ, ମେରାଇନ୍ ପୋଲିସ, ଜିଲ୍ଲା ପ୍ରଶାସନ,ପାରାଦ୍ୱୀପ ବନ୍ଦର, କଷ୍ଟମ ବିଭାଗ, ରାଜ୍ୟ ମସô୍ୟବିଭାଗ, ମେରାଇନ୍ ଏନ୍ଫୋସ୍ମେଣ୍ଟ ଉଇଙ୍ଗ, ସିଆଇଏସ୍, ଗୁଇନ୍ଦାବିଭାଗ, ଲାଇଟ୍ ହାଉସ୍ ବିଭାଗ ଓ ସ୍ଥାନୀୟ ମସô୍ୟଜୀବି ଏହି ଦୁଇଦିନିଆ ମିଳିତ ସମରାଭ୍ୟାସ ରେ ସାମିଲ ହୋଇଛନ୍ତି ବୋଲି ପାରାଦ୍ୱୀପ ମେରାଇନ୍ ଥାନା ଅଧିକାରୀ ପ୍ରଦୁ୍ୟମ୍ନ କୁମାର ବେହେରା ସୂଚନା ଦେଇଛନ୍ତି । ୨୨/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣପରେ ଉପକୂଳ ସୁରକ୍ଷା ପାଇଁ କେନ୍ଦ୍ରସରକାର ତତ୍ପର ହୋଇଉଠିଥିଲେ । ଉପକୂଳଦେଇ ଦେଶ ମଧ୍ୟକୁ ଯେପରି ଆତଙ୍କବାଦୀମାନେ ପ୍ରବେଶ ନ କରି ପାରନ୍ତି ସେଥିପାଇଁ ଏହି ମିଳିତ ସମରାଭ୍ୟାସ ପ୍ରତ୍ୟେକବର୍ଷ ଆୟୋଜିତ ହୋଇଥାଏ ।