Odisha news

ପ୍ରସବ ଅଧାରୁ ଛାଡି ଚାଲିଗଲେ ଡାକ୍ତର

0

ରଣପୁର, ; ଅଧା ପ୍ରସବ ବେଳେ ଲେବର ରୁମ ଛାଡି ପଳାଇଲେ ଡାକ୍ତର । ଚିକିତ୍ସା ଅବହେଳାରୁ ନବ ଜାତ ଶିଶୁ ମୃତୁ୍ୟକୁ ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ । ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟା କେନ୍ଦ୍ରରେ ଏପରି ଘଟଣା ଘଟିଛି । ଏହି ବ୍ଲକ ଅନ୍ତର୍ଗତ ସାନକିଲ ଗ୍ରାମର ପ୍ରମୋଦ ସାହୁଙ୍କ ପତ୍ନୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଏକ ଶିଶୁ ପୁତ୍ର ଜନ୍ମ ହେବା ବେଳେ ପ୍ରସବ ଅଧାରୁ ଛାଡି ପଳାଇ ଯାଇଥିଲେ ଡାକ୍ତର ।

ପରେ ଷ୍ଟାଫ ନର୍ସମାନେ ଶିଶୁ ପୁତ୍ରକୁ ପ୍ରସବ କରାଇଲା ବେଳେ ତାର ମୃତୁ୍ୟ ହୋଇ ଯାଇଥିବା ଅଭଯୋଗ କରିଛନ୍ତି ପ୍ରମୋଦ । ପୂର୍ବରୁ ପ୍ରମୋଦ ତାଙ୍କ ପତ୍ନୀଙ୍କୁ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଥିବା ଠିକା ଡାକ୍ତର ଏସ୍. ଜିବ୍ରାଇଲ ଖାଁ ଙ୍କ ପାଖରେ ଚିକିତ୍ସା ହେଉଥିଲେ । ତେବେ ଆସନ୍ତା ମାସ ୪ ତାରିଖ ରେ ପ୍ରସବ ହେବ ବୋଲି ତାରିଖ ଦେଇଥିଲେ ଡାକ୍ତର ।

କିନ୍ତୁ ମାସେ ପୂର୍ବରୁ ପଳସ ପେନ ହେବାରୁ ପତ୍ନୀ ସୁଲୋଚନାଙ୍କୁ ପରାମର୍ଶ ପାଇଁ ଡାକ୍ତରଖାନାକୁ ଆଣି ଆସିଥିଲେ ପ୍ରମୋଦ । ମାତ୍ର ଡାକ୍ତର ପ୍ରସବ ପାଇଁ ଇଞ୍ଜେକସନ୍ ଦେଇ ଅଧା ପ୍ରସବ ବେଳେ ଛାଡି ପଳାଇ ଥିବା ସ୍ୱାମୀ ପ୍ରମୋଦ ଅଭିଯେ୍ଧଜ୍ଞ କରିଛନ୍ତି । ଡାକ୍ତରଙ୍କ ଖାମ୍ଖିଆଲି ମନୋଭାବ ଯୋଗୁଁ ଏପରି ଘଟିଛି ବୋଲି ପ୍ରମୋଦ ଓ ଗ୍ରାମବାସୀ କହିଛନ୍ତି ।

Leave A Reply