Odisha news

ଭାରତୀୟ ତଟରକ୍ଷୀ ବାହିନୀରେ ‘ଭାରଦ’ ସାମିଲ

0

ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ ହୋଇଛି ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ପାଟ୍ରୋଲିଂ ଜାହାଜ ‘ଭାରଦ’ । ଏହାକୁ ମିଶାଇ ଭାରତୀୟ ତଟରକ୍ଷୀ ବାହିନୀର ପାରାଦୀପରେ ୩ଟି ପାଟ୍ରୋଲିଂ ଜାହାଜ ହେଲା । ତଟରକ୍ଷୀ ବାହିନୀର ଉତ୍ତର-ପୂର୍ବ ଜୋନ୍ କୋଲକାତା କାର୍ଯ୍ୟାଳୟ ଅଧୀନରେ ଏହି ଜାହାଜଟି କାର୍ଯ୍ୟ କରିବ ।

ମୁଖ୍ୟତଃ ସମୁଦ୍ର ମଧ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଅନ୍ୟାନ୍ୟ ନିରାପତ୍ତା ବ୍ୟବସ୍ଥାରେ ଉପଯୋଗ କରାଯିବ ।ଏହି ଜାହାଜଟିକୁ ମେସର୍ସ ଲାର୍ସନ ଆଣ୍ଡ୍ ଟର୍ବୋ ଲିମିଟେଡ୍, କତୁପଲି ନିର୍ମାଣ କରିଛି । ଏହି କମ୍ପାନି କ୍ରମାଗତ ଭାବେ ପାଟ୍ରୋଲିଂ ଜାହାଜ ନିର୍ମାଣ କରିଥାଏ । ଏହି ଜାହାଜଟି ଫେବୃଆରୀ ୨୮ ତାରିଖରେ ଲୋକାର୍ପଣ ହୋଇଥିବା ବେଳେ ବର୍ତ୍ତମାନ ପାରାଦୀପରେ ପହଞ୍ଚିଛି ।

ଏହି ୯୮ ମିଟର ଲମ୍ବ ଜାହାଜଟି ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମାଣ କରାଯାଇଛି । ଏହି ଜାହାଜରେ ୩୦ ଏମ୍ଏମ୍ ଓ ୧୨.୭ ଏମ୍ଏମ୍ର ଦୁଇଟି ବନ୍ଧୁକ ସହ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରର ରଖିବାର କ୍ଷମତା ରହିଛି ।

Leave A Reply